IND vs AUS : ଏନସିଏରେ ନିଜର ଓଜନ କମାଉଛନ୍ତି ରୋହିତ ଶର୍ମା, ଦେଖାନ୍ତୁ ସେ ସେୟାର କରିଥିବା ଦମଦାର ଫୋଟ।

ଏନସିଏରେ ରୈହବ ପ୍ରକ୍ରିୟାରେ ରହିଥିବା ରୋହିତ ଶର୍ମା ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ଲୁକ କିଛି ଅଲଗା ଦେଖାଯାଉଅଛି।

Google

ଭାରତୀୟ ଓପନର ରୋହିତ ଶର୍ମା ବର୍ତ୍ତମାନ ଏନସିଏରେ ରିହୈବ ପ୍ରକ୍ରିୟାରେ ରହିଛନ୍ତି ଓ ୧୧ ଡିସେମ୍ବରକୁ ତାଙ୍କର ଫିଟନେସ ଟେଷ୍ଟ ହେବ। ଏହା ପରେ ସ୍ପଷ୍ଟ ହୋଇପାରିବକି ସେ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଗ୍ରସ୍ତରେ ଯିବେ ନା ନାହିଁ।ରୋହିତ ଶର୍ମା ଇଣ୍ଡିଆନ ପ୍ରିମୀୟର ଲିଗ ଆଇପିଏଲ ୨୦୨୦ରେ ଆଘାତ ହୋଇଯାଇଥିଲେ । ଯାହା ପରେ ତାଙ୍କୁ ଅଷ୍ଟ୍ରେଲିଆ ଗ୍ରସ୍ତରେ ଟି-୨୦ ଓ ଦିନିକିଆ ସିରିଜରୁ ବାହାର କରାଯାଇଥିଲା। ଏବେ ସେ ଟେଷ୍ଟ ସିରିଜ ଖେଳିବା ନେଇ ସନ୍ଦେହ ନଜର ଆସୁଛନ୍ତି। ସେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଖେଳିପାରିବେ ନାହିଁ ଓ ଶେଷ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ତାଙ୍କୁ ଫିଟନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବାକୁ ହେବ।

ଏହି ସମୟରେ ରୋହିତ ଶର୍ମା ଏନସିଏରେ ଡବଲ ପରିଶ୍ରମ କରୁଛନ୍ତି। ସେ ନିଜ ହାମଷ୍ଟ୍ରିଙ୍ଗ ଆଘାତ ପ୍ରାପ୍ତ ଉପରେ କାମ କରିବା ସହିତ ନିଜ ଓଜନ ମଧ୍ୟ କମାଇବା ପାଇଁ ବହୁତ ଝାଳ ବୁହାଉଛନ୍ତି। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ରୋହିତ ଭବିଷ୍ୟତରେ କମ ଆଘାତ ହେବାପାଇଁ ନିଜ ଓଜନ କମାଉଛନ୍ତି। ରବିବାରକୁ ରୋହିତ ଏନସିଏରୁ ନିଜ ଇଂଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଆଇପିଏଲ ତୁଳନାରେ ଅଧିକ ଫିଟ ଦେଖାଯାଉଛନ୍ତି।

Google

ବିସିସିଆଇ ସୂତ୍ର ଅନୁସାରେ ଯେବେ ପର୍ଯ୍ୟନ୍ତ ଟିମ ଫିଜିଓ କ୍ଲିନ ଚିଟ ଦେବେନାହିଁ ,ସେବେ ପର୍ଯ୍ୟନ୍ତ କୌଣସି ଖେଳାଳି ହାଇ ଲେବୁଲ ଟେଷ୍ଟ ଦେଇପାରିବ ନାହିଁ କିନ୍ତୁ ସେ ଯଦି ନିଜ ଶରୀର ତଳ ଅଂଶର ଆଘାତ ରିହୈବରେ ଗତି କରୁଛନ୍ତି ତେବେ ସେ ନିଜର ଶରୀରର ଉପର ଅଂଶର କଣ୍ଡିସନ ଓ ଓଜନ କମ କରିପାରିବେ। ଏକ ହାଲକା ଶରୀର ଏହା ନିଶ୍ଚିନ୍ତ କରିଥାଏ କି ସେ ହାମଷ୍ଟ୍ରିଙ୍ଗ ଉପରେ ଅଧିକ ପ୍ରେସର ପକାଉନି ।

ସୂତ୍ର ଅନୁସାରେ ଏବେ ରୋହିତଙ୍କୁ କୌଣସି ମୌକା ନେବା ଉଚିତ ନୁହେଁ। ସେ ଫିଟନେସକୁ ନେଇ ବହୁତ ସଚେତନ ଅଛନ୍ତି। ସେ ପୂର୍ବ ବର୍ଷ ଆଘାତକୁ ନେଇ ବହୁତ ଅଶୁବିଧାରେ ଥିଲେ। ସେ ନିଜ ଫିଟନେସ ଉପରେ ଅନେକ କାରଣରୁ କାମ କରିପାରିଲେ ନାହିଁ। ସେ ଏହା ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି କି ତାଙ୍କ ଶରୀର ଏବେ ପୁରା ଫିଟଅଛି ଓ ଆଗାମୀ ବର୍ଷ ସେ ବିନା ଦ୍ୱନ୍ଦରେ କ୍ରିକେଟ ଖେଳିବା ପାଇଁ ପ୍ରସ୍ତୁତ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *