RR vs LSG: ରାଜସ୍ଥାନକୁ ମିଳିଲା ବିଜୟ! ଲକ୍ଷନୌ କୁ ମିଳିଲା ପରାଜୟ! ଟପ-୨ ଲଢେଇ ରୋମାଂଚକର!

ବ୍ୟୁରୋ ରିପୋର୍ଟ: ରାଜସ୍ଥାନ ରୟାଲ୍ସ ଟପ-୨ରେ ପହଁଚିବାର ନିଜଆଶାକୁ ଜୀବିତ ରଖିଛି। ଆଇପିଏଲ ୨୦୨୨ର ୬୩ ତମ ମ୍ୟାଚରେ ରାଜସ୍ଥାନ ଲକ୍ଷନଉକୁ ୨୪ ରନରେ ହରାଇଦେଇଛି। ଏହା ଟିମର ୧୩ ତମ ମ୍ୟାଚରେ ୮ମ ବିଜୟ ଅଟେ। ଲକ୍ଷନୌ ଟିମ ମଧ୍ୟ ୧୩ ଟି ମ୍ୟାଚରୁ ୮ ଟି ଜିତିଛି। ଶେଷ ମ୍ୟାଚ ପରେ ଟପ-୨ ଟିମ ଜଣାପଡିବେ। ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ କାରଣ ଟପ-୨ ଟିମଙ୍କୁ ଫାଇନାଲରେ ପହଁଚିବା ପାଇଁ ଦୁଇଟି ମୌକା ମିଳିଥାଏ। ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଙ୍ଗ କରି ୬ ୱିକେଟ ହରାଇ ୧୭୮ ରନ କରିଥିଲା। ୟସସ୍ୱି ଜୟସୱାଲ ସବୁଠୁ ଅଧିକ ୪୧ ରନ କରିଥିଲେ। ଜବାବରେ ଲକ୍ଷନୌ ଟିମ ୮ ୱିକେଟ ହରାଇ ୧୫୪ ରନ ହିଁ କରିପାରିଲା। ଏହି ମ୍ୟାଚ ପରେ ଲକ୍ଷନୌ ଦ୍ୱିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଓ ରାଜସ୍ଥାନ ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଚାଲିଆସିଛି। ଗୁଜରାଟ ଶୀର୍ଷରେ ଅଛି।

Google

ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଲକ୍ଷନୌର ଆରମ୍ଭ ବହୁତ ଖରାପ ରହିଲା। ତୃତୀୟ ଓଭରରେ ବୋଲଟ ଡିକକ(୭) ଙ୍କୁ ଓ ପର ବଲରେ ଆୟୁଷ ବଦୋନିଙ୍କୁ ଆଉଟ କରିଦେଇଥିଲେ। କେଏଲ ରାହୁଲ ମଧ୍ୟ ପ୍ରେସରରେ ଆସି ୧୦ ରନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ହୋଇଗଲେ।

ପାଣ୍ଡ୍ୟା ଓ ହୁଡ୍ଡା ସମ୍ଭାଳିଲେ:

୨୯ ରନରେ ୩ ଟି ୱିକେଟ ଗଳିବା ପରେ କୁନାଲ ପାଣ୍ଡ୍ୟା ଓ ଦୀପକ ହୁଡା ପାରିକୁ ସମ୍ଭାଳିଥିଲେ। ଦୁହେଁ ଚତ୍ରୁର୍ଥ ୱିକେଟ ପାଇଁ ୬୫ ରନର ପାର୍ଟନରସିପ କରିଥିଲେ। ପାଣ୍ଡ୍ୟା ୨୫ ରନ କରି ଅଶ୍ୱିନୀଙ୍କ ଶିକାର ହୋଇଗଲେ। ଟିମ ୧୫ ଓଭରରେ ୧୦୦ ରନ ପୁରା କରିଥିଲା। ଟିମକୁ ଶେଷ ୫ ଓଭରରେ ୭୨ ରନର ଆବଶ୍ୟକ ଥିଲା ଓ ହାତରେ ୬ ଟି ୱିକେଟ ବାକିଥିଲା।

Google

ଦୀପକ ହୁଡ୍ଡାଙ୍କ ଚତ୍ରୁର୍ଥ ଅର୍ଦ୍ଧଶତକ:

ଏହା ମଧ୍ୟରେ ହୁଡା ୩୩ବଲରେ ନିଜର ଅର୍ଦ୍ଧଶତକ ପୁରା କରିଥିଲେ। ୧୬ ତମ ଓଭରରେ ୟୁଜବେନ୍ଦ୍ର ଚହଲ ୫୯ ରନରେ ଖେଳୁଥିବା ହୁଡ୍ଡାଙ୍କୁ ଆଉଟ କରିଦେଇଥିଲେ। ୧୭ ତମ ଓଭରରେ ହୋଲ୍ଡର ମଧ୍ୟ ମକାଏଙ୍କ ବଲରେ ଆଉଟ ହୋଇଥିଲେ।ଏହାପରେ ୧୭ ତମ ଓଭରର ଶେଷ ବଲରେ ମକାଏ ଚମୀରାଙ୍କୁ ଆଉଟ କରିଥିଲେ।

୧୮ ତମ ଓଭରରେ ଚହଲ ମାତ୍ର ୧୦ ରନ ଦେଲେ। ମାର୍କସ ଷ୍ଟୋଇନିକ୍ସ ବ୍ୟାଟିଙ୍ଗ କରୁଥିଲେ। ଶେଷ ଓଭରରେ ୩୪ ରନର ଆବଶ୍ୟକତା ଥିଲା।ଷ୍ଟୋଇନିକ୍ସ ପ୍ରସିଦ୍ଧ କୃଷ୍ଣାଙ୍କ ପ୍ରଥମ ବଲରେ ଛକା ମାରି ପର ବଲରେ ୨୭ ରନ କରି ଆଉଟ ହୋଇଗଲେ।

ସୈମସନ ଓ ପଡିକଲ ଚାଲିଲେ:

ରାଜସ୍ଥାନ ଯସସ୍ୱି ଜୟସୱାଲ(୪୧),ସଞ୍ଜୁସୈମସନ (୩୨) ଓ ଦେବଦତ ପଡିକଲଙ୍କ (୩୯) ରନ ପାରି ଦ୍ଵାରା ୬ ୱିକେଟ ହରାଇ ୧୭୮ ରନ କରିପାରିଥିଲା। ଶେଷରେ ଆର ଅଶ୍ୱିନୀ(୧୦*) ଓ ବୋଲଟ(୧୭*) ରନର ନଟଆଉଟ ପାରି ଖେଳି ରାଜସ୍ଥାନର ସ୍କୋର ୧୭୮ ପାର କରିଥିଲେ। ଏହି ମ୍ୟାଚରେ ଅରେଞ୍ଜ କ୍ୟାପ ହୋଲ୍ଡର ଜୋସ ବଟଲର ଅସଫଳ ରହିଲେ। ସେ ମାତ୍ର ୨ ରନ କରି ଆଉଟ ହୋଇଗଲେ। ଲକ୍ଷନୌ ପାଇଁ ରବି ବିସ୍ନୋଇ ୨ ଟି, ଆବେଶ ଖାନ,ହୋଲ୍ଡର ଓ ଆୟୁଷ ବଦୋନି ୧ ଟି ଲେଖା ୱିକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *