ଶ୍ରୀସନ୍ଥ ପୁଣି ଖେଳିବେ କ୍ରିକେଟ୍ ଅଗଷ୍ଟ ପରେ ଆରମ୍ଭ କରିବେ ଖେଳ

ଶ୍ରୀସନ୍ଥ ପୁଣି ଖେଳିବେ କ୍ରିକେଟ୍ ଅଗଷ୍ଟ ପରେ ଆରମ୍ଭ କରିବେ ଖେଳ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, sports new, s sreesanth will return to cricket after august 2020

ଶ୍ରୀସନ୍ଥ ପୁଣି ଖେଳିବେ କ୍ରିକେଟ୍ ଅଗଷ୍ଟ ପରେ ଆରମ୍ଭ କରିବେ ଖେଳ ।

ଦ୍ରୁତ ବୋଲର ଏସ. ଶ୍ରୀସନ୍ଥ ଅଗଷ୍ଟ ପରେ  ଆରମ୍ଭ କରିବେ କ୍ରିକେଟ୍ ଖେଳ । ପୁଣି ଖେଳ ପଡିଆକୁ ଓଲ୍ହାଇବେ ସେପ୍ଟେମ୍ବର ମାସରେ ବୋଲି କହିଛନ୍ତି ଶ୍ରୀସନ୍ଥ । ୨ ଥର ୱାଲର୍ଡ କପ୍ ଖେଳିଥିବା ଏହି ପୂର୍ବତନ ଖେଳାଳି ପୁଣି ବହୁତ ଜଲଦି ଖେଳିବେ କ୍ରିକେଟ୍ । ୨୦୦୭ ଟି୨୦ ଏବଂ ୨୦୧୧ ଏକଦିବସୀୟ କ୍ରିକେଟ୍ ୱାଲର୍ଡ କପ୍ ଖେଳିଥିଲେ ।

ଜଣାନ୍ତୁ କଣ ତାଙ୍କର ଇଛା:

ରଣଜୀ କ୍ରିକେଟ୍ରୁ ଖେଳ ଆରମ୍ଭ କରିବେ ବୋଲି କହିଛନ୍ତି ଏସ. ଶ୍ରୀସନ୍ଥ । ଆହୁରି ମଧ୍ୟ୍ୟ କହିଛନ୍ତି ଯେ ଆଗକୁ ଭାରତ ପାଇଁ ଖେଳିବେ କ୍ରିକେଟ୍ । ସେ ମହେନ୍ଦ୍ର ସିଂ ଧୋନିଙ୍କର ବହୁତ ତାରିଫ କରିକହିଲେ ତାଙ୍କ ପାରି ଖେଳାଳି ଆଉ ବାହାରିବା ଅସମ୍ଭବ । ଆଉ ସେ ଧୋନିଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଅବସର ନ ନେବା ପାଇଁ ଏବେ ଖେଳ ଜାରି ରଖନ୍ତୁ । ଆଉ କହିଛନ୍ତି ସେ ଏବେ ବହୁତ ଫିଟ୍ ଅଛନ୍ତି ଆଉ ତାଙ୍କର ଖେଳ ଏବେ ସରିନି । ଆଉ ମଧ୍ୟ୍ୟ କହିଛନ୍ତି ଯେ, ସେ ଧୋନିଙ୍କ ସହିତ ୨୦୨୧ ରେ ଭାରତ ପାଇଁ କ୍ରିକେଟ୍ ଖେଳିବା ବହୁତ ଇଛା ଅଛି । ଆଉ କହିଛନ୍ତି ସେ ଏବେ ହାର ମାନି ନାଁହାନ୍ତି, ପୁଣି ଭାରତ ପାଇଁ ଖେଳିବେ କ୍ରିକେଟ୍ ।

ଶ୍ରୀସନ୍ଥ ପୁଣି ଖେଳିବେ କ୍ରିକେଟ୍ ଅଗଷ୍ଟ ପରେ ଆରମ୍ଭ କରିବେ ଖେଳ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, sports new, s sreesanth will return to cricket after august 2020, Dhoni

ଏସ. ଶ୍ରୀସନ୍ଥଙ୍କର କ୍ରିକେଟ୍ କ୍ୟାରିଅର:

ଏହି ୩୭ ବର୍ଷୀୟ ଦ୍ରୁତ ବୋଲର ଭାରତ ପାଇଁ ୨୭ ଟେଷ୍ଟ୍, ୫୩ ଏକଦିବସୀୟ ଏବଂ ୧୦ ଟି୨୦ କ୍ରିକେଟ୍ ଖେଳିଛନ୍ତି । ସମସ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ରେ ମୋଟ୍ ୧୬୯ ଉଇକେଟ୍ ନେଇଛନ୍ତି ଏହି ଦ୍ରୁତ ବୋଲର । ଭାରତୀୟ କ୍ରିକେଟ୍ ବୋର୍ଡ ୨୦୧୩ ମସିହାରେ ତାଙ୍କୁ ସମସ୍ତ କ୍ରିକେଟ୍ ଖେଳିବା ପାଇଁ ବାରଣ କରିଦେଇଥିଲା ।

ଆଇପିଲ୍ ରେ ମ୍ୟାଚ୍ ଫିକ୍ସସିଂ ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ତାଙ୍କୁ ବାରଣ କରିଥିଲା । କିନ୍ତୁ ସେ ନିର୍ଦୋଷ ଥିଲେ ଏବଂ ୨୦୧୫ ରେ ସୁପ୍ରିମ କୋଟ୍ ଆଦେଶ ଦେଇଥିଲେ ତାଙ୍କ ଆଜୀବନ ବାରଣ କୁ ହଟେଇବା ପାଇଁ । ପରେ କ୍ରିକେଟ୍ ବୋର୍ଡ ସବୁ ବାରଣ ହଟେଇଦେଲେ । ତାଙ୍କର ନିଷେଧ ସମୟ ଅଗଷ୍ଟ ୨୦୨୦ ରେ ଶେଷ ହୋଇଯିବ । ତା’ପରେ ସେ ତାଙ୍କ ରାଜ୍ୟ କେରଳ ଏବଂ ଭାରତ ପାଇଁ କ୍ରିକେଟ୍ ଖେଳିପାରିବେ ।

ଏସ. ଶ୍ରୀସନ୍ଥଙ୍କର ଆଜୀବନ ବାରଣ କୁ ୭ ବର୍ଷ କରିଦେଇଥିଲେ ଜଷ୍ଟିସ୍ ଡି. କେ. ଜେନ୍ ଆଉ କହିଥିଲେ ୨୦୨୦ ଅଗଷ୍ଟ ପରେ ଖେଳିପାରିବେ କ୍ରିକେଟ୍ ।

ଶ୍ରୀସନ୍ଥ ପୁଣି ଖେଳିବେ କ୍ରିକେଟ୍ ଅଗଷ୍ଟ ପରେ ଆରମ୍ଭ କରିବେ ଖେଳ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, sports new, s sreesanth will return to cricket after august 2020

କିଛି ଦିନ ହେଲାଣି ସେ ବହୁତ ଅଭ୍ୟାସ କରୁଛନ୍ତି ଆଉ କହିଛନ୍ତି ବହୁତ ଜଲଦି ସେ କ୍ରିକେଟ୍ ଖେଳିବା ଆରମ୍ଭ କରିବେ । ଏହି ଦ୍ରୁତ ବୋଲର ବଲ୍ କୁ ସୁଇଙ୍ଗ୍ କରିବାରେ ମାହିର୍ ଥିଲେ । ସେ ତାଙ୍କ କ୍ରିକେଟ୍ ଖେଳିବା ସମୟ ରେ ଭାରତ ପାଇଁ ବହୁତ ଆକର୍ଷଣୀୟ ଖେଳ ଖେଳିଥିଲେ । ତାଙ୍କ ସୁଇଙ୍ଗ୍ ରେ ବହୁତ ବଡ ବଡ ଖେଳାଳି କୁ ଚକମା ଦେଇଛନ୍ତି । ଅଷ୍ଟ୍ରେଲିଆର ଦୃଦଶ ବ୍ୟାଟ୍ସମ୍ୟାନ୍ ହେଡେନ୍ କୁ ସବୁବେଳେ ଅସୁବିଧାରେ ପକାଇ ତାଙ୍କ ଆଉଟ୍ କରୁଥିଲେ ।

ତାଙ୍କର ୨୦୦୫ ମସିହାରେ ଇଂଲଣ୍ଡ ବିରୋଧରେ ଏକ ଏକଦିବସୀୟ ମ୍ୟାଚ୍ ରେ ୬/୫୫ ବୋଲିଙ୍ଗ୍ ଫିଗର୍ ଶ୍ରେଷ୍ଠ ବୋଲିଙ୍ଗ୍ ଥିଲା । ତାଙ୍କର ଏହି ରେକଡ କୁ ଆଜି ଯାଏ କୌଣସି ଭାରତୀୟ ଏକଦିବସୀୟ ବୋଲର୍ କାଟି ପାରିନାଁହାନ୍ତି ।  ୨୦୧୧ ରେ ସେ ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ୍ ଇଂଲଣ୍ଡ ବିରୋଧରେ ଓଭାଲ୍ ରେ ଖେଳିଥିଲେ । ୨୦୧୩ ରେ ତାଙ୍କର ଶେଷ ଆଇପିଲ୍ ମ୍ୟାଚ୍ ରାଜସ୍ତାନ ରୋୟାଲ ପାଇଁ ଖେଳିଥିଲେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *