ସଚୀନ ବିରେନ୍ଦ୍ର ସେହ୍ୱାଗଙ୍କୁ ଏଥିପାଇଁ ଦେଇଥିଲେ ଧମକ। ନିଜେ ସେହ୍ୱାଗ କପିଲ ଶର୍ମା ଶୋ ରେ କଲେ ବଡ଼ ଖୁଲାସା।

ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୦୪ ମାର୍ଚ୍ଚ ୨୫ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ତିନି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ବିରେନ୍ଦ୍ର ସେହ୍ୱାଗ ଐତିହାସିକ ୩୦୯ ରନ କରିଥିଲେ। ସେହ୍ୱାଗଙ୍କୁ ସେହି ମ୍ୟାଚରେ ସଚିନ ଛକା ମାରିବାକୁ ମନା କରିଥିଲେ। ଏହି କଥାକୁ ବିରେନ୍ଦ୍ର ସେହ୍ୱାଗ କପିଳ ଶର୍ମା ସୋରେ କହିଥିଲେ।ସେ ଏକ ପ୍ରଶଂସକଙ୍କ ପ୍ରଶ୍ନରେ ଉତ୍ତର ଦେଇଥିଲେ କି କାହିଁକି ତାଙ୍କୁ ସଚିନ ଛକା ମାରିବାକୁ ମନା କରିଥିଲେ।

Google

କପିଳ ଶର୍ମା ସୋ ରେ ଏକ ଫ୍ୟାନ ପ୍ରଶ୍ନ ପଚାରିଲେ,”ଆପଣ ଯେତେବେଳେ ପାକିସ୍ତାନ ବିପକ୍ଷରେ ୨୯୪ ରନ ପରେ ଛକା ମାରିଥିଲେ,କେମିତି ଲାଗିଥିଲା। “ସେ ଏହାର ଉତ୍ତର ଦେଲେ,”ମୁଁ ପାଖାପାଖି ୧୦୦ ରନ କରିବା ପର୍ଯ୍ୟନ୍ତ ୫ କି ୬ ଛକା ମାରିଥିଲି। ସଚିନ ମୋ ସହ ବ୍ୟାଟିଂ କରୁଥିଲେ ଓ୧୦୦ ରନ ପରେ ମତେ କହିଲେ କି ମତେ ଛକା ନ ମାରିବାକୁ। ଯଦି ତୁ ଛକା ମାରିବୁ ତ ମୁଁ ତତେ ମାରିବି। କାହିଁକିନା ସେ ଜାଣିଛନ୍ତି କି ୟାର ୧୦୦ ରନ ହୋଇଗଲା। ଏବେ ଏ ଆଉ ୪-୫ ଛକା ମାରିବ ଓ ଆଉଟ ହୋଇ ପଳେଇବ।”

ସେହ୍ୱାଗ ଆଗକୁ କହିଲେ କି,”ସେ ପରୋକ୍ଷ ଭାବରେ ମତେ କହିଲେ କି ମୁଁ ଯେପରି ଆଉଟ ନ ହୁଏ। ପରେ ମୁଁ ୨୯୫ ରନ କରିବା ପର୍ଯ୍ୟନ୍ତ ଛକା ମାରିବାର ଅପେକ୍ଷା କଲି।ଏହାପରେ ମୁଁ ତାଙ୍କୁ କହିଲି ଯଦି ସକଲେନ ମୁସ୍ତାକ ବୋଲିଂ କରିବେ ତେବେ ମୁଁ ନିଶ୍ଚିତ ଛକା ମାରିବି,ମୁଁ ଆଉଟ ହେଇଯାଏ ପଛେ। ଏବେ ଆମେ ଏମିତି ସ୍ଥିତି ରହିଛୁ ତୁ ଛକା ମାର କି ଆଉଟ ହ କି ୧୦ ମାର ଆମେ ହାରିବୁ ନାହିଁ।”

Google

ସେହ୍ୱାଗ କହିଲେ କି,”ଏହା ମୋ ପାଇଁ ଏକ ଶିକ୍ଷା ଥିଲା କି ରନ କରିବା ଜରୁରୀ ଅଟେ। ହେଲେ କ୍ରିଜ ଉପରେ ଠିଆ ହେବା ସେତିକି ଜରୁରୀ ମଧ୍ୟ। ମୋ ପାଇଁ ଫିଲଡ଼ର ମ୍ୟାଟର କରେ ନାହିଁ। ଏହାପରେ ମୁସ୍ତାକ ଆସିଲେ ଓ ମୁଁ ଛକା ମାରିଲି ଓ ବ୍ୟାଟ ଟେକି ସଚିନଙ୍କ ସହ କନ୍ଧମିଳନ କଲି।”ଭାରତ ତାହାକୁ ଏକ ପାରି ଓ ୫୨ ରନରେ ବିଜୟ ଲାଭ କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *