ରୋହିତ ଶର୍ମା କୋଲକତାର ଇଡେନ ଗାର୍ଡେନରେ ନିଜର ଫାଷ୍ଟକ୍ଳାସ ଓ ଟେଷ୍ଟ ଡେଭ୍ୟୁ କରିଥିଲେ । ଏହା ପରେ ଏହି ଗ୍ରାଉଣ୍ଡରେ ସେ ଆଇପିଏଲ ଟାଇଟଲ ଜିତିଥିଲେ। ଏହି ଗ୍ରାଉଣ୍ଡରେ ପ୍ରଥମ ଆଇପିଏଲ ଶତକ ଓ ଏକଦିବସିୟରେ ୨୬୪ ରନ କରିଥିଲେ।

ରୋହିତ ଶର୍ମା ଓ କୋଲକତାର କାହାଣୀ ବହୁତ ପୁରୁଣା ଅଟେ। ହିଟମ୍ୟାନ ଏଠାରେ ଅନେକ ଭଲ ପାରି ଖେଳିଛନ୍ତି।ରୋହିତ ଶର୍ମା କୋଲକତାର ଇଡେନ ଗାର୍ଡେନରେ ନିଜର ଫାଷ୍ଟକ୍ଳାସ ଓ ଟେଷ୍ଟ ଡେଭ୍ୟୁ କରିଥିଲେ। ଏହା ପରେ ଏହି ଗ୍ରାଉଣ୍ଡରେ ସେ ଆଇପିଏଲ ଟ୍ରଫି ଜିତିଥିଲେ। ଏହି ଗ୍ରାଉଣ୍ଡରେ ପ୍ରଥମ ଆଇପିଏଲ ଶତକ ଓ ଏକଦିବସିୟରେ ୨୬୪ ରନ କରିଥିଲେ। ରୋହିତ ଶର୍ମା ଏକ ଇଣ୍ଟରଭିଉରେ ଶ୍ରୀଲଙ୍କା ବିରୁଦ୍ଧରେ ଲଗାଇଥିବା ସେହି ଦ୍ୱିତୀୟ ଶତକ ବିଷୟରେ ବିସ୍ତାର ରୂପରେ କହିଛନ୍ତି। ସେ କହିଛନ୍ତି ଏତେ ବଡ଼ ପାରି ପରେ ମଧ୍ୟ କୋଚ ଡଂଙ୍କନ ପ୍ଲେଚର ଖୁସି ବ୍ୟକ୍ତ କରିନଥିଲେ।
ରୋହିତ ଶର୍ମା ସ୍ପୋର୍ଟସ ଏଙ୍କର ବିକ୍ରମ ସାଠୟେଙ୍କୁ ଏକ ଇଣ୍ଟରଭିଉ ଦେଇଥିଲେ। ଏଥିରେ ରୋହିତ କହିଥିଲେ,” ମୁଁ କୋଲକତାକୁ ପସନ୍ଦ କରେ। ସେଠାରେ ଅନେକ ସ୍ମୃତି ଅଛି।ସେଠାକାର ଲୋକ ମଧ୍ୟ ବହୁତ ଭଲ। ୨୬୪ ରନର ପାରି ପୂର୍ବରୁ ମୁଁ ସେଠାରେ ଅଭ୍ୟାସ ମ୍ୟାଚ ଖେଳୁଥିଲି। ଆଙ୍ଗୁଠିରେ ଆଘାତ ପରେ ମୁଁ ଫେରିଥିଲି। ଏହା ପୂର୍ବରୁ ମୁଁ ଅଭ୍ୟାସ କରୁଥିଲି। ଭାରତ ଓ ଶ୍ରୀଲଙ୍କା ଭିତରର ୫ ଟି ଏକଦିବସିୟ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯାଉଥିଲା।ତିନୋଟି ମ୍ୟାଚ ହୋଇସାରିଥିଲା। ଯେବେ ମୁଁ ଟିମ ସହିତ ମିସିଲି ବହୁତ ନର୍ଭସ ଥିଲି। କ୍ୟାଚ କିପରି ହେବ? ଜୋରେ ଥ୍ରୋ ହେବ କି ନାହିଁ? ମୁଁ ଆଘାତପ୍ରାପ୍ତ ପରେ ପ୍ରଥମ ଥର ଖେଳିବାକୁ ଓହ୍ଲେଇଥିଲି”।

ଏହାର ଆଗକୁ ରୋହିତ କହିଛନ୍ତି,”ମୁଁ ଅତ୍ୟନ୍ତ ନର୍ଭସ ଥିଲି।ସେହି ମ୍ୟାଚ ପୂର୍ବ ରାତିରେ ମୁଁ ଶୋଇପାରିନଥିଲି। ରାତିସାରା ନିଜ ଭିଡ଼ିଓକୁ ଦେଖିବାରେ ଲାଗୁଥିଲି। ମୁଁ ନିଜେ ଭିଡ଼ିଓ ଦେଖିବାକୁ ଭଲ ପାଏ। ମ୍ୟାଚ ଦିନ ଅଭ୍ୟାସ କରିବାକୁ ଗଲା ସମୟରେ ମୁଁ ଭାବୁଥିଲିକି ଟଚ ଜିତି ପ୍ରଥମେ ଫିଲ୍ଡଙ୍ଗ କରନ୍ତେ କି। କରଣ ପ୍ରଥମ ବ୍ୟାଟିଙ୍ଗ କରିବାକୁ ପଡିଲେ ପ୍ରେସର ହଟିବନାହିଁ କିନ୍ତୁ ଏପରି ହେଲାନାହିଁ ।ପ୍ରଥମେ ବ୍ୟାଟିଙ୍ଗ କରିବାକୁ ପଡିଲା। ମୋର ପାର୍ଟନର ଥିଲେ ରାହାଣେ। ଆମେ ଦୁହେଁ ଭଲ ଶର୍ଟ ଖେଳିଲୁ।ପ୍ରଥମ ୫ ରନ ମୁଁ ୧୫ କି ୨୦ ବଲରେ କରିଥିଲି ଓ ୫୦ ରନ ମୁଁ ୭୫ ବଲରେ। ଏହା ପରେ ଲୟରେ ଆସିଗଲି ଓ ୨୬୪ ରନ ମାରିଦେଲି”।
ରୋହିତ ଆଗକୁ କହିଛନ୍ତି,”୨୬୪ ରନ କରିବା ପରେ ଯେବେ ମୁଁ ଡ୍ରେସିଙ୍ଗ ରୁମକୁ ଆସିଲି ଆମ କୋଚ ଡଂଙ୍କନ ପ୍ଲେଚର କହିଲେ କି ରୋହିତ ଆରମ୍ଭରୁ ସ୍ଲୋ ଖେଳିଲା ନହେଲେ ୩୦୦ ରନ କରିଦେଇଥାନ୍ତା। ପୁଣି ମୁଁ କହିଲି ଆପଣଙ୍କ ପାଇଁ ୨୬୪ ରନ ପର୍ଜ୍ୟାପ୍ତ ହେଲାନାହିଁ। ପୁଣି ସବୁ ଲୋକ ଡ୍ରେସିଙ୍ଗ ରୁମରେ ହସିଲେ। ସେ କହିଲେ କି ଆମକୁ କେବେବି କୌଣସି କଥାରେ ଖୁସି ହେବା କଥା ନୁହେଁ। ମୁଁ କହିଲି ଏବେ ତ ଆମେ ଖୁସି ଅଛୁ। ଏହା ପରେ ଆମେ ଶ୍ରୀଲଙ୍କା କୁ ରନ କରିବାକୁ ଦେଲୁନି ଓ ମ୍ୟାଚ ଜିତିଗଲୁ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।