ରୋହିତ ଶର୍ମା-ଶିଖର ଧୱନ ଭାଙ୍ଗିଲେ ଏହି ଅଷ୍ଟ୍ରେଲିଆ କିମ୍ବଦନ୍ତୀଙ୍କ ରେକର୍ଡ। ଚାରିଆଡେ ଭାଇରଲ।

ଇଂଲଣ୍ଡ ସହ ତୃତୀୟ ଏକ ଦିବସିୟରେ ଇଣ୍ଡିଆର ଆରମ୍ଭ ଭଲ ରହିଲା। ରୋହିତ ଶର୍ମା ଓ ଶିଖର ଧୱନ ପ୍ରଥମ ୱିକେଟ ପାଇଁ ୧୪.୪ ଓଭରରେ ୧୦୩ ରନ ଯୋଡିଥିଲେ।ରୋହିତ ୩୭ ଓ ଶିଖର ୬୭ ରନ କରି ଆଉଟ ହେଲେ। ରୋହିତ ଶର୍ମା ଓ ଧୱନ ୧୭ ଥର ଏକଦିବସିୟ ଇଣ୍ଟରନେସନାଲ କ୍ରିକେଟରେ ଶତକୀୟ ପାର୍ଟନରସିପ ପୁରା କଲେ। ଏହା ସହିତ ଦୁହେଁ ଅଷ୍ଟ୍ରେଲିଆର ମହାନ ଓପନର ଏଡ଼ମ ଗିଲକ୍ରିଷ୍ଟ ଓ ମେଥୟୁ ହେଡ଼ନଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି। ଏହି ଯୋଡି ଏବେ ଏହି ମାମଲାରେ ଚତ୍ରୁର୍ଥ ନମ୍ବରରେ ପହଁଚିଯାଇଛନ୍ତି।

Google

ଏହା ସହ ରୋହିତ ଓ ଧୱନ ଓପନିଙ୍ଗ ଯୋଡିରେ ୫ ହଜାର ରନ ପୁରା କରିଛନ୍ତି। ଏଡ଼ମ ଗିଲକ୍ରିଷ୍ଟ ଓ ମେଥୟୁ ହେଡ଼ନ ନିଜ କ୍ୟାରିୟରରେ ଏକଦିବସିୟରେ ୧୬ ଥର ଶତକୀୟ ପାର୍ଟନରସିପ କରିଥିଲେ। ଏଥିରେ ସେ ୪୭.୪୪ ଔସତରେ ୫୪୦୯ ରନ କରିଥିଲେ। ରୋହିତ ଓ ଧୱନ ଏବେ ପର୍ଯ୍ୟନ୍ତ ୧୧୨ ଟି ଏକଦିବସିୟ ମ୍ୟାଚରେ ଏକାସାଥିରେ ଓପନିଙ୍ଗ କରିଛନ୍ତି। ଏଥିରେ ଦୁହେଁ ୪୫.୨୫ ଔସତରେ ୫୦୨୩ ରନ କରିସାରିଲେଣି। ଏଥିରେ ଦୁହେଁ ୧୭ ଟି ଶତକିୟ ପାରି ସହ ୧୫ ଟି ଅର୍ଦ୍ଧଶତକିୟ ପାର୍ଟନରସିପ ମଧ୍ୟ କରିଛନ୍ତି। ଏକଦିବସିୟରେ ସବୁଠୁ ଅଧିକ ଶତକିୟ ପାର୍ଟନରସିପ କରିବାର ରେକର୍ଡ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ନାମରେ ଅଛି।

Google

ସଚିନ ଓ ଗାଙ୍ଗୁଲି ଏକାସାଥିରେ ୧୭୬ ଟି ଏକଦିବସିୟରେ ଓପନିଙ୍ଗ କରିଛନ୍ତି ଏଥିରେ ସେ ୨୬ ଶତକୀୟ ଓ ୨୯ ଟି ଅର୍ଦ୍ଧଶତକିୟ ପାର୍ଟନରସିପ କରିଛନ୍ତି। ଦୁହେଁ ୪୭.୫୫ ଔସତରେ ୮୨୨୭ ରନ କରିଛନ୍ତି। ତିନିଥର ଏହି ଯୋଡି ନଟ ଆଉଟ ରହି ଫେରିଛି। ଏହା ପରେ ଦ୍ୱିତୀୟରେ ଏହି କ୍ଷେତ୍ରରେ ଶ୍ରୀଲଙ୍କାର ତିଲକରତ୍ନ ଦିଲସାନ ଓ କୁମାର ସାଙ୍ଗାକାରା ରହିଛନ୍ତି।

ଏହି ଦୁହେଁ ୧୦୮ ଏକଦିବସିୟରେ ୨୦ ଥର ଶତକିୟ ଓ ୧୯ ଥର ଅର୍ଦ୍ଧଶତକିୟ ପାର୍ଟନରସିପ କରିଛନ୍ତି। ଦୁହେଁ ୫୩.୬୭ ଔସତରେ ୫୪୭୫ ରନ କରିଛନ୍ତି। ତୃତୀୟରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଯୋଡି ଅଛି। ଦୁହେଁ ୮୧ ଟି ଏକଦିବସିୟ ମ୍ୟାଚରେ ୧୮ ଶତକିୟ ଓ ୧୫ ଅର୍ଦ୍ଧଶତକୀୟ ପାରି ଖେଳିଛନ୍ତି। ଦୁହେଁ ୬୪.୫୫ ଔସତରେ ୪୯୦୬ ରନ ବନେଇଛନ୍ତି।

Google
ବିରାଟ କୋହଲିଙ୍କୁ ଦୁଇଥର ଆଉଟ କରିବା ମାମଲାରେ ତୃତୀୟ ବୋଲର ଅଟନ୍ତି ମୋଇନ ଅଲ୍ଲୀ:

ଏହି ମ୍ୟାଚରେ ଇଂଲଣ୍ଡର ସ୍ପିନର ମୋଇନ ଅଲ୍ଲୀ ବିରାଟ କୋହଲିଙ୍କୁ କ୍ଲିନ ବୋଲ୍ଡ କରିଦେଇଥିଲେ। ଏପରି କରି ସେ ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି। ମୋଇନ ଅଲ୍ଲୀ ବିରାଟ କୋହଲିଙ୍କୁ ଦ୍ୱିତୀୟଥର ବୋଲ୍ଡ କରିଛନ୍ତି। ଏପରି କରି ସେ ବିରାଟ କୋହଲିଙ୍କୁ ୨ ଥର ବୋଲ୍ଡ କରିଥିବା ପ୍ରଥମ ସ୍ପିନର ହୋଇଗଲେ। ଏହା ସହ ମୋଇନ ଅଲ୍ଲୀ ଇଣ୍ଟରନେସନାଲ କ୍ରିକେଟରେ ବିରାଟଙ୍କୁ ୯ ବାର ଆଉଟ କରିବାର ନଜର ଆସିଛନ୍ତି।

Google

ମୋଇନ ଅଲ୍ଲୀ ଇଣ୍ଟରନେସନାଲ କ୍ରିକେଟରେ ବିରାଟ କୋହଲିଙ୍କୁ ସବୁଠୁ ଅଧିକ ଥର ଆଉଟ କରିବା ମାମଲାରେ ହମବତନ ଆଦିଲ ରାସିଦଙ୍କ ସହ ସମାନ ରୂପରେ ଦ୍ୱିତୀୟ ନମ୍ବରରେ ପହଁଚିଯାଇଛନ୍ତି। ରାସିଦ ଓ ମୋଇନ କୋହଲିଙ୍କୁ ୯-୯ ଥର ଆଉଟ କରିଛନ୍ତି। ଏହି ମାମଲାରେ ପ୍ରଥମ ନମ୍ବରରେ ଟିମ ସାଉଦି ଅଛନ୍ତି। ନ୍ୟୁଜଲ୍ୟାଣ୍ଡର ଏହି ପ୍ରେସ ବୋଲର କୋହଲିଙ୍କୁ ୧୦ ଥର ଆଉଟ କରିଛନ୍ତି।ଇଣ୍ଟରନେସନାଲ କ୍ରିକେଟରେ ମୋଇନ ଅଲ୍ଲୀଙ୍କ ଛଡା ଏପରି ଦୁଇଜଣ ବୋଲର (ନାଥନ କୁଲଟର ନାଇଲ ଓ ସେଲ୍ଡନ କଟ୍ରେଲ) ଯିଏକି କୋହଲିଙ୍କୁ ୨ ଥର ବୋଲ୍ଡ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *