ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବର୍ଷ ୨୦୨୦ ଗ୍ରାଉଣ୍ଡରେ ଭଲ ରହିଲା ନାହିଁ। ଏହି ବର୍ଷ ବିରାଟ କୋହଲିଙ୍କ ବ୍ୟାଟରୁ ତିନୋଟି ଯାକ ଫର୍ମାଟ ମିଶାଇ ଗୋଟିଏ ମଧ୍ୟ ଇଣ୍ଟରନେସନାଲ ଶତକ ଆସିନାହିଁ। ଭାରତ ତାଙ୍କ ଅଧିନାୟକତ୍ୱରେ ନ୍ୟୁଜଲ୍ୟାଣ୍ଡ ସିରିଜ ହାରିଲା ଓ ଅଷ୍ଟ୍ରେଲିଆ ବିରୁଦ୍ଧରେ ମଧ୍ୟ ଚାରୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୮ ୱିକେଟରେ ହାରିଗଲା।

ଏଡ଼ିଲେଡ଼ର ଦ୍ୱିତୀୟ ପାରିରେ ଟିମ ଇଣ୍ଡିଆ ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଛି। ଯାହା ଟେଷ୍ଟ କ୍ରିକେଟରେ ଇଣ୍ଡିଆର ସବୁଠୁ କମ ସ୍କୋର ଥିଲା। ଏହା ପରେ ବିରାଟ କୋହଲି ବାପା ହେବା କାରଣରୁ ଭାରତ ଫେରିଆସିଲେ । ରାହାଣେ ଅଧିନାୟକତ୍ୱ ସମ୍ଭାଳିଲେ ଓ ସୁନ୍ଦର ପ୍ରଦର୍ଶନ କରି ଟିମ ଇଣ୍ଡିଆକୁ ୮ ୱିକେଟରେ ଜିତାଇଲେ ଓ ସିରିଜକୁ ୧-୧ ରେ ବରାବର କରିଲେ।
ଲିମିଟେଡ଼ ଓଭର କ୍ରିକେଟରେ ବିରାଟ କୋହଲିଙ୍କ ତୁଳନା ରୋହିତ ଶର୍ମାଙ୍କ ସହ କରାଯାଉଛି ଓ ଟେଷ୍ଟ କ୍ରିକେଟରେ ରାହାଣେଙ୍କ ସହ। ଟେଷ୍ଟ କ୍ରିକେଟରେ ରାହାଣେ ଓ ବିରାଟ କୋହଲିଙ୍କ ତୁଳନା ଉପରେ ସଚିନ ତେନ୍ଦୁଲକର ନିଜ ମତ ଦେଇଛନ୍ତି।

ସଚିନ କହିଲେ ଏହି କଥା:
ତେନ୍ଦୁଲକର ଏକ ଇଣ୍ଟରଭିଉରେ କହିଛନ୍ତି,” ଲୋକଙ୍କୁ ବିରାଟଙ୍କ ସହିତ ତୁଳନାରେ ପଶିବା କଥା ନୁହେଁ।ରାହାଣେଙ୍କ ପର୍ସନାଲିଟି ଅଲଗା ଅଟେ ଓ ତାଙ୍କ ସ୍ୱଭାବ ଅଗ୍ରେଶିଵ ଥିଲା। ମୁଁ ଲୋକଙ୍କୁ କହିବାକୁ ଚାହିଁବିକି ଦୁହେଁ ହିଁ ଭାରତୀୟ ଅଟନ୍ତି ଓ ଭାରତ ପାଇଁ ଖେଳନ୍ତି। ସେଥିପାଇଁ କାହାକୁ ବି ଭାରତଠୁ ଉପରେ ରଖିବା ଉଚିତ ନୁହେଁ। ଟିମ ଓ ଦେଶ ସମସ୍ତଙ୍କ ଠୁ ଉପରେ”।
ଅଷ୍ଟ୍ରେଲିଆରେ ଭାରତ ତିନୋଟି ମ୍ୟାଚ ବିସିଷ୍ଟ ଏକଦିବସିୟ ଇଣ୍ଟରନେସନାଲ ସିରିଜ ୧-୨ ରେ ହାରିଲା କିନ୍ତୁ ଏହା ପରେ ଟି-୨୦ ସିରିଜରେ ସୁନ୍ଦର ପ୍ରଦର୍ଶନ କରି ସିରିଜକୁ ୨-୧ ରେ ବିଜୟ ଲାଭ କଲା। ବିରାଟ କୋହଲି ଏଡିଲେଡ଼ ଟେଷ୍ଟ ପରେ ପ୍ୟାଟରନିଟ ଲିବ ପାଇଁ ଭାରତ ଫେରିଆସିଛନ୍ତି।

ଟେଷ୍ଟ ସିରିଜ ବର୍ତ୍ତମାନ ୧-୧ ରେ ବରାବର ଅଛି। ସିରିଜର ତୃତୀୟ ମ୍ୟାଚ ୭ ଜାନୁଆରୀରୁ ସିଡନିରେ ଖେଳାଯିବ। ଯାହା ପାଇଁ ରୋହିତ ଶର୍ମା ମଧ୍ୟ ଟିମ ସହିତ ଯୋଡି ହୋଇସାରିଛନ୍ତି। ରୋହିତ ଆସିବା ଦ୍ଵାରା ଭାରତର ବ୍ୟାଟିଙ୍ଗ ମଝବୁତ ହେବ। ସଚିନ ମଧ୍ୟ ଯାହା କହିଛନ୍ତି ନିଜ ଦେଶକୁ ଆଗରେ ରଖି କହିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।