ଆଜି ରୋହିତଙ୍କୁ ଟପିବେ କୋହଲି? T-20 କ୍ରିକେଟରେ ହାସଲ କରିବେ ବଡ଼ କୀର୍ତ୍ତିମାନ! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ବ୍ୟାଟ୍ସମାନ ତଥା ରନ ମେସିନ ନାଁମରେ ପରିଚିତ ବିରାଟ କୋହଲି ଏସିଆ କପ ୨୦୨୨ ରେ ନିଜ ପୁରୁଣା ଫର୍ମର ଝଲକ ଦେଖାଇଥିଲେ। ତାହା ପରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ବି କମାଲ କରିଥିଲେ। ତେବେ ସାଉଥ ଆଫ୍ରିକା ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ରେ ତାଙ୍କ ପାଖରେ ୧୧ ହଜାରୀ ବନିଇବାର ଚାନ୍ସ ଅଛି। ବିରାଟ କୋହଲି ଜଣେ ଉଚ୍ଚସ୍ତରୀୟ ଖେଳାଳି,ତାଙ୍କ ଅନୁଭବ ରେ ସେ ଖେଳ ଚଲାଇବା ବେସ ଭଲରେ ଜାଣନ୍ତି।

T-20 କ୍ରିକେଟରେ ବିରାଟ କୋହଲି ୩୫୩ ମ୍ୟାଚରେ ୪୦ ଔସତରେ ୧୦୯୮୧ ରନ ବନାଇଛନ୍ତି। ଏଥିରେ ୬ଟି ଶତକ ଓ ୮୧ ଟି ଅର୍ଦ୍ଧ ଶତକ ଅଛି ସାମିଲ। ତାଙ୍କର ଟି-୨୦ ରେ ସବୁଠୁ ଅଧିକ ସ୍କୋର ହେଉଛି ୧୨୨ ଯାହାକି ନଟ ଆଉଟ ରହି। ସେ ୧୧ ହଜାରୀ ବନିବାରେ ୧୯ ରନ ଦୂରରେ ଅଛନ୍ତି। ତାଙ୍କ ଠୁ ଅଧିକ ରନ କେବଳ ୩ ଜଣ କ୍ରିକେଟର ବନାଇଛନ୍ତି।

T-20 କ୍ରିକେଟରେ ସବୁଠୁ ଅଧିକ ରନ କ୍ରିସ୍ ଗେଲଙ୍କ ନାମରେ ଅଛି। ଗେଲ ୪୬୩ ମ୍ୟାଚରେ ୧୪୫୬୨ ରନ କରିଛନ୍ତି। ତାଙ୍କ ପରେ କାଇରନ ପୋଲାର୍ଡ଼ ଅଛନ୍ତି। ସେ ୬୧୪ ମ୍ୟାଚରେ ୧୧,୯୧୫ ରନ କରିଛନ୍ତି। ନମ୍ବର ୩ରେ ସୋଏବ ମଲ୍ଲିକ ଅଛନ୍ତି। ସେ ୪୮୧ ମ୍ୟାଚରେ ୧୧,୯୦୨ ରନ ବନାଇଛନ୍ତି। ଏହି ଲିଷ୍ଟରେ କୋହଲିଙ୍କ ପରେ ଡ଼ାଭିଡ ୱାର୍ଣ୍ଣର ଅଛନ୍ତି।

ଏହି ସମୟରେ ଟି-୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ରନ ରୋହିତଙ୍କ ନାମରେ ଅଛି। ରୋହିତ ଶର୍ମା ୧୪୦ ଟି ମ୍ୟାଚରେ ୩୬୯୪ ରନ କରିଛନ୍ତି। ବିରାଟ କୋହଲି ୧୦୮ ମ୍ୟାଚରେ ୩୬୬୩ ରନ ବନାଇଛନ୍ତି। ରୋହିତଙ୍କ ଠାରୁ କୋହଲି ୩୧ ରନରେ ପଛରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋହିତଙ୍କୁ ପାର କରିବାର ଚାନ୍ସ ରହିପାରେ କୋହଲିଙ୍କ ପାଖେ।

Leave a Reply

Your email address will not be published. Required fields are marked *