ସଚିନ ତେନ୍ଦୁଲକର ଭାରତ ପାଇଁ ପୁଣି ଖେଳିବା ପାଇଁ ପ୍ରସ୍ତୁତ,ଭିଡ଼ିଓ ସେୟାର କରି କହିଲେ ଏହି କଥା। ଦେଖନ୍ତୁ ଭିଡିଓ।

ମହାନ କ୍ରିକେଟର ସଚିନ ତେନ୍ଦୁଲକର ପୁଣି ଭାରତ ପାଇଁ କ୍ରିକେଟ ଖେଳିବାକୁ ପ୍ରସ୍ତୁତ। ଶୁକ୍ରବାର ୫ ମାର୍ଚ୍ଚରୁ ରୋଡ଼ ସେପଟି ବିଶ୍ୱ ସିରିଜ ଟି-୨୦ ୨୦୨୦-୨୧ ଟୁର୍ଣ୍ଣାମେଣ୍ଟ ପୁଣି ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ପୁର୍ବ ବର୍ଷ ୭ ମାର୍ଚ୍ଚରେ ଆରମ୍ଭ ହୋଇଥିଲା କିନ୍ତୁ କରୋନା ମହାମାରି ପାଇଁ କେବଳ ୪ ଟି ମ୍ୟାଚ ବା ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ହିଁ ଖେଳହୋଇପାରିଲା।ଏହା ପରେ ଏହାକୁ ବନ୍ଦ କରିଦିଆଯାଇଥିଲା। ଏବେ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ପୁଣି ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି।

Google

ସଚିନ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଖାସ ପ୍ରସ୍ତୁତି କରିଛନ୍ତି। ସେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ବହୁତ ଆଗ୍ରହୀ ଅଛନ୍ତି। ମ୍ୟାଚ ପୂର୍ବରୁ ତାଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡ଼ିଓରେ ମଧ୍ୟ ଏହା ଜଣାପଡିଛି। ସଚିନ ଟ୍ୱିଟରରେ ଯେଉଁ ଭିଡ଼ିଓ ସେୟାର କରିଛନ୍ତି ସେଥିରେ ସେ ନେଟରେ ଅଭ୍ୟାସ କରୁଥିବା ଦେଖାଯାଉଛନ୍ତି। ସଚିନ ଭିଡ଼ିଓର କ୍ୟାପ୍ସନରେ ଲେଖିଛନ୍ତି,”ଭାରତ ପାଇଁ ଖେଳିବାକୁ ଓହ୍ଲାଇବା ମୋ ପାଇଁ ସବୁବେଳେ ରୋଗ ଟାଙ୍କୁରି ଉଠିବା ଭଳି ଅଟେ। ନିଜ ଦେଶ ପାଇଁ ଖେଳିବା ପାଇଁ ପ୍ରତିକ୍ଷା କରିଛି ଓ ଏହି ସିରିଜ ଜରିଆରେ ସଡ଼କ ସୁରକ୍ଷାକୁ ନେଇ ସଚେତନ ମଧ୍ୟ କରାଉଛି”।

କରୋନା ପାଇଁ ପୂର୍ବ ବର୍ଷ ଯେବେ ଏହି ଟୁର୍ଣ୍ଣାମେଣ୍ଟ ବନ୍ଦ କରାଯାଇଥିଲା ସେବେ ପର୍ଯ୍ୟନ୍ତ ଭାରତ ଦୁଇଟି ମ୍ୟାଚ ଖେଳିଥିଲା। ସେଥିରେ ଦୁଇଟି ଯାକ ମ୍ୟାଚରେ ଭାରତ ବିଜୟ ହୋଇଥିଲା ଇଣ୍ଡିଆ ଲିଜେଣ୍ଡସ ନିଜ ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ଲିଜେଣ୍ଡକୁ ୭ ୱିକେଟରେ ହରାଇଥିଲା।ସେହିପରି ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ଲିଜେଣ୍ଡସକୁ ୫ ୱିକେଟରେ ହରାଇଥିଲା।

ଏହି ଟୁର୍ଣ୍ଣାମେଣ୍ଟର ଅଙ୍କ ତାଲିକାରେ ଇଣ୍ଡିଆ ଲିଜେଣ୍ଡସ ଟପରେ ଚାଲୁଛି। ତାର ଅଙ୍କ ୮ ଅଟେ। ଦ୍ୱିତୀୟ ନମ୍ବରରେ ଦକ୍ଷିଣଆଫ୍ରିକା ଲିଜେଣ୍ଡସ ଓ ତୃତୀୟରେ ଶ୍ରୀଲଙ୍କା ଲିଜେଣ୍ଡସ। ଦୁହିଁଙ୍କର ୪-୪ ଅଙ୍କ ଅଛି। ଇଂଲଣ୍ଡ ଲିଜେଣ୍ଡସ, ବଙ୍ଗଳାଦେଶ ଲିଜେଣ୍ଡସ, ଅଷ୍ଟ୍ରେଲିଆ ଲିଜେଣ୍ଡସ ଓ ୱେଷ୍ଟଇଣ୍ଡିଜ ଲିଜେଣ୍ଡଙ୍କର ଏବେ ପର୍ଯ୍ୟନ୍ତ ବିଜୟ ଲାଭ କରି ନାହାନ୍ତି।

Google

ରୋଡ଼ ସେପଟି ବିଶ୍ୱ ସିରିଜରେ ସଚିନଙ୍କ ଛଡା ବିରେନ୍ଦ୍ର ସେହ୍ଵାଗ, ଯୁବରାଜ ସିଂହ, ଇରଫାନ ପଠାନ, ମହମ୍ମଦ କେଫ, ପ୍ରଜ୍ଞାନ ଓଝା, ଓ ମୁନାଫ ପଟେଲଙ୍କ ଭଳି ମହାନ ଭାରତୀୟ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଭାରତ ଓ ବଙ୍ଗଳାଦେଶର ମ୍ୟାଚ ଛତିସଗଡ଼ର ରାଜଧାନୀ ରାୟପୁର ସ୍ଥିତ ସହିଦ ବିର ନାରାୟଣ ସିଂହ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଛି ,ଯେଉଁଥିରେ ଭାରତ ବିଜୟ ଲାଭ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.