ଆକ୍ରମଙ୍କ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ସଚିନ ।

ଆକ୍ରମଙ୍କ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ସଚିନ , Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Wasim Akranta

ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ଜଣାଶୁଣା କ୍ରିକେଟ ଭାଷ୍ୟକାର ଏବଂ ବିଶେଷଜ୍ଞ ଓ୍ବାସିମ ଆକ୍ରମ ନିଜ ସମୟର ୫ ଜଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବାଛିଛନ୍ତି । ନିଜର ପୂର୍ବତନ ଟିମ୍‌ମେଟ୍‌ ବସିତ୍‌ ଅଲୀଙ୍କ ସହ ଏକ ଚାଟ୍‌ ଶୋ’ରେ ଭାଗନେବା ଅବସରରେ ସେ ଶ୍ରେଷ୍ଠ ୫ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଭାରତର ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ସ୍ଥାନ ଦେଇଛନ୍ତି । ଏହି ପାଞ୍ଚଜଣଙ୍କୁ ସେ କାହିଁକି ଶ୍ରେଷ୍ଠତ୍ୱ ଦେଇଛନ୍ତି ତା’ର ମଧ୍ୟ ଅବତାରଣା କରିଛନ୍ତି ।

ସେ ବୋଲିଂ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ନମ୍ବରଓ୍ବାନ ସ୍ଥାନରେ ଆକ୍ରମ ଓ୍ବେଷ୍ଟଇଣ୍ଡିଜର ଭିଭିଆନ ରିଚାଡର୍‌ସଙ୍କୁ ସ୍ଥାନ ଦେଇଛନ୍ତି । ରିଚାଡର୍‌ସ ୧୮୭ଟି ଦିନିକିଆ ଖେଳି ୪୭ ଆଭରେଜରେ ୬,୭୨୧ ରନ ସଂଗ୍ରହ କରିଛନ୍ତି । ସେହିପରି ଏହି ଆଣ୍ଟିଗୁଆ କ୍ରିକେଟର ୧୨୧ଟି ଟେଷ୍ଟ ମ୍ୟାଚ ଖେଳି ୫୦.୨୩ ଆଭରେଜରେ ୮,୫୪୦ ରନ କରିଛନ୍ତି ।

Sachin Tendulkar not in favour of sport in empty stadiums, calls ...
Google

ଏହା ମଧ୍ୟରେ ୨୪ଟି ଶତକ ସାମିଲ । ଦ୍ୱିତୀୟରେ ଆକ୍ରମ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ କ୍ରିକେଟର ମାର୍ଟିନ କ୍ରୋଙ୍କୁ ବାଛିଛନ୍ତି । ୨୦୧୬ ରେ ମୃତ୍ୟୁବରଣ କରିଥିବା ଏହି ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ୭୭ଟି ଟେଷ୍ଟ ଓ ୧୪୩ଟି ଦିନିକିଆ ଖେଳି ଯଥାକ୍ରମେ ୫,୪୪୪ ଓ ୪,୭୦୪ ରନ ସ୍କୋର କରିଛନ୍ତି,। ରିଭର୍ସ ସୁଇଂକୁ ଖେଳିବାରେ ମାର୍ଟିନ ମାଷ୍ଟର ଥିଲେ ବୋଲି ଆକ୍ରମ କହିଛନ୍ତି ।

‘ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟରେ ରିଭର୍ସ ସୁଇଂ କ’ଣ ଅଧିକାଂଶ ଜାଣି ନ ଥିଲେ ସେତେବେଳେ ମାର୍ଟିନ ପାକିସ୍ତାନ ଆସି ଟେଷ୍ଟ ସିରିଜରେ ୨ଟି ଶତକ ହାସଲ କରିଥିଲେ’ ବୋଲି ଆକ୍ରମ ପ୍ରକାଶ କରିଛନ୍ତି । ଏହାପରେ ସେ ଓ୍ବେଷ୍ଟଇଣ୍ଡିଜର ବ୍ରାଏନ ଲାରା ଓ ପାକିସ୍ତାନର ଇଞ୍ଜାମାମ-ଉଲ୍‌-ହକ୍‌ଙ୍କୁ ସ୍ଥାନ ଦେଇଛନ୍ତି । ଅସାଧାରଣ ପ୍ରତିଭାର ଅଧିକାରୀ ଲାରା ୧୩୧ ଟେଷ୍ଟ ଓ ୨୯୯ ଦିନିକିଆରେ ୨୦,୦୦୦ ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଅନ୍ୟପକ୍ଷରେ ଇଞ୍ଜାମାମ ଟେଷ୍ଟରେ ୮,୮୩୦  ଓ ୫୦ ଓଭର ଫର୍ମାଟରେ ୧୧,୭୩୯ ରନ ସ୍କୋର କରିଛନ୍ତି ।

୫ମ ସ୍ଥାନ ପାଇଁ ଆଇକନିକ୍‌ ସଚିନଙ୍କୁ ବାଛିଛନ୍ତି ଆକ୍ରମ ।

ଏହି ଭାରତୀୟ ମାଷ୍ଟର ଖେଳାଳି କ୍ୟାରିୟରରେ ୨୦୦ ଟେଷ୍ଟ, ୪୬୩ ଦିନିକିଆ ଓ ଗୋଟିଏ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେ ଉଭୟ ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ ସ୍କୋର ସହ ଶତକ ହାସଲ କରିଛନ୍ତି । ସେ ଟେଷ୍ଟରେ ୧୫,୯୨୧ ଓ ଏକଦିବସୀୟରେ ୧୮,୪୨୬ ରନ ସ୍କୋର କରିଛନ୍ତି । ତେବେ ସେ କାହିଁକି ସଚିନଙ୍କୁ ୫ମ ସ୍ଥାନରେ ରଖିଛନ୍ତି ତା’ର ଉତ୍ତର ରଖିଛନ୍ତି ଆକ୍ରମ ।

Akram Recounts 'Revenge Psyche' After 20 Stitches Courtesy Donald
Google

ସଚିନ ଯେତେବେଳେ ଶ୍ରେଷ୍ଠ ଫର୍ମରେ ଥିଲେ ସେତେବେଳେ ତାଙ୍କ ଏବଂ ଓ୍ବାକର ୟୁନୁସଙ୍କ ବିରୋଧରେ ଟେଷ୍ଟ ଖେଳି ନାହାନ୍ତି । ‘ସଚିନ ୧୯୮୯ ରେ ମାତ୍ର ୧୬ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ କଲେ । ମାତ୍ର ମୁଁ ଏବଂ ୟୁନୁସ ୧୦ ବର୍ଷ ପରେ ଅର୍ଥାତ୍‌ ୧୯୯୯ ରେ ପ୍ରଥମଥର ପାଇଁ ତାଙ୍କ ବିରୋଧରେ ଟେଷ୍ଟ ଫର୍ମାଟରେ ଖେଳିଲୁ । ଆମେ ଦିନିକିଆରେ ଖେଳିଥିଲୁ, ମାତ୍ର ଶ୍ରେଷ୍ଠ ଫର୍ମରେ ଥିବାବେଳେ ପରସ୍ପରର ସମ୍ମୁଖୀନ ହୋଇ ନ ଥିଲୁ । ସଚିନ ବିଶ୍ୱର ଜଣେ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର ଏଥିରେ ଦ୍ୱିମତ ନାହିଁ, ମାତ୍ର ମୁଁ ଯେତେବେଳେ ମୋ ଟେଷ୍ଟ କ୍ୟାରିୟରରେ ଶ୍ରେଷ୍ଠ ଫର୍ମରେ ଥିଲି ସଚିନଙ୍କୁ ବୋଲିଂ ସୁଯୋଗ ପାଇ ନ ଥିଲି’ ବୋଲି ଲାହୋର ଜନ୍ମିତ ଆକ୍ରମ ପ୍ରକାଶ କରିଛନ୍ତି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *