ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ୨୪ ଫେବୁଆରୀକୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ହେବାକୁ ଯାଉଛି। ଏହି ମ୍ୟାଚ ଦୁଇଟିଯାକ ଟିମ ପାଇଁ ମହତ୍ତ୍ୱପୂର୍ଣ୍ଣ କାରଣ ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ପାଇଁ ଦୁଇଟିଯାକ ଟିମ ପ୍ରତିଯୋଗୀତାରେ ଅଛନ୍ତି। ଏହା ମଧ୍ୟରେ ପିଚକୁ ନେଇ ଭାରତର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଘରୋଇ ଟିମକୁ ନିଜ ହିସାବରେ ପିଚ କରିବାରୁ ବନ୍ଦ ଅଟେ।ଯେବେ ଆମେ ବିଦେଶ ଯାଇଥାଉ ଆମ ବିଷୟରେ ମଧ୍ୟ କେହି ଭାବିନଥାନ୍ତି। ପିଚ ଦୁଇଟି ଯାକ ଟିମ ପାଇଁ ଏକ ପ୍ରକାର ହୋଇଥାଏ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ହୋଇଥିବା ଦ୍ୱିତୀୟ ଟେଷ୍ଟକୁ ନେଇ ଇଂଲଣ୍ଡର ପୂର୍ଵ କିଛି ଖେଳାଳି ପ୍ରଶ୍ନ ଉଠାଇ ଥିଲେ। ପୂର୍ଵ ଅଧିନାୟକ ମାଇକେଲ ବଭନ ପ୍ରଥମ ଦିନ ଶେଷ ଦୁଇଟି ସେସନରେ ଭଲ ଘୁରିବାକୁ ନେଇ କହିଥିଲେ ଏହା ପଞ୍ଚମ ଦିନର ପିଚ ଲାଗୁଛି। ଏହିପରି ପିଚ ଘରୋଇ ଟିମକୁ ହିଁ ଫାଇଦା କରିବା ପାଇଁ କରାଯାଇଛି। ଭାରତୀୟ ପୂର୍ଵ ଅଧିନାୟକ ସୁନୀଲ ଗାଭାସ୍କର ଏହିଭଳି କଥାକୁ ମୁଣ୍ଡରୁ କାଢିଦେଇଥିଲେ। ସେ କହିଥିଲେ କେବଳ ସ୍ପିନ ପିଚକୁ ନେଇ ହିଁ ପ୍ରଶ୍ନ କରାଯାଇଥାଏ। ଦ୍ରୁତ ବୋଲରଙ୍କ ପିଚକୁ ନେଇ କେହି କିଛି କହିନଥାନ୍ତି। ଅଷ୍ଟ୍ରେଲିଆର ମହାନ ସ୍ପିନର ସେନ ୱାରନ ବି ମଧ୍ୟ କଥାକୁ ଖାରଜ କରିଦେଇଥିଲେ। ସେ କହିଛନ୍ତି ଇଂଲଣ୍ଡର ବୋଲର ପ୍ରଥମ ପାରିରେ ଭଲ ବୋଲିଙ୍ଗ କରିପାରିଲେ ନାହିଁ ଯେଉଁଠି ପାଇଁ ରୋହିତ ଶର୍ମା ସୁନ୍ଦର ଶତକ ମାରିଲେ। ଏହା ମଧ୍ୟ ସମସ୍ତେ ଜାଣିଛନ୍ତିକି ମ୍ୟାଚର ଚତ୍ରୁର୍ଥ ଦିନ ଅଶ୍ୱିନୀ ମଧ୍ୟ ଶତକ ମାରିଛନ୍ତି। ଟିମ ଇଣ୍ଡିଆର ସ୍ପିନର ଇଂଲଣ୍ଡର ୨୦ ରୁ୧୭ ୱିକେଟ ଅକ୍ତିଆର କରିଥିଲେ।ଟିମ ଦ୍ୱିତୀୟ ଟେଷ୍ଟ ୩୧୭ ରନରେ ବିଜୟ ଲାଭ କରିଥିଲା।

ଆଇସିସି ପିଚକୁ ନେଇ ନିୟମ କରିବା ଉଚିତ:
ରୋହିତ ଶର୍ମା କଥାବାର୍ତ୍ତା ସମୟରେ କହିଛନ୍ତି ଯେବେ ଆମେ ବିଦେଶ ଯାଇଥାଉ ଆମ ବିଷୟରେ କେହି ଭାବିନଥାନ୍ତି। ପୁଣି ଆମେ ଅନ୍ୟ ବିଷୟରେ କଣ ପାଉ ଭାବିବୁ। ଯଦି କୌଣସି ପ୍ରକାର ଆଲୋଚନା ହେଉଛି ତେବେ ଆଇସିସି ପିଚକୁ ନେଇ ନିୟମ କରିବା ଉଚିତ। ପିଚକୁ ନେଇ ଆଲୋଚନା ହେବା ଉଚିତ ନୁହେଁ। ରୋହିତ ଶର୍ମା କହିଛନ୍ତି ଆମେ କେବେ କୌଣସି ପିଚକୁ ନେଇ ଅଭିଯୋଗ କରିନାହୁଁ।ଡେ ନାଇଟ ପିଚକୁ ନେଇ ରୋହିତ ଶର୍ମା କହିଛନ୍ତି ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଳ୍ପ ସମସ୍ୟା ରହିବ। ମୁଁ କେବଳ ଗୋଟିଏ ଡେ ନାଇଟ ଟେଷ୍ଟ ଖେଳିଛି। ସନ୍ଧ୍ୟା ସମୟରେ ବ୍ୟାଟିଙ୍ଗ କରିବା ଅସୁବିଧା ହୋଇପାରେ। ଟିମ ଇଣ୍ଡିଆ ଘରେ କେବଳ ଗୋଟିଏ ଡେ ନାଇଟ ଟେଷ୍ଟ ପୂର୍ବ ବର୍ଷ ବଙ୍ଗଳାଦେଶ ବିରୁଦ୍ଧରେ ଖେଳିଥିଲା କିନ୍ତୁ ଏବେ ଅଧକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତିକି ଘରେ ହେବାକୁ ଥିବା ସବୁ ସିରିଜରେ ଗୋଟେ ଡେ ନାଇଟ ଟେଷ୍ଟ ଆୟୋଜିତ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।