ରୋହିତ ଶର୍ମାଙ୍କ ଫିଟନେସ ଏବଂ ଅଷ୍ଟ୍ରେଲିଆ ଗ୍ରସ୍ତକୁ ନେଇ ତେନ୍ଦୁଲକରଙ୍କର ବଡ଼ ବୟାନ, ଜାଣନ୍ତୁ ସମ୍ପୂର୍ଣ୍ଣ…

ସଚିନ ତେନ୍ଦୁଲକର କହିଛନ୍ତି,” ବିରାଟ କୋହଲିଙ୍କ ଅନୁପସ୍ଥିତରର ରୋହିତ ଶର୍ମାଙ୍କୁ ଜଲ୍ଦି ପହଁଚିବା ଆବଶ୍ୟକ।ଇଶାନ୍ତ ଶର୍ମାଙ୍କ ଜାଗାରେ ଟି ନଟରାଜନଙ୍କୁ ଟିମରେ ସାମିଲ କରାଯାଇପାରେ। ସବୁଠୁ ଜରୁରୀ ଯଦି ଡେ ନାଇଟ ଟେଷ୍ଟ ପରେ ହୋଇଥାନ୍ତା ତ ଚାରି ଟେଷ୍ଟ ମ୍ୟାଚ ସିରିଜରେ ଭାରତକୁ ପରିସ୍ଥିତିରେ ଆଗକୁ ବଢ଼ିବାରେ ସାହାଯ୍ୟ ମିଳିଥାନ୍ତା”।

Google

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଲିମିଟେଡ଼ ଓଭର ସିରିଜ ଶେଷ ହୋଇଯାଇଛି। ଏବେ ୧୭ ଡିସେମ୍ବରରୁ ଦୁଇ ଟିମ ଭିତରେ ୪ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଟେଷ୍ଟ ସିରିଜର ଆରମ୍ଭ ଏଡ଼ିଲେଡରୁ ଡେ ନାଇଟ ଟେଷ୍ଟ ମ୍ୟାଚରୁ ହେବ। ଏଡ଼ିଲେଡରୁ ଡେ ନାଇଟ ଟେଷ୍ଟ ମ୍ୟାଚ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ବଦେଶ ଫେରି ଆସିବେ। ବିରାଟ କୋହଲିଙ୍କ ପ୍ରଥମ ପିଲାର ଜନ୍ମ ଜାନୁଆରୀ ୨୦୨୧ରେ ହେବ। ସେହି ସମୟରେ ସେ ନିଜ ପତ୍ନୀ ଅନୁଷ୍କାଙ୍କ ସହିତ ରହିବାକୁ ଚାହିଁନ୍ତି। ବିସିସିଆଇ ମଧ୍ୟ ତାଙ୍କର ଏହି ପଦକ୍ଷେପକୁ ସ୍ୱୀକାର କରିଦେଇଛି। ରୋହିତ ଶର୍ମା ମଧ୍ୟ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଉପଲବ୍ଧ ନାହାଁନ୍ତି। ଏହି ସମୟରେ ସଚିନ ତେନ୍ଦୁଲକରଙ୍କ କହିବା ଅଟେ କି ବିରାଟଙ୍କ ଏହି ଅନୁପସ୍ଥିତ ସମୟରେ ଯଦି ରୋହିତ ଶର୍ମା ଫିଟନେସ ଟେଷ୍ଟ ପାସ କରନ୍ତି ତେବେ ସେ ଅଷ୍ଟ୍ରେଲିଆ ଯିବା ଦରକାର ଅଟେ।

ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ପୂର୍ବ ବର୍ଡ଼ର ଗାଭାସ୍କର ଟ୍ରଫିରେ ଭାରତ ଅଷ୍ଟ୍ରେଲିଆକୁ ତାରି ମାଟିରେ ହରାଇଥିଲା।ସଚିନ ତେନ୍ଦୁଲକର ଏଏନଆଇ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି,”ବିରାଟ କୋହଲିଙ୍କ ଅନୁପସ୍ଥିତରର ରୋହିତ ଶର୍ମାଙ୍କୁ ଜଲ୍ଦି ପହଁଚିବା ଆବଶ୍ୟକ। ଇଶାନ୍ତ ଶର୍ମାଙ୍କ ଜାଗାରେ ଟି ନଟରାଜନଙ୍କୁ ଟିମରେ ସାମିଲ କରାଯାଇପାରେ। ସବୁଠୁ ଜରୁରୀ ଯଦି ଡେ ନାଇଟ ଟେଷ୍ଟ ପରେ ହୋଇଥାନ୍ତା ତ ଚାରି ଟେଷ୍ଟ ମ୍ୟାଚ ସିରିଜରେ ଭାରତକୁ ପରିସ୍ଥିତିରେ ଆଗକୁ ବଢ଼ିବାରେ ସାହାଯ୍ୟ ମିଳିଥାନ୍ତା”।

Google

ସଚିନ ତେନ୍ଦୁଲକର କହିଛନ୍ତି,” ବିରାଟ କୋହଲି ସ୍ୱଦେଶ ଆସିବେ ,ଏହି ସମୟରେ ଏକ ସ୍ଥାନ ଖାଲି ହୋଇଯାଉଛି।ଯେଉଁଥିରେ ଏକ ସିନିୟର ଖେଳାଳୀ ଯିଏକି ଲମ୍ବା ସମୟରୁ ରହିଛି ,ଯିଏକି ଅଷ୍ଟ୍ରେଲିଆରେ ସିଜନ ଖେଳିଛି ସେ ରହିବ ନାହିଁ। ଏଥିରେ କୌଣସି ସନ୍ଦେହ ନାହିଁ କିନ୍ତୁ ଏହା ଟିମ ଭିତରେ ଅଟେ ଜଣେ ବ୍ୟକ୍ତି ବିଷୟରେ ନୁହେଁ। ସେ ଖେଳାଳି ଆଘାତପ୍ରାପ୍ତ ମଧ୍ୟ ହୋଇପାରିଥାନ୍ତା ଏପରି ପରିସ୍ଥିତିରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆପଣଙ୍କୁ ସେହି ଖେଳାଳୀ ବିନା ଯିବାକୁ ହେବ। ମୁଁ ଏହାକୁ କାଳ୍ପନିକ ରୂପରେ କହୁଛି,ମୁଁ କେବେବି ଏହା କହିବି ନାହିଁ। ମୁଁ ଏହା କହିବା ପାଇଁ ଚାହୁଁଛି ଯେବେ ଆପଣଙ୍କ ଟିମର ଏକ ମହତ୍ୱପୂର୍ଣ୍ଣ ସଦସ୍ୟ ଆଘାତ ପ୍ରାପ୍ତ ହୋଇଯାଏ ତ ଟିମକୁ ତା ବିନା ଖେଳିବାକୁ ହେବ”।

ତେନ୍ଦୁଲକର ଦେଲେ ଅନୀଲ କୁମ୍ବଲେଙ୍କ ଉଦାହରଣ:-

ସେ ଆଗକୁ କହିଛନ୍ତି ,” ମୋର ମନେପଡୁଛି ୱେଷ୍ଟଇଣ୍ଡିଜରେ ଏକ ଟେଷ୍ଟ ମ୍ୟାଚରେ ଯେବେ ଅନୀଲ କୁମ୍ବଲେ ଆଘାତପ୍ରାପ୍ତ ହୋଇଯାଇଥିଲେ। ଆମେ ଆଗକୁ ଟେଷ୍ଟ ତାଙ୍କ ବିନା ଖେଳିଥିଲୁ। ସେହି ସମୟରେ ଅନୀଲ କୁମ୍ବଲେ ପ୍ରମୁଖ ବୋଲର ଥିଲେ। ଏହି ଭଳି ଅଶୁବିଧାର ସାମ୍ନା ଆମକୁ ପରିବାକୁ ପଡିପାରେ। ଏଥିପାଇଁ ଆଗକୁ ଏହା ପାଇଁ ପ୍ରସ୍ତୁତି କରିବା ଆବଶ୍ୟକ। ଏହା ଟିମ ପାଇଁ ଅଟେ। ବିରାଟ କୋହଲି ପ୍ରଥମ ଟେଷ୍ଟ ପରେ ସେଠି ନଥିବେ ,କିନ୍ତୁ ଟିମକୁ ସେଠାରୁ ଆଗକୁ ବଢିବାକୁ ହେବ। ଆମର ବେଞ୍ଚ ଷ୍ଟ୍ରେଥ ଅଛି ଓ ଏହା ଭାରତୀୟ କ୍ରିକେଟର ସୁନ୍ଦରତା ଅଟେକି ଆମ ପାଖରେ ବେଞ୍ଚ ଷ୍ଟ୍ରେଥ ଅଛି। କିଛି ଖେଳାଳୀଙ୍କ ପାଖରେ ମୌକା ହେବ କି ସେ ଦେଶ ପାଇଁ କିଛି କରନ୍ତୁ। ବିନା କୌଣସି ସନ୍ଦେହରେ ବିରାଟ କୋହଲିଙ୍କ କମି ଦେଖାଯିବ।କିନ୍ତୁ ଏହା ଟିମ ବିଷୟରେ ଅଟେ କୌଣସି ବ୍ୟକ୍ତି ବିଷୟରେ ନୁହେଁ”।

Google
ରୋହିତ ଶର୍ମା ଫିଟ ହୁଅନ୍ତି ତ ତାଙ୍କୁ ଅଷ୍ଟ୍ରେଲିଆରେ ପହଁଚିବା ଦରକାର:-

ସଚିନ କହିଛନ୍ତି,”ମତେ ରୋହିତ ଶର୍ମାଙ୍କ ଫିଟନେସ ବିଷୟରେ ଜଣାନାହିଁ। ଏହା ବିଷୟରେ ବିସିସିଆଇ ଓ ରୋହିତ ଶର୍ମା ଜାଣିଛନ୍ତି। ସେ ଜଣେ ଜଣଙ୍କ ସମ୍ପର୍କରେ ଅଛନ୍ତି ଓ ତା ସହିତ ଫିଜିଓ ଓ ଟିମ ମ୍ୟାନେଜମେଣ୍ଟ ସହିତ ମଧ୍ୟ। ସେ ହିଁ ଏହା ବିଷୟରେ ସଠିକ ଖବର ଦେଇପାରିବେ।ଯଦି ରୋହିତ ଶର୍ମା ଫିଟନେସ ଟେଷ୍ଟ ପାସ କରିଦିଅନ୍ତି ତ ରୋହିତଙ୍କ ଭଳି ଖେଳାଳିକୁ ଅଷ୍ଟ୍ରେଲିଆ ଯିବା ଆବଶ୍ୟକ। ଯଦି ସେ ସବୁ ମାପଦଣ୍ଡକୁ ପୁରା କରନ୍ତି ତ ତାଙ୍କୁ ସେଠାରେ ରହିବା ଆବଶ୍ୟକ”।

Google
ସଚିନ କହିଲେ – ଟିମ ଇଣ୍ଡିଆ ପାଖରେ ଅଛି ଭଲ ବେଞ୍ଚ ଷ୍ଟ୍ରେଥ:-

ଭାରତୀୟ ଵୋଲିଙ୍ଗ ବିଷୟରେ ସଚିନ କହିଛନ୍ତିକି ,”ଇଶାନ୍ତ ଶର୍ମା ବି ସେଠାରେ ନଥିବେ କିନ୍ତୁ ଆମ ପାଖରେ ଭଲ ବେଞ୍ଚ ଷ୍ଟ୍ରେଥ ଅଛି ଓ ଏହି କଥାକୁ ପୁନଃ କହିବା ପାଇଁ ଚାହିଁବି ଏହା ଟିମ ବିଷୟରେ ଅଟେ କୌଣସି ବ୍ୟକ୍ତି ବିଷୟରେ ନୁହେଁ।ଅଲଗା ଅଲଗା ବ୍ୟକ୍ତି ମିଶିକି ଏକ ଟିମ ତିଆରି କରିଥାନ୍ତି।କିନ୍ତୁ ଯଦି କୌଣସି ବ୍ୟକ୍ତି ଅନଫିଟ ଅଛି ବା ଉପଲବ୍ଧ ନାହିଁ ତ ଏହା ଟିମର ଅଂଶ ଅଟେ”।

ସଚିନ ତେନ୍ଦୁଲକର କଲେ ଟି ନଟରାଜନଙ୍କର ପ୍ରଶଂସା:-

ଏହି ପ୍ରଶ୍ନ ପଚରାଯିବା ପରେ କି କଣ ସେ ଟି ନଟରାଜନଙ୍କୁ ସୀମିତ ଓଭର ସିରିଜ ପରେ ଟେଷ୍ଟ ସିରିଜ ପାଇଁ ଡକାଇବେ? ଭାରତୀୟ ପୂର୍ବ ଅଧିନାୟକ କହିଛନ୍ତି ଚୟନକର୍ତାଙ୍କ ଫଇସଲା ଥିଲା। ନଟରାଜନଙ୍କ ବିଷୟରେ କଥା ହୋଇ ସଚିନ କହିଛନ୍ତି,”ସେ ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି। ଏବେ ଏହା ଚୟନକର୍ତା ଓ ଟିମ ମ୍ୟାନେଜମେଣ୍ଟ ଉପରେ ଅଛିକି ସେ ତାଙ୍କୁ ଡାକାଇବେ ବା ନାହିଁ। ମୁଁ ନିର୍ଣ୍ଣୟକୁ ପ୍ରଭାବିତ କରିବାରେ ବିଶ୍ୱାସ କରେ ନାହିଁ”।

Google
ସଚିନ କହିଲେ ପିଙ୍କ ବଲ ଟେଷ୍ଟ ପରେ ହୋଇଥିଲେ ଭଲ ହୋଇଥାନ୍ତା:-

ପିଙ୍କ ବଲ ଟେଷ୍ଟ ବିଷୟରେ କଥା ହୋଇ ସଚିନ କହିଛନ୍ତି,”ଆପଣ ସିରିଜର ପ୍ରଥମ ମ୍ୟାଚ ଗୋଲାପୀ ବଲ ଟେଷ୍ଟ ଖେଲନ୍ତୁ, ଦ୍ୱିତୀୟ ବା ତୃତୀୟ ବା ଚତ୍ରୁର୍ଥ ମ୍ୟାଚ । ଏହା ଅଷ୍ଟ୍ରେଲିଆରେ ଆପଣଙ୍କ ପ୍ରଥମ ଗୋଲାପୀ ବଲ ଟେଷ୍ଟ ମ୍ୟାଚ ହେବ। ଏହା ନିଶ୍ଚିତ ସାହାଯ୍ୟ କରିଥାନ୍ତା ଯଦି ଏହି ଗୋଲାପୀ ବଲ ଟେଷ୍ଟ ମ୍ୟାଚ ତୃତୀୟ ବା ଚତ୍ରୁର୍ଥ ଟେଷ୍ଟ ମ୍ୟାଚ ହୋଇଥାନ୍ତା ତ। କାରଣ ଆମେ ଲମ୍ବା ସମୟ ପରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛେ। ସେଥିପାଇଁ ଆପଣଙ୍କୁ ପରିସ୍ଥିତି ପାଇଁ କିଛି ସମୟ ଆବଶ୍ୟକ। ମୋ ହିସାବରେ ଡେ ନାଇଟ ଟେଷ୍ଟରେ ଟାଇମ ଅଲଗା ହୋଇଥାଏ। ଯାହା ଖେଳାଳୀ ମାନଙ୍କ ପାଇଁ କିଛି ଅସୁବିଧା ହୋଇଥାଏ।ଗୋଲାପୀ ବଲ ଟେଷ୍ଟ ପୂର୍ବରୁ ଯଦି ଗୋଟେ ବା ଦୁଇଟା ଟେଷ୍ଟ ହୋଇଥାନ୍ତା ତେବେ ନିଶ୍ଚିତ ରୂପରେ ଭଲ ହୋଇଥାନ୍ତା”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *