IPL 2020: ରୋହିତ ଶର୍ମା ନିଜ ହାମଷ୍ଟରିଙ୍ଗ ଇଂଜୁରୀ କାରଣରୁ ପୂର୍ବ ୨ଟି ମ୍ୟାଚ ଖେଳିନାହାନ୍ତି । ରୋହିତ ଶର୍ମାଙ୍କ ଆହତ ଉପରେ ଏବେ ପ୍ରଶ୍ନ ଜଟିଳ ହେବାରେ ଲାଗିଛି ।
ଆଇପିଏଲର ୧୩ତମ ସଂସ୍କରଣରେ ବୁଧବାରକୁ ରୟାଲ ଚ୍ୟାଲେଞ୍ଜସ ବାଙ୍ଗାଲୋର ସହିତ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାଚ ଅଛି। ଏହି ମ୍ୟାଚରେ ଯିଏ ବିଜୟ ହାସଲ କରିବ ସେ ପ୍ଲେଅଫରେ ପଂହଁଚିବ। ରୋହିତଙ୍କ ଆହତକୁ ନେଇ ଏବେ ବି ପ୍ରଶ୍ନ ଉଠୁଛି। ରିପୋର୍ଟ ଅନୁସାରେ ରୋହିତ ଶର୍ମା ଆରସିବି ବିପକ୍ଷରେ ଖେଳିବେନି।
ରୋହିତ ଶର୍ମା ପୂର୍ବରୁ ଦୁଇଟି ମ୍ୟାଚ ହାମଷ୍ଟରିଙ୍ଗ ଇଂଜୁରୀ ପାଇଁ ଖେଳିନାହାନ୍ତି। ହେଲେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ୱିଟରରେ ରୋହିତଙ୍କର ଏକ ପୋଷ୍ଟ ହେଇଥିଲା ଯେଉଁଠି ରୋହିତ ଅଭ୍ୟାସ କରୁଥିଲେ। ଆଗ ମ୍ୟାଚକୁ ଆଖି ଆଗରେ ରଖି ମୁମ୍ବାଇ କୌଣସି ବିପଦ ନେବ ନାହିଁ ବୋଲି ଲାଗୁଛି।
ରୋହିତ ଶର୍ମାଙ୍କର ଇଂଜୁରୀ ଉପରେ ବଡ଼ ପ୍ରଶ୍ନ:-
ଅଷ୍ଟ୍ରେଲିଆ ଗ୍ରସ୍ତରେ ରୋହିତ ଶର୍ମାଙ୍କୁ କୌଣସି ଫର୍ମାଟରେ ସ୍ଥାନ ମିଳିନି। ଏଥିରେ ପ୍ରଶ୍ନ ଉଠୁଛି ଯେ ଯଦି ରୋହିତ ଶର୍ମା ଆସୁଥିବା ୧ ମାସର ମ୍ୟାଚ ପାଇଁ ବାସନ୍ଦ ତେବେ କଣ ସେ ଆଇପିଏଲ ମ୍ୟାଚରେ ଖେଳିବେ??

ବିସିସିଆଇ ରୋହିତ ଶର୍ମାଙ୍କ ଇଂଜୁରୀ ଉପରେ ନଜର ରଖୁଛି। ସେ କହିଛନ୍ତି ଯଦି ରୋହିତ ଫିଟ ହୁଅନ୍ତି ତେବେ ସେ ଅଷ୍ଟ୍ରେଲିଆ ଗ୍ରସ୍ତରେ ଯାଇପାରିବେ। ହେଲେ ଏହା ଜଣା ଯାଉଛି ଯେ ରୋହିତ ଶର୍ମା ଆଇପିଏଲରେ ଆଉ ଏକ କିମ୍ବା ଦୁଇଟି ମ୍ୟାଚରେ ଖେଳିବେନି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।