ସଚିନ ତେନ୍ଦୁଲକର ଭାରତୀୟ ଟିମର ଚୟନ ଉପରେ ଏକ ବହୁତ ବଡ଼ ବୟାନ ଦେଇଛନ୍ତି। ସେ କହିଲେ କି ଖେଳାଳି ମାନଙ୍କର ଚୟନ ତାଙ୍କର ଟ୍ୟାଲେଣ୍ଟ ଆଧାରରେ ହେବା ଦରକାର, ବୟସ ଆଧାରରେ ନୁହଁ। ସବୁଠୁ ବଡ଼ କାମ ଏଇଆ କି ଟେଷ୍ଟ ପ୍ଲେଇଁ ଇଲେଭେନ ଚୟନ କରା ଯାଉ। ସଚିନ ଏବେ ରୋଡ଼ ସେଫ୍ଟି ୱାର୍ଲଡ଼ ସିରିଜରେ ଭାରତୀୟ ଟିମର ଅଧିନାୟକ ରହିଛନ୍ତି। ଭାରତୀୟ ଟିମ ଏବେ ଫାଇନାଲରେ ପହଂଚି ସାରିଛି। ଫାଇନାଲ ୨୧ ମାର୍ଚ୍ଚକୁ ଖେଳାଯିବାକୁ ଯାଉଛି।

ସଚିନ ତେନ୍ଦୁଲକର କହିଲେ କି, ” ମୁଁ ଏକ କଥା କହିବାକୁ ଚାହିଁବି କି ଭାରତୀୟ ଟିମରେ ଚୟନ କେବଳ ଯୁବା ଖେଳାଳି ମାନଙ୍କୁ ଚୟନ କରିବାର ନୁହଁ ବରଂ ଟ୍ୟାଲେଣ୍ଟ ଥିବା ଖେଳାଳି ମାନଙ୍କୁ ଚୟନ କରିବାର ଅଟେ। ଭାରତୀୟ ଟିମରେ ଖେଳାଳି ମାନଙ୍କର ଚୟନ ପାଇଁ ବୟସ ଏକ ଆଧାର ନୁହଁ। କେବଳ ପ୍ରଦର୍ଶନ ରଖିବାର କ୍ଷମତା ଥିବା ଦରକାର।” ସେ ଏହାପରେ କହିଲେ କି ଏହା ଭୁଲ ଧାରଣା ଯେ ଆମକୁ କେବଳ ଯୁବ ଖେଳାଳି ମାନଙ୍କୁ ହିଁ ଚୟନ କରିବା ଦରକାର ବରଂ ଆମକୁ କ୍ଷମତାଶୀଳ ଖେଳାଳି ମାନଙ୍କୁ ଚୟନ କରିବା ଦରକାର। ତାଙ୍କୁ ଲାଗୁଛି କି ଆମକୁ ବେଷ୍ଟ ପ୍ଲେୟିଙ୍ଗ ୧୧ ଚୟନ କରିବା ଦରକାର। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସଙ୍କ ପାଇଁ ଖେଳୁଥିବା ସୂର୍ଯ୍ୟକୁମାର ୟାଦବ ଆଉ ଇଶାନ କିଷାନ ଇଂଲଣ୍ଡ ବିପକ୍ଷ ଏହି ସିରିଜରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ଆଉ ଦୁଇ ଜଣ ହିଁ ବହୁତ ଭଲ ପାରି ଖେଳି ଭାରତକୁ ବିଜୟ ଦେଇଛନ୍ତି। ସେମାନେ ଡେବ୍ୟୁରେ ହିଁ ଅର୍ଦ୍ଧଶତକ ମାରିଛନ୍ତି।

ଖେଳାଳି ମାନଙ୍କୁ ଆଇପିଏଲରୁ ଫାଇଦା ମିଳିଛି:
ସଚିନ ତେନ୍ଦୁଲକର ସୂର୍ଯ୍ୟକୁମାର ଆଉ ଇଶାନ କିଷାନଙ୍କର ସଫଳତାର ଶ୍ରେୟ ଆଇପିଏଲକୁ ଦେଲେ। ସେ କହିଲେ କି, ” ହଁ ଇଶାନ ଆଉ ସୂର୍ଯ୍ୟକୁମାର ୟାଦବ ଦୁହେଁ ଆନ୍ତର୍ଜାତୀୟ କ୍ରିକେଟ ପାଇଁ ପ୍ରସ୍ତୁତ ଅଛନ୍ତି କାରଣ ଆଇପିଏଲରୁ ତାଙ୍କୁ ବହୁତ ଫାଇଦା ମିଳିଛି ଆଉ ସେମାନେ ଆନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ସେଠାରୁ ହିଁ ଟ୍ରେନିଂ ନେଇଛନ୍ତି। ସେଠାରେ ସେମାନେ ସବୁଠୁ ଭଲ ଭଲ ଆନ୍ତର୍ଜାତୀୟ ବୋଲର ମାନଙ୍କର ସାମ୍ନା କରନ୍ତି।” ଆଉ ସଚିନ କହିଲେ କି ତାଙ୍କ ସମୟରେ ସେପରି ନଥିଲା। ସେ କେବଳ ଯେତେବେଳେ ପାକିସ୍ତାନ ଆଉ ଅଷ୍ଟ୍ରେଲିଆ ଯାଉଥିଲେ ସେତେବେଳେ ହି ତାଙ୍କ ବୋଲର ମାନଙ୍କର ସାମ୍ନା କରି ପାରିଥିଲେ। ମାତ୍ର ଏବେ ତାହା ନୁହଁ। ଆଜିକାଲି ଏହି ଖେଳାଳି ମାନେ ପ୍ରଥମରୁ ହିଁ ଏହି ବୋଲର ମାନଙ୍କର ସାମ୍ନା କରନ୍ତି ଆଉ ତା ପରେ ଆନ୍ତର୍ଜାତୀୟ ସ୍ତରରେ ସେହି ବୋଲର ମାନଙ୍କୁ ଟିମ ଇଣ୍ଡିଆ ପକ୍ଷରୁ ସାମ୍ନା କରନ୍ତି। ଏହା ହିଁ ଆମ ଖେଳରେ ବଡ଼ ଅନ୍ତର ଆଣିଛି ଆଉ ତାହା ଯୋଗୁଁ ହିଁ ଆମ ଟିମର ଷ୍ଟ୍ରେଙ୍ଗଥ ବହୁତ ବଢି ଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।