ବିଛଣାରେ ୪ ବର୍ଷ ଧରି ରୁବେନ, ବୃଦ୍ଧା ମାଆ ଓ ୩ଝିଅଙ୍କ ଉପରେ ପାଲଟିଲେ ବୋଝ

ମାସେ କି ଦୁଇମାସ ନୁହଁ ବରଂ ଚାରି ଚାରି ବର୍ଷ ହେବ ବିଛଣାରେ ପଡିଛନ୍ତି ଆଉ ରୋଜଗାର କରିବା ବୟସରେ ସୋଇ ସୋଇ ବିଛଣା ଉପରେ ସମୟ କାଟୁଛନ୍ତି। ଘରେ ରୋଜଗାରର ମାଧ୍ୟମ ନାମରେ କହିଲେ କେବଳ ତାଙ୍କ ବୁଢ଼ା ମା ଆଉ ଝିଅ ହି ରୋଜଗାର କରୁଛନ୍ତି। ତାଙ୍କରି ଦିନ ତମାମ କାମ କରିବା ଦ୍ୱାରା ଯାହା ଘରକୁ ଆସିବ ତାହାରି ଦ୍ୱାରା ହି ଘର ଚାଲୁଛି। ବିଛଣାରେ ହିଁ ଦିନ କାଟୁଛନ୍ତି ଆଉ ସେହିଠାରେ ଝାଡା, ପରିଶ୍ରା ଇତ୍ୟାଦି ସବୁ କରୁଛନ୍ତି। ଅନ୍ୟର ସାହାରାରେ ଆଗକୁ ଯାଉଛନ୍ତି ଆଉ କେହି ଧରିଲେ ହି ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ କଷ୍ଟରେ ଯାଇପାରୁଛନ୍ତି। ଜୟପୁର ପୌରପାଳିକା ଅନ୍ତର୍ଗତ ହାନାଗୁଡା ଅଞ୍ଚଳରେ ଏମିତି ଏକ ଦୁଃଖ ଦାୟକ ଘ-ଟ-ଣା ଦୃଶ୍ୟମାନ ହୋଇଅଛି। ଏଠାରେ ରଂଗାମିସ୍ତ୍ରୀ ଭାବେ କାମ କରୁଥିବା ରୁବେନ ଧାନଫୁଲଙ୍କ ଶରୀର ଆଉ ଠିକ ଅବସ୍ଥାରେ ନାହିଁ।

ତାଙ୍କ ପରିବାର ଭିତରେ ବୁଢ଼ୀ ମା ଧର୍ଯ୍ୟମଣି, ଆଉ ତାଙ୍କର ତିନି ଜଣ ଝିଅ କଳ୍ପନା(୧୪), ରିଧିମ(୧୦) ଏବଂ ଲାବଣ୍ୟ(୧୩) ଅଛନ୍ତି। ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଏକ ଜ୍ୱର କାରଣରୁ ଆଠ ବର୍ଷ ଆଗରୁ ହିଁ ହେଇଯାଇଥିଲା ଆଉ ତାହା ପରଠୁ ରୁବେନଙ୍କର ମାତା ତାଙ୍କ ତିନି ଝିଅଙ୍କର ଲାଳନ ପାଳନ କରୁଥିଲେ। ତାଙ୍କର ମା ପଲିଥିନ ବ୍ୟାପାର କରୁଥିଲେ ଆଉ ନିଜେ ରୁବେନ ରଙ୍ଗ ମିସ୍ତ୍ରୀ କାମ କରି ପରିବାର କଷ୍ଟରେ ଚଳାଇ ନେଉଥିଲେ। ମାତ୍ର ତାହାପରେ ହଠାତ ରୁବେନଙ୍କର ପରିଶ୍ରା ବନ୍ଦ ହେଇଯାଇଥିଲା।

Google

ଏହାର ଚିକିତ୍ସା ପାଇଁ ସେ ନବରଙ୍ଗପୁର ମେଡ଼ିକାଲରେ ଦେଖାଇଥିଲେ ଆଉ ତାଙ୍କର ଅସ୍ତ୍ରୋପଚାର ହେଲା ବୋଲି ଜଣା ଯାଇଥିଲା। ସେଥିରେ ତାଙ୍କର ସବୁ ସଞ୍ଚୟ ଟଙ୍କା ଖର୍ଚ୍ଚ ହେଇଗଲା। ଏହାପରେ ତାଙ୍କର ଅସ୍ତ୍ରୋପଚାର ଜାଗାରୁ ପୁଣି ଜୋର ଦର୍ଜ ହେବାକୁ ଲାଗିଲା। ସେ ପୁଣି ହ-ସ୍ପି-ଟା-ଲରେ ଦେଖାଇବା ପରେ ତାଙ୍କୁ ଡାକ୍ତର ସେହିଠାରେ ଅସ୍ତ୍ରୋପଚାର କରିବାକୁ ପୁଣି କହିଲେ। ମାତ୍ର ରୁବେନଙ୍କ ପାଖରେ ଟଙ୍କା ରହିନଥିଲା ବୋଲି ଜଣା ଯାଇଥିଲା। ତେଣୁ ସେ ଆସିଗଲେ ଘରକୁ ଆଉ ଏବେ ସେ ଘରେ ହିଁ ଅଛନ୍ତି। ଡାକ୍ତରଙ୍କର ପରାମର୍ଶରେ ଔଷଧ ଆଣି ଖାଇଲେ ବି ସେ ଆଜିଯାଏ ବିଛଣାରେ ପଡି ରଖିଛନ୍ତି।

ଦିନଯାକ କାର୍ଯ୍ୟ ତୁଲାଇବା ପରେ ଟଙ୍କା ରୋଜଗାର ହେଉଥିଲା ଆଉ ଏବେ ତାଙ୍କ ଘର ଚାଲୁଛି ବହୁତ ଅସୁବିଧାର ସହ। ରୋଜଗାରିଆ ପୁଅ ବିଛଣାରେ ପଡିଯିବା ପରେ ଏବେ ତାଙ୍କ ଘର ଉପରେ ଦୁର୍ଦଶା ଲାଗି ରହିଛି। ବୁଢ଼ୀ ମା ପଲିଥିନ ବିକ୍ରେ କରି ଟଙ୍କା ପାଉଥିବା ବେଳେ ବଡ଼ ଝିଅ ଯାହା କିଛି ଦିନ କାମ ପାଉଛି କରୁଛି ଆଉ ତାହାକୁ ବି ସବୁଦିନ କାମ ମିଳିପାରିନାହିଁ। ଏହି ଅସୁବିଧା ପରିସ୍ଥିତିରେ ଘର ଚଳେଇବାରେ ଅସୁବିଧା ହେଉଛି ରୁବେନଙ୍କର ମା ଧର୍ଯ୍ୟମଣିଙ୍କୁ ଆଉ ପୁଅର ଚିକିତ୍ସା ପାଇଁ ଚିନ୍ତା ହେଉଛି । ଏହି ଅସୁବିଧା କଥା କହୁଥିବା ଆମୟରେ ଆଖିରୁ ଧାର ଧାର ଲୁହ ଗଡିଯାଉଛି ତାଙ୍କର। ସାହାଯ୍ୟର ଆଶା କରୁଛନ୍ତି ତାଙ୍କର ମା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *