ବଦଳିଲା ୬୫ ବର୍ଷର ଆଇନ: ଆଳୁ, ପିଆଜ, ଡାଲି ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍‌

ବଦଳିଲା ୬୫ ବର୍ଷର ଆଇନ: ଆଳୁ, ପିଆଜ, ଡାଲି ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍‌, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ଆଳୁ, ଡାଲି, ପିଆଜ, ଖାଇବା ତେଲ, ତୈଳବୀଜ ଏବଂ ଶସ୍ୟ ଆଦିକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିସରରୁ ବାଦ୍‌ ଦିଆଯାଇଛି । ୬୫ ବର୍ଷ ପୁରୁଣା ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ସଂଶୋଧିତ କରି କେନ୍ଦ୍ର ସରକାର ଏ ନିଷ୍ପତ୍ତି ନେଇଛନ୍ତି ।

ଚାଷୀ ନିଜ ଲାଭ ଅନୁସାରେ ଏହି ସାମଗ୍ରୀଗୁଡ଼ିକୁ ରପ୍ତାନି କରିପାରିବେ, ବିକ୍ରି କରିପାରିବେ କିମ୍ବା ମହଜୁଦ ରଖିପାରିବେ । ଏ ନିଷ୍ପତ୍ତି ସେମାନଙ୍କର । ଏହା ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ । ଫଳରେ ସେମାନଙ୍କ ଆୟ ବଢ଼ିବ । ଏହା କରି ସରକାର ଦୀର୍ଘ ୫୦ ବର୍ଷ ଧରି ଚାଷୀମାନେ କରି ଆସୁଥିବା ଦାବି ଉପରେ ମୋହର ଲଗାଇଛନ୍ତି । ତେବେ କେବଳ ପ୍ରାକୃତିକ ଦୁର୍ବିପାକ, ଯୁଦ୍ଧ କିମ୍ବା ଦରବୃଦ୍ଧି ପରିସ୍ଥିତିରେ ହିଁ ଏହା କାର୍ଯ୍ୟ କରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି ।

Potato, onion prices ruled high in only 3-4 centres: Govt - The ...
Google

ଏକ ରାଷ୍ଟ୍ର ଏକ ବଜାର ଦିଗରେ ଭାରତ ବଢ଼ୁଛି । ଏଥିପାଇଁ ଆଇନ ପ୍ରସ୍ତୁତ କରାଯିବ ବୋଲି ଜାବଡେକର ସୂଚନା ଦେଇଛନ୍ତି । ସେ କହିଛନ୍ତି, କୃଷି କ୍ଷେତ୍ରରେ ବଡ଼ ସଂସ୍କାର ଆସିଛି । ଚାଷୀମାନେ ଯେଉଁଠି ଚାହିଁବେ ନିଜ ଉତ୍ପାଦକୁ ବିକ୍ରି କରିପାରିବେ । ଯେଉଁଠୁ ଅଧିକ ଦର ମିଳିବ ସେଠାରେ ସାମଗ୍ରୀ ବିକ୍ରି କରିବେ । ଏହାଦ୍ୱାରା ସେମାନେ ସମାଜର ମୁଖ୍ୟ ସ୍ରୋତକୁ ଆସିବେ । କୃଷି କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆସିବ ।

ଏହା ସହିତ କୃଷି ଉତ୍ପାଦ କ୍ଷେତ୍ରରେ ବାଧକ ମୁକ୍ତ ବାଣିଜ୍ୟ ସୁନିଶ୍ଚିତ କରିବା ପାଇଁ ‘ଦ ଫାର୍ମିଂ ପ୍ରଡ୍ୟୁସ୍‌ ଟ୍ରେଡ୍‌ ଆଣ୍ଡ୍‌ କମର୍ସ(ପ୍ରମୋସନ୍‌ ଏବଂ ଫାସିଲିଟେସନ୍‌)-୨୦୨୦’କୁ ଅନୁମୋଦନ ମିଳିଛି । ଅଧିକ ଦରର ଗ୍ୟାରେଣ୍ଟି ଉପରେ ଏକ ନିଷ୍ପତ୍ତି ନିଆଯାଇଛି । ସେ ରପ୍ତାନିକାରୀ ହୁଅନ୍ତୁ ଅବା ପ୍ରୋସେସର, ଆଗ୍ରିଗେଟର ହୁଅନ୍ତୁ, ପାଇକାରୀ ବ୍ୟବସାୟୀ ହୁଅନ୍ତୁ ଅବା ବଡ଼ ରିଟେଲର କୃଷି ଉତ୍ପାଦକୁ ପାରସ୍ପରିକ ବୁଝାମଣାରେ ବିକ୍ରି କରିବାର ସୁବିଧା ଦିଆଯିବ । ଏହି କ୍ରମରେ ‘ଦ ଫାର୍ମର୍ସ(ଏମ୍ପାୱାରମେଣ୍ଟ ଆଣ୍ଡ୍‌ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍‌ ପ୍ରାଇସ୍‌ ଆସ୍ୟୁରାନ୍ସ ଆଣ୍ଡ୍‌ ଫାର୍ମ ସର୍ଭିସେସ୍‌ ଅର୍ଡିନାନ୍ସ-୨୦୨୦’କୁ ମଞ୍ଜୁରି ମିଳିଛି । ଏହାଦ୍ୱାରା ଯୋଗାଣ ଶୃଙ୍ଖଳ ମଜଭୁତ ହେବ । ଭାରତ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଆଳୁ, ପିଆଜ, ଡାଲି ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍‌

ଚାଷୀମାନଙ୍କ ପାଇଁ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଉପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଏହା ଭାରତୀୟ କୃଷି କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆଣିବ । ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କୃଷି ଉତ୍ପାଦର ବିପଣନ କ୍ଷେତ୍ରରେ କୌଣସି ପ୍ରକାର ହସ୍ତକ୍ଷେପକୁ ହଟାଇବ ।

Urad dal, gram dal decline - The Hindu BusinessLine
Google

ବୈଠକରେ ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ର ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ମନ୍ତ୍ରାଳୟରେ ପ୍ରକଳ୍ପ ବିକାଶ କକ୍ଷ ହେବ । ଏହା ଦ୍ୱାରା ଭାରତ ନିବେଶକଙ୍କ ପାଇଁ ଅଧିକ ଆକର୍ଷକ ଏବଂ ଅନୁକୂଳ ରାଷ୍ଟ୍ର ପାଲଟିବ ।

କୋଲକାତା ବନ୍ଦରର ନାମକୁ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ଭାବେ ପୁନଃନାମିତ କରାଯାଇଛି । ଜାନୁଆରୀ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଥିଲେ । ସେହିଭଳି ଭାରତୀୟ ମେଡିସିନ୍‌ ଏବଂ ହୋମିଓପାଥି ପାଇଁ ଆୟୂଷ ମନ୍ତ୍ରାଳୟ ଅଧୀନରେ ଫାର୍ମାକୋପିଆ ଆୟୋଗର ସ୍ଥାପନ କରାଯିବ ।

ଚଳିତ ସପ୍ତାହରେ ଏହା କେନ୍ଦ୍ର କ୍ୟାବିନେଟ୍‌ର ଦ୍ୱିତୀୟ ବୈଠକ । ଏହା ପୂର୍ବରୁ ସୋମବାର ବୈଠକ ହୋଇଥିଲା, ଯାହାକି ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷର ପ୍ରଥମ କ୍ୟାବିନେଟ୍‌ ବୈଠକ ଥିଲା । ଏଥିରେ ଚାଷୀ, ଏମ୍‌ଏସ୍‌ଏମ୍‌ଇ ଏବଂ ଉଠାଦୋକାନୀଙ୍କ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *