ସାବୀତ୍ରି ଅମାବାସ୍ୟା ଦିନ ଲାଗିବାକୁ ଯାଉଛି ଏକ ସୂର୍ଯ୍ୟ ପରାଗ। ବିବାହିତ ସ୍ତ୍ରୀ ଏହି ସମୟରେ କରନ୍ତୁ ପୂଜା…

ଧର୍ମରେ ସାବିତ୍ରୀ ବ୍ରତକୁ ଏକ ପ୍ରମୁଖ ବ୍ରତ ରୂପରେ ପାଳନ କରାଯାଏ। ଏହି ଦିନ ସଧବା ନାରୀ ମାନେ ସ୍ୱାମୀ ମାନଙ୍କ ମଙ୍ଗଳ ପାଇଁ ଉପବାସ ରହି ଏହି ବ୍ରତ କରିଥାନ୍ତି। ଏହି ବ୍ରତ ଜ୍ୟୋଷ୍ଠ ମାସରେ ପଡିଥାଏ। ଆପଣଙ୍କୁ କହିରଖିବୁ ଏହି ବର୍ଷ ଏହି ପବିତ୍ର ବ୍ରତ ଜୁନ ୧୦ ତାରିଖରେ ପଡିଛି। ଏହି ବ୍ରତ ଏହି ଏହି ଅଧିକ ଖାସ ହେବାକୁ ଯାଉଛି କାରଣ ସେହି ଦିନ ଏହି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି।

Google

ଆପଣ ନିଶ୍ଚୟ ଜାଣିଥିବେ ଗ୍ରହଣ ବା ପରାଗ ଲାଗିବା ଦ୍ଵାରା ଏହି ସମୟରେ କୌଣସି ଶୁଭକାର୍ଯ୍ୟ କରାଯାଏନାହିଁ। ତେବେ ମହିଳା ମାନଙ୍କ ମନରେ ନିଶ୍ଚୟ ଥିବକି କିପରି ସାବିତ୍ରୀ ବ୍ରତର ପୂଜା କରାଯିବ। ଏହା ବିଷୟରେ ଆଜି ଆମେ ଆପଣଙ୍କୁ ସମ୍ପୂର୍ଣ ରୂପରେ କହିବାକୁ ଯାଉଛୁ। ଏହା ମଧ୍ୟ କହିରଖିବୁକି ଏହି ପରାଗ ଜୁନ ୧୦ ଗୁରୁବାର ଦିନ ମଧ୍ୟାନ ୧.୪୨ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୪୧ରେ ଶେଷ ହେବ।

କେଉଁ ସମୟରେ ଓ କିପରି କରାଯିବ ପରାଗରେ ସାବିତ୍ରୀ ବ୍ରତର ପୂଜା:

ଆପଣଙ୍କୁ କହିରଖିବୁକି ଏହି ଯେଉଁ ପରାଗ ଲାଗିବାକୁ ଯାଉଛି ରାଜ୍ୟରେ ପାଳନୀୟ ନୁହେଁ ଓ ଦେଶରେ ଅଳ୍ପ କିଛି ଜାଗାରେ ଆଂଶିକ ରୂପରେ ଦେଖାଦେବ ତେଣୁ ଏହା ପାଳନୀଯ ହେବ ନାହିଁ। ଯାହା ଦ୍ୱାରା କୌଣସି ପୂଜା କରିବା ଦ୍ୱାରା କୌଣସି ଅଶୁବିଧା ହେବ ନାହିଁ। ଯଦି ଆପଣ ସମ୍ପୂର୍ଣ ଦୃଶ୍ୟମାନ ହୋଇଥାନ୍ତା ତେବେ ସୂଚକ ପାଳନ କରିବାକୁ ପଡିଥାନ୍ତା ଯାହା ଦ୍ୱାରା ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ହି ସବୁ ଶୁଭକାର୍ଯ୍ୟ ବନ୍ଦ ହୋଇଥାନ୍ତି। ତେଣୁ ଏହି ପରାଗରେ ବିବାହିତ ମହିଳା ମାନେ ପୂର୍ଵ ପରି ରୀତିନୀତିରେ ପୂଜା କରିପାରିବେ।

Google
ଆସନ୍ତୁ ଜାଣିବା ଏହି ବର୍ଷ ସାବିତ୍ରୀ ବ୍ରତ ପାଇଁ କଣ ରହିଛି ଶୁଭ ବେଳା:

ଆପଣଙ୍କୁ କହିରଖିବୁ ବ୍ରତ ପଡୁଛି ଜୁନ ୧୦ ଗୁରୁବାର ଦିନ।ଏହା ସହ ଅବାବାସ୍ୟା ରହିବା ସମୟ ହେଉଛି ୯ ଜୁନ ବୁଧବାର ଅପରାହ୍ନ ୧.୫୭ରୁ ୧୦ ଜୁନ ଗୁରୁବାର ୪.୨୦ ମିନିଟ ପର୍ଯ୍ୟନ୍ତ। ବ୍ରତର ଶେଷ ହେବା ସମୟ ୧୧ ଜୁନ ଶୁକ୍ରବାର। ପରାଗ ଲାଗିବାର ସମୟ ହେଉଛି ଜୁନ ୧୦ ଗୁରୁବାର ମଧ୍ୟାହ୍ନ ୧.୪୨ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୪୧ରେ ଶେଷ ହେବ ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *