ବ୍ୟୁରୋ ରିପୋର୍ଟ: ଲେଗ ସ୍ପିନର ଚାହଲଙ୍କ ସୁନ୍ଦର ବୋଲିଙ୍ଗ ଓ ୟସସ୍ୱି ଜୟସୱାଲଙ୍କ(୬୮) ରନର ଅର୍ଦ୍ଧଶତକ ପାରି ଦ୍ଵାରା ରାଜସ୍ଥାନ ପଞ୍ଜାଵ ଉପରେ ୬ ୱିକେଟରେ ବଜୟ ହାସଲ କରିଛି। ଏହିପରି ରାଜସ୍ଥାନ ୧୧ ମ୍ୟାଚରେ ୭ ମ ବିଜୟ ହାଲସ କରି ୧୪ ଅଙ୍କ ସହ ଅଙ୍କ ତାଲିକାରେ ତୃତୀୟ ସ୍ଥାନରେ ପହଁଚିଛି। ସେହିପରି ଏହା ପଞ୍ଜାଵର ୧୧ ଟି ମ୍ୟାଚରେ ୬ ନମ୍ବର ପରାଜୟ ଅଟେ ଓ ଟିମ ୫ ଟି ମ୍ୟାଚ ଜିତିଛି।

ପଞ୍ଜାଵ ଟିମର ୧୯୦ ରନର ଲକ୍ଷ୍ୟକୁ ରାଜସ୍ଥାନ ଟିମ ୧୯.୪ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା। ପଞ୍ଜାଵ ପାଇଁ ଅର୍ସଦୀପ ସିଂହ ୨ ଟି ଓ ରବାଡ଼ା ଓ ଋଷି ଧାୱନ ଗୋଟେ ଗୋଟେ ୱିକେଟ ନେଇଥିଲେ।
ବଟଲର ଓ ୟସସ୍ୱି ଜୟସୱାଲଙ୍କ ଯୋଡି କରିଥିଲା ଭଲ ଆରମ୍ଭ:
୧୯୦ ରନର ପିଛା କରିବାକୁ ଓହ୍ଲାଇଥିବା ରାଜସ୍ଥାନର ଆରମ୍ଭ ଭଲ ହୋଇଥିଲା। ବଟଲର ଓ ୟସସ୍ୱି ଜୟସୱାଲ ଭଲ ଆରମ୍ଭ କରି ୪୮ ରନର ଓପନିଙ୍ଗ ପାର୍ଟନରସିପ କରିଥିଲେ। ବଟଲର ୧୬ ବଲରେ ୩୦ ରନ କରି ରବାଡ଼ାଙ୍କ ଶିକାର ହୋଇଥିଲେ। ଏହା ପରେ ସଞ୍ଜୁ ସାମସନ ୧୨ ବଲରେ ୨୩ ରନ କରି ଋଷି ଧାୱନଙ୍କ ବଲରେ ଆଉଟ ହୋଇଥିଲେ।

ରାଜସ୍ଥାନକୁ ତୃତୀୟ ଝଟକା ୟସସ୍ୱି ଜୟସୱାଲଙ୍କ ରୂପରେ ଲାଗିଲା କିନ୍ତୁ ସେ ଆଉଟ ହେବା ପୂର୍ବରୁ ୬୮ ରନ କରିଥିଲେ। ଏହା ପରେ ଦେବଦତ ପଡିକଲ ୩୨ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ତାଙ୍କୁ ଓ ୟସସ୍ୱି ଜୟସୱାଲଙ୍କୁ ଅର୍ସଦୀପ ଆଉଟ କରିଥିଲେ।
ପଞ୍ଜାଵ କିଙ୍ଗସ ୫ ୱିକେଟ ହରାଇ ୧୮୯ ରନ କରିଥିଲା:
ପଞ୍ଜାଵ ପ୍ରଥମେ ବ୍ୟାଟିଙ୍ଗ କରି ଜନି ବେୟରଷ୍ଟୋଙ୍କ ଅର୍ଦ୍ଧଶତକ ଓ ଜିତେସ ଶର୍ମାଙ୍କ ସୁନ୍ଦର ପାରି ଦ୍ଵାରା ୫ ୱିକେଟ ହରାଇ ୧୮୯ ରନ କରିଥିଲା। ଜନୀ ବେୟରଷ୍ଟୋ ୫୬ ରନ କରିଥିଲେ, ଜିତେସ ଶର୍ମା ୩୮ ରନ ନଟଆଉଟ, ଲିଭିଙ୍ଗଷ୍ଟୋନ ୨୨ ପଞ୍ଚମ ୱିକେଟ ପାଇଁ ୫୦ ରନର ପାର୍ଟନରସିପ କରିଥିଲେ। ସେହିପରି ଭାନୁକା ରାଜପକ୍ଷେ ୨୬ ରନର ଗୁରୁତ୍ୱପୂର୍ଣ୍ଣ ପାରି ଖେଳିଥିଲେ।

ରାଜସ୍ଥାନ ତରଫରୁ ଚାହଲ ତିନୋଟି ୱିକେଟ ନେଇଥିଲେ:
ରାଜସ୍ଥାନ ପକ୍ଷରୁ ଚହଲ ୨୮ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ପ୍ରସିଦ୍ଧ କ୍ରିଷ୍ଣା ୪୮ ରନ ଦେଇ ୧ ଟି ୱିକେଟ ନେଇଥିଲେ। ସେହିପରି ଆର ଅଶ୍ୱିନୀ ମଧ୍ୟ ଗୋଟେ ୱିକେଟ ନେଇଥିଲେ। ଶେଷରେ ରାଜସ୍ଥାନ ତରଫରୁ ସିମରାନ ହେଟମାୟର ୧୬ ବଲରେ ୩୧ ରନ କରି ରାଜସ୍ଥାନକୁ ବିଜୟ ଦେଇଥିଲେ। ଧାୱନ ୧୨ ରନ ହିଁ କରିପାରିଥିଲେ। ଏହିପରି ପଞ୍ଜାଵ କିଙ୍ଗସ ଏବେ ୭ ମ ସ୍ଥାନରେ ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।