IND VS ENG: ମ୍ୟାଚ ପୂର୍ବରୁ ଜୋ ରୁଟଙ୍କ ବଡ ବୟାନ।ଚତୁର୍ଥ ଟେଷ୍ଟ ପିଚକୁ ନେଇ କହିଦେଲେ ଏହି ବଡ଼ କଥା।

ଇଂଲଣ୍ଡର ଅଧିନାୟକ ଜୋ ରୁଟ ଚତୁର୍ଥ ଟେଷ୍ଟ ପୂର୍ବରୁ ବଡ ବୟାନ ଦେଇଛନ୍ତି। ସେ କହିଲେ କି ଚତୁର୍ଥ ଟେଷ୍ଟ ପାଇଁ ହୋଇଥିବା ପିଚ ତୃତୀୟ ଟେଷ୍ଟ ଭଳି। ଏଥିରେ ଅଫ ସ୍ପିନର ଡମ ବେସଙ୍କ ଖେଳିବା ନିଶ୍ଚିତ ଅଟେ। ତୃତୀୟ ମ୍ୟାଚ ମୋଟେରାରେ ଖେଳାଯାଇଥିଲା ଓ ଏହା ୨ ଦିନରେ ସମାପ୍ତ ହୋଇଯାଇଥିଲା। ଚତୁର୍ଥ ଟେଷ୍ଟ ମଧ୍ୟ ମୋଟେରାରେ ଅନୁଷ୍ଠିତ ହେବ।

Google

ଜୋ ରୁଟ କହିଲେ,”ଏହି ପିଚ ବିଲକୁଲ ପୂର୍ବ ପିଚ ଭଳି ଦିଶୁଛି। ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ଏହା ଯେ ଆମେ ପୂର୍ବ ୨ ମ୍ୟାଚର ଭୁଲ ଜାଣିଲୁ ଓ ଏହାକୁ ଆଡେଇବାକୁ ଚେଷ୍ଟା କରିବୁ। ପ୍ରଥମ ପାରିରେ ରନ କରିବା ମହତ୍ତ୍ୱପୂର୍ଣ୍ଣ ଅଟେ।ଏହାଦ୍ବାରା ଆପଣ ବିରୋଧୀ ଟିମ ଉପରେ ପ୍ରେସର ପକେଇପାରିବେ। “ସେ କହିଲେ,”ଯଦି ବ୍ୟାଟ୍ସମ୍ୟାନ ଭାବରେ ରନ କରିପାରୁନାହଁ ତେବେ ଆପଣଙ୍କୁ ସୁଧାର ଆଣିବାକୁ ପଡିବ ଓ ଆମେ ମଧ୍ୟ ଏହା ହିଁ କରିଛୁ। ଯଦି ଏଥର ସେହିପରି ପିଚ ହେବ ତ ଆମେ ବଡ଼ ଭାଗିଦାରୀ କରିବୁ ଓ ଅଧିକ ରନ କରିବୁ।”

ଇଂଲଣ୍ଡ ଅଧିନାୟକ କହିଲେ କି ଏ ପର୍ଯ୍ୟନ୍ତ ଚୂଡାନ୍ତ ଏକାଦଶ ବହାରିନାହିଁ ହେଲେ ଏଥିରେ ଅଫ ସ୍ପିନର ଡମ ବେଶ ଖେଳିବାର ନଜର ଆସିବେ। ସେ କହିଲେ କି ,”ଆମେ ଏବେ ୱିକେଟ ଦେଖିବୁ ଓ ଟସ ପରେ ହିଁ ଟିମ କହିବୁ। ବେଶ ଭଲ ଟେନିଂ କରୁଛନ୍ତି। ଆମେ ଆଶା କରୁଛୁ କି ଯଦି ସେ ଖେଳିବେ ସେ ଏହି ପିଚର ବହୁତ ଫାଇଦା ଉଠେଇବେ। ‘ଇଂଲଣ୍ଡ ଟିମ ତୃତୀୟ ଟେଷ୍ଟରେ ପରାଜୟ ପରେ ୱାଲର୍ଡ଼ ଟେଷ୍ଟ ଚ୍ୟାମ୍ପିୟାନସିପରୁ ବାହାରି ଯାଇଛି। ମୋଟେରାରେ ଟିମ ଇଣ୍ଡିଆକୁ ସେ କେବେ ହରେଇନାହିଁ। ୩ ଟିଟେଷ୍ଟ ମ୍ୟାଚ ପରେ ଭାରତ ୨-୧ ରେ ଆଗୁଆ ଅଛି।

Google

ସହାୟକ କୋଚ କଳିଙ୍ଗଉଡ଼ ସହିତ କିଛି ଖେଳାଳି ରୋଗାକ୍ରାନ୍ତ: ଚତୁର୍ଥ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଟିମକୁ ଝଟକା ଲାଗିଛି। ସହାୟକ କୋଚ୍ କଳିଙ୍ଗଉଡ଼ ସହିତ କିଛି ଖେଳାଳି ରୋଗାକ୍ରାନ୍ତ ହୋଇଛନ୍ତି । ଖବର ମୁତାବକ ତାଙ୍କୁ ଡାଇରିଆ ହୋଇଛି ଯାହା ଜୋ ରୁଟ ପୃଷ୍ଟି କରିଛନ୍ତି। ସେ କହିଛନ୍ତି କି ଅହମ୍ମଦାବାଦରେ ତାପମାତ୍ରା ବୃଦ୍ଧି ପାଇଁ ଏହା ହୋଇଛି।ଅନ୍ତିମ ଏକାଦଶରେ ସେହି ଖେଳାଳି ଖେଳିବେ ଯିଏ ପୁରା ଫିଟ ଥିବେ। ରୁଟ କହିଛନ୍ତି କି ଟିମ ମ୍ୟାନେଜମେଣ୍ଟ ସ୍ଥିତି ପରଖୁଛନ୍ତି। ସତ କଥା ହେଲା ଜଣା ନାହିଁ କେତେ ଖେଳାଳିଙ୍କ ଦେହ ଖରାପ । ସମସ୍ତେ ମଙ୍ଗଳବାର ପ୍ରାକ୍ଟିସରେ ଭାଗ ନେଲେ। ହେଲେ ଯେଉଁ ଖେଳାଳି ଟେଷ୍ଟ ପାଇଁ ଉପଲବ୍ଧ ହୋଇପାରିବେ,ଆମେ ତାଙ୍କ ମଧ୍ୟରୁ ବେଷ୍ଟକୁ ମୌକା ଦବୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *