ରୁଷକୁ ଭାକ୍ସିନର ଟ୍ରାଏଲରେ ମିଳିଲା ସଫଳତା, ଜାଣନ୍ତୁ କେବେ ଆସିବ।

ଦୁନିଆ ସାରା କରୋନାର ସଂକ୍ରମଣ ସଂଖ୍ୟା ବଢିବାରେ ସମୟରେ ରୁଷରୁ ଭାକ୍ସିନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷ ଅଗଷ୍ଟରେ ପ୍ରଥମ କରୋନା ଭାକ୍ସିନ ସ୍ପୁତନିକ-ବି ର ପଞ୍ଜିକରଣ କରି ଅନେକ ଦେଶକୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏବେ ରୁଷ ଦ୍ୱିତୀୟ ଭାକ୍ସିନକୁ ନେଇ ଭଲ ଖବର ଦେଇଛି। ଏପିବୈକ କରୋନା ନାମକ କରୋନା ଭାକ୍ସିନର କ୍ଲିନିକାଲ ଟ୍ରାଏଲ ସଫଳ ରହିଛି। ଏକ ସମାଚାର ଏଜେନ୍ସିକୁ ସାଇବେରିଆ ସ୍ଥିତ ରୁଷର ଟପ ସିକ୍ରେଟ ବିଷାଣୁ ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର ବିକ୍ଟର ଏହି କଥାର ସମ୍ବାଦ ଦେଇଛନ୍ତି।

ରୁଷକୁ କରୋନା ଭାକ୍ସିନର ଟ୍ରାଏଲରେ ମିଳିଲା ସଫଳତା:-

ସମାଚାର ଏଜେନ୍ସି ଇଣ୍ଟରଫେକ୍ସ କୁ ବେକ୍ଟରର ମିଡିଆ ବିଭାଗ କହିଛି କି କ୍ଲିନିକାଲ ଟ୍ରାଏଲର ପୂର୍ବରୁ ଦୁଇ ଚରଣରେ ଭାକ୍ସିନ ସଫଳ ହୋଇଛି। ଏପିବୈକ କରୋନା ଭାସ୍କିନ କରୋନା ପାଇଁ ଭଲ ଓ ସୁରକ୍ଷିତ। ବେକ୍ଟର କହିଛି କ୍ଲିନିକାଲ ଟ୍ରାଏଲ ସମୟରେ ପ୍ରତିରକ୍ଷା ପ୍ରକ୍ରିୟାକୁ ଟ୍ରିଗର କରୁଥିବା ପେପଟାଇଡ୍ସ ଆଧାରରେ ଏହି ଭାକ୍ସିନର ଅନ୍ତିମ ପ୍ରଭାବ ଜାଣିବା ସମ୍ଭବ ହେବ।

Google

କହିରଖିବୁ କି ରୁଷର ସ୍ୱାସ୍ଥ୍ୟ ମନ୍ତ୍ରୀ ମୀଖାଇଲ ମୁରାସକ ଏହି ସପ୍ତାହରେ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଙ୍କୁ କହିଛନ୍ତି କି ତିନି ସପ୍ତାହରେ ମନ୍ତ୍ରାଳୟ ଦ୍ଵାରା ବେକ୍ଟର ଇନଷ୍ଟିଚୁଏଣ୍ଟ ର ଟିକାକୁ ସହମତି ମିଳିପାରେ। ବେକ୍ଟର ସଂସ୍ଥା କହିଛି କି ପଞ୍ଜିକରଣ ହେବା ପରେ ସାଇବେରିଆର ୫ ହଜାର ସ୍ୱୟଂସେବକଙ୍କ ଉପରେ ଏହାର ଶେଷ ଟ୍ରାଏଲ ହେବ। ଏପିବୈକ କରୋନା ଭାକ୍ସିନ କୁ ବିକଶିତ କରିଥିବା ବେକ୍ଟର ସଂସ୍ଥା କହିଛି କି ସାମାନ୍ୟ ଟ୍ରାଏଲ ଛଡା ଆଉ ଏକ ଅଲଗା ଟ୍ରାଏଲ ହେବ।ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସର ୧୫୦ ସ୍ୱୟଂସେବକ ସାମିଲ ହେବେ। ଏହା ଦ୍ଵାରା ଏହା ଜଣାପଡିବ କି ବୟସ୍କ ବ୍ୟକ୍ତିଙ୍କ ଉପରେ ଏହାର ପ୍ରଭାବ କଣ ଓ କେତେ ମାତ୍ର ରେ ଏହା ବୟସ୍କ ବ୍ୟକ୍ତିଙ୍କୁ ଦେବା ଆବଶ୍ୟକ। ଏହା ପରେ ୧୮-୬୦ ବୟସ୍କ ୫୦୦୦ ଲୋକଙ୍କ ଉପରେ ଆଉ ଏକ ଟ୍ରାଏଲ ହେବ।

କହିରଖିବୁ କି ଏପିବୈକ କରୋନା ଭାକ୍ସିନ ଦୁଇ ଡୋଜର ଅଟେ। ପ୍ରଥମ ଓ ଦ୍ୱିତୀୟ ଡୋଜ ମଝିରେ ୨୧ ଦିନର ଗ୍ୟାପ ରହିବ। ଖବର ଅନୁସାରେ କମ୍ପାନୀ ପ୍ରଥମେ ୧୦ ହଜାର ଡୋଜ ବାହାର କରିବା ପାଇଁ ଯୋଜନା କରିଛି ଏହି ଭାକ୍ସିର ଉତ୍ପାଦନ ନଭେମ୍ବରରୁ ଆରମ୍ଭ ହେବ ବୋଲି ଆଶା ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *