ଭାରତୀୟ ଟେଷ୍ଟର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଏହି ଦିନରେ ନିଜ ବ୍ୟାଟିଙ୍ଗକୁ ନେଇ ଆଲୋଚନା ଘେରରେ ଅଛନ୍ତି। ରାହାଣେ ଆଲୋଚନାର ଜବାବ ଦେଇ ଇଂଲଣ୍ଡ ବିରୁଦ୍ଧରେ ଚେନ୍ନାଇରେ ଦ୍ୱିତୀୟ ଟେଷ୍ଟରେ ପ୍ରଥମ ପାରିରେ ୬୭ ରନ କରିଛନ୍ତି। ଉପଅଧିନାୟକଙ୍କ ଏହି ପାରିର ପ୍ରଶଂସା ହିଟ ମ୍ୟାଚ ରୋହିତ ଶର୍ମା କରିଛନ୍ତି। ସେ କହିଛନ୍ତି କଠିନ ପରିସ୍ଥିତିରେ ଯେବେ ଟିମକୁ ରନର ଆବଶ୍ୟକତା ଥିଲା ସେବେ ସେ ଟିମ ପାଇଁ ମହତ୍ତ୍ୱପୂର୍ଣ୍ଣ ରନ ବନେଇଛନ୍ତି।

ରୋହିତ କହିଲେ ଯେ,”ରାହାଣେ ଆମ ଶୀର୍ଷ ଖେଳାଳି ମାନଙ୍କ ମଧ୍ୟରୁ ଜଣେ। ସେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ଓ ବହୁତ ମହତ୍ତ୍ୱପୂର୍ଣ୍ଣ ପାରି ଖେଳିଛନ୍ତି। ସେ ଅନେକ ଥର ଦେଖାଇଛନ୍ତିକି ଯେବେ ଟିମକୁ ତାଙ୍କ ଆବଶ୍ୟକତା ଥାଏ ସେ ବି ରନ କରିକି ଦେଖାଇଛନ୍ତି। ସେ ଅନେକ ଥର ଏହିପରି କରିଛନ୍ତି”। ରୋହିତ କହିଛନ୍ତି ରାହାଣେଙ୍କ ସହ ତାଙ୍କ ପାର୍ଟନରସିପ ମ୍ୟାଚର ପରିସ୍ଥିତି ଅନୁସାରେ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ହିଟମାନ ଚେନ୍ନାଇ ଟେଷ୍ଟର ପ୍ରଥମ ପାରିରେ ୧୬୧ ରନ କରିଛନ୍ତି। ଏହା ତାଙ୍କର ଟେଷ୍ଟ କ୍ୟାରିୟରର ୭ମ ଶତକ ଅଟେ।
ରୋହିତ ଆହୁରି ମଧ୍ୟ କହିଛନ୍ତି କି,”ଯେବେ ସେ ବ୍ୟାଟିଙ୍ଗ କରିବାକୁ ଆସିଲେ ଲଞ୍ଚ ପୂର୍ବରୁ ଆମ ଟିମ ତିନୋଟି ୱିକେଟ ହରାଇ ସାରିଥିଲା। ସେହି ପରିସ୍ଥିତିରେ ଆମ ପାଇଁ ପାର୍ଟନରସିପ କରିବା ଜରୁରୀ ଥିଲା। ଆମେ ଅନେକ ଥର ଦେଖିଛୁ ଯେବେ ଟିମକୁ ଆବଶ୍ୟକତା ହୋଇଥାଏ ରାହାଣେ ନିଜ କୌଶଳ ଦେଖାଇଥାନ୍ତି ଓ ଟିମ ପାଇଁ ମୂଲ୍ୟବାନ ରନ କରିଥାନ୍ତି”।ସେହିପରି ରାହାଣେ କହିଛନ୍ତି କି ତାଙ୍କର ଆଉ ରୋହିତ ଶର୍ମାଙ୍କର ସୁଇପ ଶର୍ଟ ଲଗାଇବାର ଯୋଜନା ସଫଳ ରହିଲା। ଟିମର ଯୋଜନା ଥିଲା କି ଇଂଲଣ୍ଡର ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାକତ ଅନୁସାରେ ବୋଲିଙ୍ଗ କରନ୍ତୁ।

ରାହାଣେ ଦିନର ଖେଳ ସମାପ୍ତ ହେବା ପରେ କହିଲେ ,”ଆମକୁ ଜଣାଥିଲାକି ପିଚରେ ଆଗ ଅପେକ୍ଷା ସ୍ପିନରଙ୍କୁ ସାହାଯ୍ୟ ମିଳିବ। ଏଭଳି ପରିସ୍ଥିତିରେ ଟର୍ଚ୍ଚ ଜିତିବା ଭଲ ରହିଲା। ରୋହିତ କହିଥିଲେ କି ଏହି ପିଚରେ ସକରାତ୍ମକ ହୋଇ ଖେଳିବା ଜରୁରି ଅଟେ। ଏଠାରେ ସଫଳ ହେବା ପାଇଁ ଫୁଟବର୍କର ଭଲ ବ୍ୟବହାର କରିବା ଜରୁରି।ଆମ ପାଖରେ ରଣନୀତି ଥିଲା। ଆମେ ଖେଳ ଯୋଜନା ଅନୁସାରେ ଏହା ଉପରେ ଚର୍ଚ୍ଚା କରିଥିଲୁ। ଆମେ ଚାହୁଁଥିଲୁ କି ସେ ଆମ ତାକତ ଅନୁସାରେ ବୋଲିଙ୍ଗ କରନ୍ତୁ। ଭଲ କଥା ଏହାକି ଆମ ପ୍ଲାନ ସଫଳ ରହିଲା”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।