IND VS ENG: ରୋହିତ ଶର୍ମା ଋଷଭ ପନ୍ତଙ୍କୁ ନେଇ କହିଦେଲେ ଏହି ବଡ଼ କଥା। ହିଟମାନଙ୍କ କଥା ଶୁଣି ସବୁ ଚକିତ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତ୍ରୁର୍ଥ ଟେଷ୍ଟର ଦ୍ୱିତୀୟ ଦିନ ରିଷଭ ପନ୍ତଙ୍କ ନାମରେ ରହିଲା। ବାମହାତୀ ଏହି ୱିକେଟକିପର ବ୍ୟାଟ୍ସମ୍ୟାନ ୧୦୧ ରନର ଏକ ସୁନ୍ଦର ଶତକୀୟ ପାରି ଖେଳିଛନ୍ତି। ପନ୍ତ ଛକା ମାରି ନିଜର ତୃତୀୟ ଟେଷ୍ଟ ଶତକ ପୁରା କରିଛନ୍ତି। ତାଙ୍କର ଏହି ପାରି ଭାରତର ଫ୍ୟାନଙ୍କ ସହ ରୋହିତ ଶର୍ମାଙ୍କୁ ମଧ୍ୟ ମୋହିତ କରିଛି।ରୋହିତ ଶର୍ମା ପନ୍ତଙ୍କ ଏହି ପାରିକୁ ବହୁତ ଖାସ କହିଛନ୍ତି।

Google

ରୋହିତ ଶର୍ମା କହିଛନ୍ତି ପନ୍ତଙ୍କ ଏହି ପାରି ଏଥିପାଇଁ ଖାସ କାରଣ ସେ ଯେବେ ଖେଳିବାକୁ ଆସିଥିଲେ ସେବେ ଟିମର ଅବସ୍ଥା ଭଲ ନଥିଲା। ପନ୍ତଙ୍କ ଏହି ପାରିରେ ସବୁ କିଛି ଦେଖାଗଲା। ରୋହିତ କହିଛନ୍ତି ପନ୍ତ ପ୍ରଥମେ ଆରମ୍ଭରୁ ଧର୍ଯ୍ୟ ବଜାୟୀ ରଖିଲେ ଓ ଯେବେ ମୌକା ମିଳିଲା ନିଜ ଶର୍ଟ ମାରିଲେ। ପନ୍ତ ଟିମକୁ ଗୋଟେ ଭଲ ସ୍ଥିତିରେ ପହଞ୍ଚାଇଦେଲେ।

ରୋହିତ ଶର୍ମା କହିଛନ୍ତି ସୁନ୍ଦର ଓ ପନ୍ତ ଟିମର ରଣନୀତି ଅନୁସାରେ ବ୍ୟାଟିଙ୍ଗ କରିବାର ନଜର ଆସିଛନ୍ତି। ସେ କହିଛନ୍ତି,”ୱାସିଙ୍ଗଟନ ସୁନ୍ଦର ଓ ରିଷଭ ପନ୍ତଙ୍କୁ ଏହା କୁହାଯାଇଥିଲା କି ସେ ପ୍ରଥମେ ସ୍କୋର ପର୍ଯ୍ୟନ୍ତ ପହଁଚିଯାଆନ୍ତୁ ଏହା ପରେ ନିଜ ଶର୍ଟ ଖେଳନ୍ତୁ। ସେ ଦମଦାର ପାରି ଖେଳିଛନ୍ତି। ସେ ନିଜକୁ ସାବ୍ୟସ୍ତ କରିଛନ୍ତିକି ସେ ମହେନ୍ଦ୍ର ସିଂହ ଧୋନିଙ୍କ ଜାଗା ନେବାପାଇଁ ପୁରା ପ୍ରସ୍ତୁତ”।

Google

ରୋହିତ ଶର୍ମା ଆଗକୁ କହିଛନ୍ତି,”ପନ୍ତଙ୍କର ଖେଳିବାର ନିଜର ତରିକା ଗୋଟେ ପ୍ରକାର। ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଅଳ୍ପ ଅଳ୍ପ ସମୟରେ ମ୍ୟାସେଜ ପଠାଇଥାଏ। କିପରି ସେ ଖେଳିବା ଆବଶ୍ୟକ। କିନ୍ତୁ ସେ ନିଜ ଷ୍ଟାଇଲରେ ଖେଳିଥାନ୍ତି ଓ ଏହା ଆମକୁ ପସନ୍ଦ। ସେ ନିଜ କାମ କରିଥାନ୍ତି ଏହା ସବୁଠୁ ଜରୁରି। ପାରିର ଆରମ୍ଭରେ ସେ ଭଲ ବଲର ସାମ୍ନା କରିଥିଲେ। ଟିମର ସ୍କୋର ୨୦୦ ରନ ହେବା ପରେ ସେ ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଦେଇଥିଲେ”।

ରୋହିତ ଶର୍ମା ଆଗକୁ କହିଛନ୍ତି,”ରିଷଭ ପନ୍ତ ଆଉଟ ହେବା ପରେ କୌଣସି ଆଲୋଚନା କରିବା ଉଚିତ ନୁହେଁ କାରଣ ସେ ସେଇଭଳି ଖେଳାଳି ଅଟନ୍ତି। ସେ ସବୁବେଳେ ଶର୍ଟ ଖେଳିବେ ଓ ଆଉଟ ମଧ୍ୟ ହେବେ କିନ୍ତୁ ଭାରତକୁ ତାଙ୍କ ଭଳି ଖେଳାଳିର ଆବଶ୍ୟକତା ଅଛି ଯିଏକି ବଡ଼ ଶର୍ଟ ଖେଳି ବିପରୀତ ଟିମ ଉପରେ ପ୍ରେସର ପକାଇପାରିବ। ପନ୍ତଙ୍କୁ ଏହିପରି ହିଁ ସ୍ୱତନ୍ତ୍ରତା ଦେବା ଆବଶ୍ୟକ ଅଛି । ଆଜି ଦେଖନ୍ତୁ ସେ ଟିମକୁ କେଉଁଠି ପହଞ୍ଚାଇ ଦେଲେ ଓ ଅଷ୍ଟ୍ରେଲିଆରେ ବି ସେ ଏହିପରି କରିଥିଲେ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *