ସଚିନଙ୍କର ବୟାନ: ଏତେ ଦିନର କ୍ୟାରିୟର ମଧ୍ୟରେ ପୂରଣ କରିପାରିଲେନି ଏହି ଦୁଇଟି ଜିନିଷ।

ସମସ୍ତଙ୍କ ଜୀବନରେ କିଛି ନା କିଛି ଅଧୁରା ଜିନିଷ ନିଶ୍ଚୟ ରହିଯାଇଥାଏ। କ୍ରିକେଟର କଥା ଉଠିଲେ ସଚିନ ତେନ୍ଦୁଲକରଙ୍କ କଥା ଆଗଆସେ। ତାଙ୍କୁ କ୍ରିକେଟର ଭଗବାନ ବୋଲି ମାନାଯାଇଛି। ଏତେ ସଫଳତା ପରେ ମଧ୍ୟ ତାଙ୍କ ଜୀବନରେ ମଧ୍ୟ ଦୁଇଟି ଅଵସୋସ ରହିଥିବା ସେ କହିଛନ୍ତି। ସେ ୨୦୧୩ ମସିହାରେ କ୍ରିକେଟ ଜଗତରୁ ସନ୍ୟାସ ନେଇଥିଲେ ଏବେ ୮ ବର୍ଷ ପରେ ସେ ଏହି କଥାର ଖୁଲାସା କରିଛନ୍ତି।

Google

ସଚିନ ନିଜ କ୍ରିକେଟ କ୍ୟାରିୟରରେ ୨୦୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହା ପରେ ମଧ୍ୟ ତାଙ୍କ ଜୀବନରେ ଦୁଇଟି ଅବଶୋସ ରହିଥିଲା ଵୋଲି ସେ କ୍ରିକେଟ ଡ଼ଟକମରେ ଏକ ଇଣ୍ଟରଭିଉ ସମୟରେ ଖୁଲାସା କରିଥିଲେ। ଆପଣଙ୍କୁ କହିରଖିବୁସେ କହିଛନ୍ତି ତାଙ୍କର ଦୁଇଟି ଯାକ ଅଵସୋଶ ସୁନୀଲ ଗଭାସ୍କର ଓ ଭିଭିଆନ ରିଚର୍ଡସଙ୍କ ସହ ଜଡିତ।ତେବେ ଆସନ୍ତୁ ଜାଣିବା କଣ ସେହି ଦୁଇ ଅବସୋସ।

Google

୧ମ ଅଵସୋସ: ମାଷ୍ଟର ବ୍ଲାଷ୍ଟର କହିଛନ୍ତି ମୁଁ ଇଣ୍ଟରନେସନାଲରେ ୧୦୦ ଶତକ ମାରି ମଧ୍ୟ ଆଜି ଦୁଃଖିତ କାରଣ ମୁଁ ନିଜେ ଆଇଡଲଙ୍କ ସହ ଖେଳିପାରିଲିନାହିଁ। ସେ ସୁନୀଲ ଗାଭାସ୍କରଙ୍କୁ ନିଜ ଆଇଡ଼ଲ ମାନୁଥିଲେ। ସଚିନ କହିଥିଲେ,”ମୁଁ ଛୋଟ ବେଳୁ ସୁନୀଲ ଗାଭାସ୍କରଙ୍କୁ ଦେଖି ଖେଳ ଶିଖିଛି ଓ ମୋର ବହୁତ ଇଛାଥିଲା ତାଙ୍କ ସହ ଖେଳିବାକୁ କିନ୍ତୁ ମୁଁ ଡେବ୍ୟୁ କରିବାର ୨ ବର୍ଷ ପୂର୍ବେ ସେ ସନ୍ୟାସ ନେଇସାରିଥିଲା ଯାହା ମୋ ପାଇଁ ଦୁଃଖଦ ଖବର ଥିଲା ଓ ଏହା ମୋର ଏକ ଅଵସୋସ ଅଟେ”।

୨ୟ ଅଵସୋସ: ଆଉଜଣେ ମହାନ ଖେଳାଳିଙ୍କ ସହ ଅନ୍ତଜାତୀୟ ମ୍ୟାଚ ଖେଳିପାରିନଥିବା ହେଉଛି ସଚିନଙ୍କର ଦ୍ୱିତୀୟ ଅଵସୋସ ଓ ସେହି ଖେଳାଳି ହେଉଛନ୍ତି ଭିଭିଆନ ରିଚର୍ଡସ। ସଚିନ କହିବା ଅନୁସାରେ ସେ ତାଙ୍କ ସହ କାଉଣ୍ଟି କ୍ରିକେଟ ଖେଳିଛନ୍ତି କିନ୍ତୁ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିବାର ସୁଯୋଗ ମତେ ମିଳିଲା ନାହିଁ ଯାହା ମୋର ଦ୍ୱିତୀୟ ଅଵସୋସ।

Google

ଆପଣଙ୍କୁ କହିରଖିବୁ ସଚିନ କେବଳ ଭାରତର କ୍ରିକେଟ ପ୍ରେମୀଙ୍କ ରୋଲ ମଡେଲ ନୁହେଁ ବରଂ ସେ ପୁରା ବିଶ୍ୱ କ୍ରିକେଟ ପ୍ରେମିକ ହୃଦୟରେ ଆଜିବି ରାଜ କରୁଛନ୍ତି।କ୍ରିକେଟରେ ତାଙ୍କ ଯୋଗଦାନ ଅତୁଳନୀୟ ଅଟେ। ସେ ୨୦୦ ଟେଷ୍ଟ ମ୍ୟାଚ ଖେଳି ୧୫୯୨୧ ରନ କରିଛନ୍ତି। ଆପଣଙ୍କୁ କହିରଖିବୁ ଏବେ ପର୍ଯ୍ୟନ୍ତ ସେ ଏକଦିବସିୟ ଓ ଟେଷ୍ଟରେ ସବୁଠୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *