ସଚିନ ତେନ୍ଦୁଲକର ଏକ ଏପରି ନାମ ଯାହାକୁ ସାରା ଦୁନିଆ ଜାଣିଛି। କ୍ରିକେଟର ସେହି ଖେଳାଳୀ ଯିଏ ସବୁ ସମୟରେ ନିଜ ଖେଳ ଦ୍ୱାରା ନିଜ ସମାଲୋଚକମାନଙ୍କୁ କଡା ଜବାବ ଦେଇଛନ୍ତି। ସଚିନଙ୍କୁ ଭାରତରେ କ୍ରିକେଟର ଭଗବାନ କୁହାଯାଇଥାଏ। ଆଜି ମଧ୍ୟ ପିଲା ସଚିନଙ୍କୁ ନିଜର ଆଦର୍ଶ ମାନି କ୍ରିକେଟ ଖେଳିବାର ନଜର ଆସନ୍ତି। ସଚିନ ତେନ୍ଦୁଲକର କ୍ରିକେଟରେ ସେହି ସବୁ ଜିନିଷ ହାସିଲ କରିଛନ୍ତି ଯାହା ସବୁ କ୍ରିକେଟର କରିବାକୁ ଚାହାଁନ୍ତି। ନା ଏପରି କହିବା କି ତା ଠାରୁ ମଧ୍ୟ ଅଧିକ।

ସଚିନ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ନିଜର ଶେଷ ଟେଷ୍ଟ ମ୍ୟାଚ ୨୦୧୩ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଖେଳିଥିଲେ।ତାହା ସଚିନଙ୍କର ୨୦୦ତମ ଟେଷ୍ଟ ମ୍ୟାଚ ମଧ୍ୟ ଥିଲା।ସଚିନଙ୍କର ଅବସର ଦିନ ତାଙ୍କ ମାଆ, ପତ୍ନୀ ଓ ପୂରା ପରିବାର ଷ୍ଟାଡିୟମରେ ଅବସ୍ଥିତ ଥିଲେ। ସଚିନ ତେନ୍ଦୁଲକର ଏକ ଇଣ୍ଟରଭିଉ ବେଳେ କହିଲେ କି କେତେବେଳେ ତାଙ୍କୁ ଲାଗିଲା କି ସେ ଏବେ ଏହା ପରେ କ୍ରିକେଟ ଖେଳି ପାରିବେ ନାହଁ। ସେହି ସମୟରେ ଦଳର ଭାର ସମ୍ଭାଳୁ ଥିବା ମହେନ୍ଦ୍ର ସିଂହ ଧୋନୀ ସମସ୍ତ ଖେଳାଳିଙ୍କୁ ସଚିନଙ୍କ ଠାରୁ ଅଲଗା କରିଦେଇଥିଲେ। ତାହା ସଚିନଙ୍କ ପାଇଁ ସବୁଠାରୁ ଭାବୁକ ସମୟ ମଧ୍ୟରୁ ଏକ ଥିଲା।
ସଚିନ ଏକ ୟୁଟ୍ୟୁବ ଚ୍ୟାନେଲ ପାଇଁ ଦିଆଯାଇଥିବା ଇଣ୍ଟରଭିଉରେ କହିଲେ,ମୁଁ ଅବସରର ଭାଷଣ ଦେବା ପାଇଁ ମୋର ପାଣିର ବୋତଲକୁ ନିଜ ସହିତ ରଖିଥିଲି। ମତେ ପ୍ରଥମ ଥର ଏହା ତେବେ ଲାଗିଲା କି ଏବେ ଏହା ହେବ ନାହିଁ, ଏବେ ମୁଁ ଖେଳି ପାରିବି ନାହିଁ,ଯେବେ ଅଧିନାୟକ ଧୋନୀ ଦଳର ସମସ୍ତ ଖେଳାଳିଙ୍କୁ ମୋ ଠାରୁ ଅଲଗା କରିଦେଲେ।

ମତେ ଧୋନୀ କହିଲେ କି “ପାଜି ଆପଣ କିଛି ସମୟ ପାଇଁ ଟିକେ ଦୂରକୁ ଚାଲିଯାଆନ୍ତୁ। ବୋଧହୁଏ ସେମାନେ ମୋର ଏହି ଦିନକୁ ଭଲ କରିବା ପାଇଁ କିଛି ପ୍ଲାନିଙ୍ଗ କରୁଥିଲେ।ସେ ସମୟ ପର୍ଯ୍ୟନ୍ତ ତ ମାତେ କିଛି ଲାଗିନଥିଲା କି କିଛି ହେଉଅଛି। ଏହାର ଠିକ ପରେ ସେହି ସମୟରେ ମତେ ଲାଗିଲା କି ଏବେ ସମୟ ଆସିଯାଇଛି। ସନ୍ୟାସ ନେଇଯିବା ଦରକାର। ପୁଣି ମୁଁ ଯେବେ ଡ୍ରେସିଂ ରୁମ ଆଡ଼କୁ ଯାଉଥିଲି,ତେବେ ବହୁତ ଭାବୁକ ହୋଇଯାଇଥିଲି। ଡ୍ରେସିଂ ରୁମକୁ ଯାଇ ସେଠାରେ ମୁଁ ଏକା ବସିଗଲି।”

ପଡ଼ିଆରେ ନିଜର ଏହି ଶେଷ ଦିନକୁ ଭାବୁଥିବା ବେଳେ ସଚିନ କହିଲେ କି,ଏହି ମ୍ୟାଚକୁ ଦେଖିବା ପାଇଁ ମାଆ ବି ଆସିଥିଲେ। ଏହି କାରଣରୁ ଭାବୁକ ହୋଇଯାଇଥିଲି। ଏହା ପୂର୍ବରୁ ସବୁ ଲୋକ ମତେ ଲାଇଭ ଦେଖିସାରିଥିଲେ କିନ୍ତୁ ମାଆ କେବେ ମତେ ଲାଇଭ ଦେଖିନଥିଲା। ମତେ ଖେଳୁ ଥିବାର ଦେଖି ସେ ବହୁତ ଚିନ୍ତିତ ହୋଇଯାଏ। ମୁଁ ଏହା ଚାହେଁ ନାହିଁ କି କେହି ସେଠାରେ ବସି ରହୁ । ଯଦି ମ୍ୟାଚ ସମୟରେ କେହି ପରିବାରୁ ଆସିଥାଏ ତେବେ,ମୁଁ କହିଥାଏ କି ନିଜକୁ କେଉଁଠି ଲୁଚେଇ ଦିଅ। କାହିଁକିନା ଯେତେବେଳେ ସେମାନେ କେହି ନଜରକୁ ଆସିଥାନ୍ତି ତେବେ ମୁଁ ମୋ ନିଜ ଖେଳ ଉପରେ ଫୋକସ କରିପାରେ ନାହିଁ।

ସଚିନ ନିଜ ପତ୍ନୀ ଅଞ୍ଜଳି ତେନ୍ଦୁଲକରଙ୍କ ସହ ଜଡିତ ଏକ ଘଟଣା କହିଲେ,”ଅଞ୍ଜଳି ମ୍ୟାଚ ଦେଖିବାକୁ କେବେ ଷ୍ଟାଡିୟମ ଆସେ ନାହିଁ। ୨୦୦୪ରେ ଅଷ୍ଟ୍ରେଲିଆ ଟୁର ସମୟରେ ଅନ୍ୟ ଖେଳାଳୀମାନଙ୍କ ପତ୍ନୀ ମ୍ୟାଚ ଦେଖିବାକୁ ଆସିଥାନ୍ତି। ସେହି ଲୋକମାନେ ଅଞ୍ଜଳୀକୁ କହିଲେ କିଛି ହେବ ନାହିଁ ଚାଲ। ସେହି ଲାକମାନଙ୍କୁ ଅଞ୍ଜଳୀ କହିଲା କି ମୁଁ ଅଳ୍ପ ଅନ୍ଧବିଶ୍ୱାସୀ ଅଟେ କିନ୍ତୁ ଅନ୍ୟ ଲୋକଙ୍କ କହିବା ଦ୍ୱାରା ସେ ମେଲବର୍ନରେ ବକ୍ସିଙ୍ଗ ଡେ ଟେଷ୍ଟ ମ୍ୟାଚ ଦେଖିବାକୁ ଆସିଥିଲା। ଏହାପରେ ମୁଁ ମୈଦାନରେ ଖେଳିବାକୁ ବାହାରିଲି। ବ୍ରେଟ ଲି ପ୍ରଥମ ବଲ ପକାଇଲେ ଓ ମୁଁ ଡାଉନ ଦ ଲେଗ ଖେଳିଲି। ଏଡମ ଗୀଲଖ୍ରୀଷ୍ଟ ଡେଇଁ କରି ଏହି କ୍ୟାଚକୁ ଧରିନେଲେ। ଏହାପରେ ଅଞ୍ଜଳି ସେଠାରୁ ପଳାଇଗଲା ଏବଂ ପୁଣି ଶେଷ ଟେଷ୍ଟ ମ୍ୟାଚରେ ଆସିବାର ନଜର ଆସିଥିଲେ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।