ସଚିନ ତେନ୍ଦୁଲକର ଭିଡିଓ ବାର୍ତ୍ତା ଦେଇ ଦେଲେ ଏକ ସନ୍ଦେଶ! ସୋସିଆଲ ମିଡିଆରେ ଭାଇରଲ ଭିଡିଓ, ଦେଖନ୍ତୁ ଭିଡିଓ

ବ୍ୟୁରୋ ରିପୋର୍ଟ: ଦୁନିଆର ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜଣେ ସଚିନ ତେନ୍ଦୁଲକର ପ୍ରାୟ ସୋସିଆଲ ମିଡ଼ିଆରେ ଭିଡ଼ିଓ ସେୟାର କରି ମ୍ୟାସେଜ ଦେଇଥାନ୍ତି। ସେ ୨୬ ଜାନୁଆରୀ ଗଣତନ୍ତ୍ର ଦିବସ ଅବସରରେ ମଧ୍ୟ ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି। ଏଥିରେ ସେ ଏକ ଅଧିକାରୀକ କଥା କହିଛନ୍ତି। ପୁରା ଦେଶ ଆଜି ୭୩ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ମୌକାରେ ଅନେକ ବିଶେଷ ଲୋକ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି।

Google

ସଚିନ ତେନ୍ଦୁଲକର ମଧ୍ୟ ଏହି ମୌକାରେ ଖାସ ମ୍ୟାସେଜ ସେୟାର କରିଛନ୍ତି ଓ ସେ ଏହା ପାଇଁ ସୋସିଆଲ ମିଡ଼ିଆର ସହାରା ନେଇଛନ୍ତି। ସେ ଏହି ଭିଡ଼ିଓରେ ଗଣତନ୍ତ୍ର ଦିବସର ଶୁଭକାମନା ଦେବା ସହ ଅଧିକାରୀକ କଥା କହିଛନ୍ତି-ଖେଳିବାର ଅଧିକାର। ଇଂଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି୧ ମିନିଟ ୧୧ ସେକେଣ୍ଡର ଭିଡ଼ିଓରେ ସଚିନ ଅପିଲ କରି କହିଛନ୍ତି ଯେବେବି ମୌକା ମିଳିବ ସମସ୍ତଙ୍କୁ ଖେଳିବା ଦରକାର।

୪୮ ବର୍ଷୀୟ ସଚିନ ଏହି ଭିଡ଼ିଓରେ କହିଛନ୍ତି,”ସମସ୍ତଙ୍କୁ ଗଣତନ୍ତ୍ର ଦିବସ ୨୦୨୨ର ଶୁଭକାମନା। ଆଜିର ଦିନରେ ୧୯୫୦ରେ ଭାରତ ନିଜର ସମ୍ବିଧାନ ସ୍ଥାପନ କରିଥିଲା। ଆମର ସମ୍ବିଧାନରେ ବହୁତ କିଛି ଏପରି ଅଛି ଯାହା ଦ୍ୱାରା ଦେଶ ମଜବୁତରେ ଆଗକୁ ବଢୁଛି। କିନ୍ତୁ ମୁଁ ଆଜି ଖେଳିବାର ଅଧିକାର ବିଷୟରେ କହିବାକୁ ଚାହୁଁଛି। ୟୁଏନର ପିଲାର ଅଧିକାର ଅନୁସାରେ ଏହାର ଅଧିକାର ଅଟେ। ଏହା କେତେ ଭଲ କଥା କି ୟୁଏନ ମଧ୍ୟ ବୁଝିଛି କି ପିଲାର ବିକାଶ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖେଳିବା କେତେ ଜରୁରୀ”।

ଖେଳ ରତ୍ନରେ ସନମାନିତ ଏହି ମହାନ ବ୍ୟକ୍ତି ଆଗକୁ କହିଛନ୍ତି,”ସ୍ପୋର୍ଟସ ପ୍ଲେଇଙ୍ଗ ନେସନ ପଛରେ ଏହି ଭାବନା ଅଟେ। ଖେଳ କେବଳ ଦେଖନ୍ତୁନି ଖେଳନ୍ତୁ ମଧ୍ୟ। ଖେଳିବା କେବଳ ପିଲାଙ୍କ ପାଇଁ ନୁହେଁ ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ। ଚାଲନ୍ତୁ ସରକାରଙ୍କ କୋଭିଡ ନିୟମକୁ ଧ୍ୟାନରେ ରଖି ଯେବେବି ମୌକା ମିଳୁଛି ଖେନ୍ତୁ ଜୟ ହିନ୍ଦ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.