ବିଶ୍ୱକପରେ ସଚିନଙ୍କ କାରଣରୁ ଫସିଯାଇଥିଲେ ସେହବାଗ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଭାରତୀୟ ଟିମ ୨୦୧୧ ବିଶ୍ୱକପରେ ଦ୍ୱିତୀୟ ଥର ଚମ୍ପିୟାନ ହେଲେ। କପିଲ ଦେବଙ୍କ ପରେ ମହେନ୍ଦ୍ର ସିଂ ଧୋନୀ ଏପରି ଦ୍ୱିତୀୟ ଭାରତୀୟ ଅଧିନାୟକ ହେଲେ ଯାହାଙ୍କୁ ବିଶ୍ୱକପ ଉଠେଇବାର ସୁଯୋଗ ମିଳିଲା। ଫାଇନାଲ୍ ରେ ଶ୍ରୀଲଙ୍କା ବିପକ୍ଷ ସେହି ମ୍ୟାଚ ଆଉ ଶେଷ ଓଭରରେ ଅଧିନାୟକ ଧୋନୀଙ୍କର ସେହି ଛକା ତଥା ତାଙ୍କର ସେହି ମ୍ୟାଚ ଜିତେଇବା ଇନିଂସକୁ ସମସ୍ତ ଲୋକ ଆଜି ଯାଏ ମନେପକାନ୍ତି। ମାତ୍ର କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ସେଠାରେ ଥାଇ ମଧ୍ୟ ଧୋନୀଙ୍କର ବିଶ୍ୱକପ ଜିତେଇବା ଛକାକୁ ଦେଖି ପାରି ନଥିଲେ। ଏହାର ଖୁଲାସା ସେ ଏକ ଇଣ୍ଟରଭିଉରେ କରିଥିଲେ।

Google

ତେନ୍ଦୁଲକର ଆଜ ତକ ନ୍ୟୁଜ ଚ୍ୟାନେଲ ସହ ଏକ ଇଣ୍ଟରଭିୟ ଭିତରେ କହିଲେ କି ବିଶ୍ୱ କପ ଫାଇନାଲରେ ଆମ ଦୁଇଟି ୱିକେଟ ବହୁତ ଜଲଦି ଖସି ଯାଇଥିଲା। ମୁଁ ଆଉ ଡ୍ରେସିଂ ରୁମରେ ଥିଲି ଆଉ ମୋ ସହ ବିରେନ୍ଦ୍ର ସେହବାଗ ଥିଲେ। ମୁଁ ତାଙ୍କୁ କହିଲି କି କିଛି ବି ହେଇଯାଉ ମାତ୍ର ଏହି ଚେୟାରରୁ ଉଠିବାର ନାହିଁ। ସମସ୍ତ କ୍ରିକେଟରଙ୍କର କିଛି ନା କିଛି ଫର୍ମୟୁଲା ଆଉ ତାହାକୁ ହୁଏତ ଆମେ ଅନ୍ଧ ବିଶ୍ୱାସ ବୋଲି ଭାବିପାରୁ । ମାତ୍ର ସେମାନେ ତାକୁ ଲୁଚେଇକି ରଖନ୍ତି। କେହି କାହାକୁ ବି କହି ନଥାନ୍ତି। ଆଉ ବିଶ୍ୱ କପ ଫାଇନାଲରେ ତାହାକୁ ଆମେ ନିଜ କାମରେ ଲଗେଇ ପାରିବୁ। ସେହି ମ୍ୟାଚରେ ସଚିନ ୧୪ ବଲରେ ୧୮ ରନ କରିକି ଆଉଟ ହେଇଯାଇଥିଲେ।

ନର୍ଭସ ହେବା କଥାକୁ ନେଇକି ସଚିନ କହିଲେ କି “ବିଶ୍ୱକପ ଫାଇନାଲ ଆଗରୁ ଆମେ ସମସ୍ତେ ନର୍ଭସ ଥିଲୁ। ମାତ୍ର ସେହି ଅନୁଭବ ଆମକୁ ଭଲ ଲାଗେ। କାରଣ ଏହାଦ୍ୱାରା ମୋ ଶରୀର ସେହି ମ୍ୟାଚ ପାଇଁ ପ୍ରସ୍ତୁତ ହେଇଯାଏ। ମାତ୍ର ବିଶ୍ୱକପ ଫାଇନାଲରେ ତାହା ଅଲଗା ଥିଲା। ମୁଁ ଧୋନୀଙ୍କର ସେହି ବିଶ୍ୱକପ ଜିତାଉ ଛକା ଦେଖି ନଥିଲି। ମୋତେ ଲାଗୁଛି କି ସେହବାଗ ବି ଦେଖି ନଥିବେ କାରଣ ମୁଁ ତାଙ୍କୁ ଉଠିବାକୁ ହିଁ ଦେଇନଥିଲି। ଯେତେବେଳେ ଆମେ ସେହି ଆବାଜ ଶୁଣିଲୁ କି ଲୋକମାନେ ଏତେ ଜୋରରେ ଚିଲାଉଛନ୍ତି ତ ଆମେ ଜାଣିଗଲୁ କି ଆମେ ଜିତିଗଲୁ। ୧୩୦କୋଟି ଭାରତୀୟଙ୍କ ଭଳି ଆମେ ବି ଆମ ପାଦରେ ଛିଡା ହେଇଗଲୁ।”

Google

ସଚିନ ଫାଇନାଲ ଖେଳିବା କଥା ଉପରେ କହିଲେ କି ” ବିଶ୍ୱକପ ଫାଇନାଲ ଆମ ପାଇଁ ଅଲଗା ଥିଲା। ମୋର ତାହା ଷଷ୍ଠ ବିଶ୍ୱକପ ଥିଲା ଆଉ ବିରାଟ କୋହଲିଙ୍କର ତାହା ପ୍ରଥମ। ପ୍ରଥମ ଆଉ ଷଷ୍ଠ ବିଶ୍ୱକପ ଭିତରେ ଫରକ ଥାଏ। ଆମେ ୟା ଆଗରୁ ବି ଦୁଇଥର ପାଖକୁ ଯାଇକି ହାରି ଯାଇଥିଲୁ। ୨୦୦୩ର ଫାଇନାଲ ଆଉ ୧୯୯୬ର ସେମି ଫାଇନଲ ଆମେ ଖେଳିଥିଲୁ। ପାଖରୁ ହାରିକି ଦୁଃଖ ଲାଗେ। ଜିତି ସାରିବା ପରେ ମୁଁ ସର୍ବପ୍ରଥମେ ଭଗବାନଙ୍କୁ ଧନ୍ୟବାଦ ଜଣେଇଲି କାରଣ ୟା ଠାରୁ ବଡ଼ ଆଉ କିଛି ନାହିଁ। ଏହା ଜଣେ କ୍ରିକେଟର ଜୀବନର ସବୁଠୁ ବଡ଼ ମେଡାଲ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *