ସଚିନ ତେନ୍ଦୁଲକର ବର୍ତ୍ତମାନ ଯୁଗର ଏହି ବୋଲରକୁ କରିବାକୁ ଚାହୁଁଛନ୍ତି ସାମ୍ନା, ବୋଲରଙ୍କ ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ।

ତେନ୍ଦୁଲକର ନିଜ ସମୟରେ ଦୁନିଆର ଅନେକ ଖତରନାକ ବୋଲରଙ୍କୁ ସାମ୍ନା କରିଛନ୍ତି। ସେ ସେନ ୱାନ, ମୁଥେୟା ମୁରଲୀ ଧରଣ,ଗ୍ଲେନ ମେକ୍ସଗ୍ରୋ, ବକାର ୟୁନିସ, ବସିମ ଅକରମ, କର୍ତନି ବୋଲସ ଓ ଅଲନ ଡୋନାଲ୍ଡ ଭଳି ବୋଲରଙ୍କୁ ଛକା ଚୌକା ମାରିଛନ୍ତି।

Google

ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରୁ ଜଣେ ସଚିନ ତେନ୍ଦୁଲକର ନିଜ ସମୟର ଅନେକ ଖତରନାକ ବୋଲରଙ୍କୁ ସାମ୍ନା କରିଛନ୍ତି। ସେନ ୱାନ, ମୁଥେୟା ମୁରଲୀ ଧରଣ,ଗ୍ଲେନ ମେକ୍ସଗ୍ରୋ, ବକାର ୟୁନିସ, ବସିମ ଅକରମ, କର୍ତନି ବୋଲସ ଓ ଅଲନ ଡୋନାଲ୍ଡ ଭଳି ବୋଲରଙ୍କୁ ଛକା ଚୌକା ମାରିଛନ୍ତି। ଅନେକ ଥର ଲୋକ ଏହା ଚର୍ଚ୍ଚା କରନ୍ତି କି ବର୍ତ୍ତମାନ ସମୟରେ ଯଦି ତେନ୍ଦୁଲକର ଖେଳୁଥାନ୍ତେ ତେବେ ସେ କେଉଁଭଳି ବୋଲରର ସାମ୍ନା କରିଥାନ୍ତେ ଓ କେଉଁ ବଲକୁ ଖେଳିବାକୁ ପସନ୍ଦ କରିଥାନ୍ତେ। ଏବେ ନିଜେ ସଚିନ ନିଜ ୟୁଟୁବ ଚ୍ୟାନେଲରେ ଏହା ଉପରେ ରାୟ ଦେଇଛନ୍ତି।

Google

ତେ ନ୍ଦୁଲକର ଯଦି ଏହି ସମୟରେ ଖେଳୁଥାନ୍ତେ ତେବେ କଣ ସେ ପେଟ କମିନ୍ସ, ଜୋଫ୍ରା ଆର୍ଚର, ଯଶପ୍ରୀତ ବୁମରା, ନାଥନ ଲିଓନ, ମିଚେନ ଷ୍ଟାର୍କର ସାମ୍ନା କରିଥାନ୍ତେ। ନୁହେଁ ଏହା ନୁହେଁ। ସେ ଏହି ବୋଲର ମାନଙ୍କ ସହ ଆଉ ଏକ ଏଭଳି ବୋଲରଙ୍କ ନାମ ନେଇଛନ୍ତି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେନ୍ଦୁଲକର କହିଛନ୍ତିକି ସେ ଆଫଗାନିସ୍ତାନର ଲେଗ ସ୍ପିନର ରାସିଦ ଖାନଙ୍କ ସାମ୍ନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ରାସିଦଙ୍କୁ ଖତରନାକ କହିଛନ୍ତି। ତେନ୍ଦୁଲକର ଆଇପିଏଲ ୨୦୧୩ରେ ଶେଷ ଥର ଖେଳିଥିଲେ। ସେ ସେଇ ବର୍ଷ କ୍ରିକେଟରୁ ସନ୍ୟାସ ନେଇଯାଇଥିଲେ।ଅନ୍ୟ ପଟେ ରାସିଦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୨୦୧୫ରେ ଡେଭ୍ୟୁ କରିଥିଲେ। ସେ ପ୍ରଥମ ଥର ଆଇପିଏଲ ୨୦୧୭ରେ ଖେଳିଲେ। ଏଥି ପାଇଁ ଦୁହେଁ ସାମ୍ନା ସାମ୍ନି ହୋଇପାରିଲା ନାହିଁ।

Google

ସଚିନ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି,” ଯଦି ମତେ ଏହି ପିଢ଼ିର କୌଣସି ବୋଲରକୁ ସାମ୍ନା କରିବାକୁ ପଡିଥାନ୍ତା ତେବେ ସେ ରାସିଦ ଖାନ”। ପାଖାପାଖି ସମସ୍ତେ ରାସିଦଙ୍କ ବିଷୟରେ କହିଛନ୍ତି ଓ ମୁଁ ଏହାର ଆନନ୍ଦ ମଧ୍ୟ ନେଇଛି।ଏଥିପାଇଁ ତାଙ୍କ ସାମ୍ନା କରିବା ରୋମାଞ୍ଚକ ହେବ। କାରଣ ତାଙ୍କ ପାଖରେ ଅନେକ ପ୍ରକାର ବଲ ଅଛି । ସେ ଗୁଗଲି, ଲେଗ ସ୍ପିନ ଓ ଟପ ସ୍ପିନ କରିପାରନ୍ତି। ଏହା ବାସ୍ତବରେ ରୋମାଂଚକର ହେବ କି ତାଙ୍କ ସାମ୍ନା କଲେ”।

ସଚିନ ସେହି ସମୟରେ ଖେଳୁଥିଲେ ଯେବେ ଦିନିକିଆରେ ମାତ୍ର ଗୋଟେ ବଲରେ ଖେଳ ହେଉଥିଲା। ଆଜିର ସମୟରେ ଦୁଇ ପଟରୁ ଅଲଗା ଅଲଗା ବଲର ବ୍ୟବହାର କରାଯାଉଛି। ତେନ୍ଦୁଲକର କହିଛନ୍ତି ତାଙ୍କୁ ସନ୍ଧ୍ୟାରେ ବ୍ୟାଟିଙ୍ଗ କରିବାକୁ ଭଲ ଲାଗିଥାଏ। ସେହି ସମୟରେ ବଲ ସପଟ ହେଇଯାଉଥିଲା ଓ ଖେଳିବାକୁ ଭଲ ଲାଗୁଥିଲା। ସଚିନ ୨୦୦ ଟେଷ୍ଟରେ ୧୫୯୨୧ ରନ, ୪୬୩ ଦିନିକିଆ ମ୍ୟାଚରେ ୧୮୪୨୬ ରନ, ଗୋଟେ ଟି-୨୦ ରେ ୧୦ ରନ ଓ ୭୮ ଆଇପିଏଲରେ ୨୩୩୪ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *