ଚଳିତ ଆଇପିଏଲ ସିଜିନର ୬୮ ତମ ମ୍ୟାଚ ଇତି ମଧ୍ୟରେ ଶେଷ ହୋଇ ଯାଇଛି। ଏହି ମ୍ୟାଚଟି ମୁମ୍ବାଇର ବାର୍ବନ ଷ୍ଟାଡିୟମରେ ଖେଳା ଯାଇଥିଲା ରାଜସ୍ଥାନ ରୟାଲସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ। ଏହି ମ୍ୟାଚକୁ ରାଜସ୍ଥାନ ରୟାଲସ ୫ ୱିକେଟରେ ଜିତି ନେଇଛି। ଟସ ଜିତି ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ ନିର୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୦ ରନ ସଂଗ୍ରହ କରିଥିଲା। ଓପନର ଋତୁରାଜ ଗାଏକୱାଡ଼ ପୁଣି ଥରେ ନିଜ ଚମକ ଦେଖାଇବାରେ ଫେଲ ମାରିଥିଲେ। ସେ ୬ ବଲରେ ୨ ରନ କରି ଆଉଟ ହୋଇଥିଲେ।
ଏହାପରେ ଡେଭନ କନୱେ ମଧ୍ୟ ୧୪ ବଲରେ ୧୬ ରନ କରି ଆଉଟ ହୋଇଥିଲେ। ଋତୁରାଜଙ୍କ ୱିକେଟ ପରେ ନିଜ ଧୁଆଁଧାର ବ୍ୟାଟିଂର ପ୍ରଦର୍ଶନ ଦେଖାଇଥିଲେ ମୋଇନ ଅଲ୍ଲୀ। ସେ ୫୭ ବଲରୁ ୯୩ ରନର ଏକ ଆକର୍ଷଣୀୟ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସରେ ୧୩ ଟି ଚୌକା ଏବଂ ୩ ଟି ଛକା ସାମିଲ ଥିଲା। ଯାହାଦ୍ୱାରା ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ପରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା।
ଅନ୍ୟ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ଏନ ଜଗଦୀଶନ ୪ ବଲରେ ମାତ୍ର ୧ ରନ, ଆମ୍ବତି ରାୟୁଡ଼ ୬ ବଲରେ ମାତ୍ର ୩ ରନ କରି ଆଉଟ ହୋଇ ଯାଇଥିଲେ। ଅଧିନାୟକ ମହେନ୍ଦ୍ର ସିଂ ଧୋନି ମୋଇନ ଅଲ୍ଲୀଙ୍କ ସହ ମିଶି ଗୋଟିଏ ଛକା ଏବଂ ଗୋଟିଏ ଚୌକା ମାରି ୨୮ ବଲରେ ୨୬ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ସେ ୟୁଜବେନ୍ଦ୍ର ଚାହଲଙ୍କ ବଲରେ ଜୋସ ବଟଲରଙ୍କ ହାତରେ କ୍ୟାଚ ହୋଇଥିଲେ। ଏହାପରେ ମିଚେଲ ସେଣ୍ଟନର ୨ ବଲରେ ୧ ରନ ଏବଂ ସିମରଜିତ ସିଂ ୩ ବଲରେ ମାତ୍ର ୩ ରନ କରି ନଟ ଆଉଟ ରହିଥିଲେ। ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚାହଲ ଏବଂ ଓବେଡ଼ ମ୍ୟାକ୍ୱେ ସର୍ବାଧିକ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଏହାର ଜବାବରେ ରାଜସ୍ଥାନର ଓପନର ଜୋସ ଵଟଲର ଏବଂ ୟସସ୍ୱି ଜୟଶୱାଲ ଓପନିଙ୍ଗ ଆରମ୍ଭ କରିଥିଲେ। କିନ୍ତୁ ଜୋସ ଵଟଲର ୨ ରନରେ ମୋଇନ ଅଲ୍ଲିଙ୍କ ହାତରେ କ୍ୟାଚ ହୋଇଥିଲେ। ଏହାପରେ ଅଧିନାୟକ ସଂଜୁ ସାମସନ ଏବଂ ୟସସ୍ୱି ଜୟଶୱାଲ ଦ୍ଵିତୀୟ ଉଇକେଟ ଯୋଡିରେ ୫୧ ରନ ସ୍କୋର କରିଥିଲେ। ଏହାପରେ ସଂଜୁ ସାମସନ ୨୦ ବଲରେ ୧୫ ରନ କରି ଆଉଟ ହେବା ପରେ ଦେବିଦତ ପାଡିକଲ ମଧ୍ୟ ନିଜ ଖାସ ପ୍ରଦର୍ଶନ କରି ପାରି ନଥିଲେ।
ସେ ମଧ୍ୟ ୯ ବଲରେ ୩ ରନ ସଂଗ୍ରହ କରି ମୋଇନ ଅଲ୍ଲୀଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ରବିଚନ୍ଦ୍ରନ ଅଶ୍ୱିନୀ ଧର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ ଏବଂ ଏହାପରେ ଦଳ ୧୦୪ ସ୍କୋର ବେଳେ ୟସସ୍ୱି ଜୟଶୱାଲଙ୍କ ରୂପରେ ନିଜର ଚତୁର୍ଥ ୱିକେଟ ହରାଇ ଥିଲା। ୟସସ୍ୱି ଜୟଶୱାଲ ୪୪ ବଲରେ ୫୯ ରନ ସଂଗ୍ରହ କରିଥେ। ଏଥିରେ ୮ ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ଏହାପରେ ସିମରନ ହେଟମେୟର ମଧ୍ୟ ୭ ବଲରେ ମାତ୍ର ୬ ରନ କରି ଆଉଟ ହୋଇଥିଲେ।
ରବିଚନ୍ଦ୍ରନ ଅଶ୍ୱିନୀ ରିୟାନ ପରାଗଙ୍କ ସହିତ ମିଶି ଧୁଆଁଧାର ବ୍ୟାଟିଂ କରିଥିଲେ। ସେ ମାତ୍ର ୨୩ ବଲରେ ୪୦ ରନ କରି ଦଳକୁ ବିଜୟୀ କରାଇଥିଲେ। ଚେନ୍ନାଇ ପକ୍ଷରୁ ପ୍ରଶାନ୍ତ ସୋଲାଙ୍କି ସର୍ବାଧିକ ଦୁଇଟି ୱିକେଟ ନେଇଥିଲେ। ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ସମ୍ମାନ ଦିଆ ଯାଇଥିଲା। ଏହି ମ୍ୟାଚ ଜିତିବା ସହିତ ରାଜସ୍ଥାନ ରୟାଲସ ନିଜ ପାଇଁ ଦ୍ଵିତୀୟ ସ୍ଥାନ ପକ୍କା କରିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।