ହୃଦୟ ଜିତିଲେ ସଚିନ। ବାପାଙ୍କ ସ୍ମୃତିରେ ୫୬୦ ପିଲାଙ୍କର ନେଲେ ପାଠ ପଢା ଦାୟୀତ୍ୱ, ଖେଳିଗଲା ଖୁସିର ଲହରୀ

କ୍ରିକେଟ ଖେଳ ପ୍ରାୟ କେତେକ ଦେଶରେ ଘରେ ଘରେ ଲୋକପ୍ରିୟ ଅଟେ। ଯେବେକି କ୍ରିକେଟର କଥା ଉଠେ କ୍ରିକେଟର ମାଷ୍ଟର ବ୍ଲାଷ୍ଟର କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ କଥା ପ୍ରାୟତଃ ଆଗ ମନେ ପଡେ। ପୁଣି ଏକ ମହାନ କାର୍ଯ୍ୟ କରି ସଚିନ ଚର୍ଚ୍ଚାକୁ ଆସିଛନ୍ତି। ଆପଣ ଜାଣିଥିବେ ଏବେ ମଧ୍ୟ ଦେଶରେ ଏପରି ପିଲା ଅଛନ୍ତି ଯେଉଁମାନେ ଅର୍ଥ ଅଭାବରେ ପାଠ ପଢିପାରୁ ନାହାନ୍ତି। ଏବେ ସଚିନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। କହିରଖିବୁ ସଚିନ ଏବେ ୫୬୦ ପିଲାଙ୍କ ପାଠ ପଢ଼ାର ଦାୟୀତ୍ୱ ନେବେ।

Google

ବର୍ଷ ୨୦୧୩ରେ ସଚିନ କ୍ରିକେଟକୁ ଅଲବିଦା କହିଦେଇଥିଲେ। ଏବେ ସେ ମଧ୍ୟପ୍ରଦେଶର ୫୬୦ ଆଦିବାସି ପିଲା ଯେଉଁମାନେ ଅର୍ଥ ଅଭାବରୁ ପାଠ ପଢିପାରୁନାହାନ୍ତି ସେମାନଙ୍କ ପାଠ ପଢା ଦାୟୀତ୍ୱ ଏବେ ସଚିନ ନେବେ। କହିରଖିବୁ ଆଜି ଏହା ପାଇଁ ସଚିନ ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ ପହଁଚିଥିଲେ। ସେଠାରେ ସେ ଇନ୍ଦୋର ଦେଇ ସନ୍ଦଲପୁର ଗାଁରେ ପହଞ୍ଚିଥିଲେ ଓ ସେଠାରେ ସେ ଏକ ଏନଜିଓ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ସେହି କାର୍ଯ୍ୟକ୍ରମରେ ସଚିନ ତାଙ୍କ ବାପାଙ୍କ ସ୍ୱପ୍ନ ବିଷୟରେ କହି ଭାବୁକ ହୋଇଯାଇଥିଲେ। ସେ କହିଥିଲେ ତାଙ୍କ ବାପା ମଧ୍ୟ ଏହା ଚାହୁଁଥିଲେ ଓ ଏହି କାର୍ଯ୍ୟରେ ସେ ବହୁତ ଖୁସି ହୋଇଥାନ୍ତେ ଦେଖିଥିଲେ। କହିରଖିବୁ ମଧ୍ୟପ୍ରଦେଶର “ସଂସ୍ଥା2 ପରିବାର” ନାମକ ଏକ ଏନଜିଓ ସଂସ୍ଥା ପିଲାଙ୍କୁ ପାଠ ପଢ଼ାଇଥାଏ। ଏହି ସଂସ୍ଥାରେ ସଚିନ ରହି ୫୬୦ ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବେ। ସେ ଆଜି ଏପରି କରିବାର ମାନେ ହେଇଛି ଆଜିର ଦିନରେ ହିଁ ସେ ବର୍ଷ ୨୦୧୩ରେ କ୍ରିକେଟରୁ ବିଦାୟ ନେଇଥିଲେ। ଏହା ସହ ସେ ସେଠାକର ୫ ଟି ଗ୍ରାମର ପିଲାଙ୍କୁ ଉତ୍ତମ ଖାଦ୍ୟ ଦେବେ।

ତେବେ ଆପଣ ଯଦି କ୍ରିକେଟ ଦେଖିଥିବେ କି ଜାଣିଥିବେ ତେବେ ପ୍ରାୟ ଆପଣ ସଚିନଙ୍କୁ ଜାଣିଥିବେ। ତାଙ୍କ ଭଳି ଲୋକ, ତାଙ୍କ ଭଳି ଖେଳାଳୀ ବୋଧ ହୁଏ କିଏ ଥିବେ। ତାଙ୍କ ବିଷୟରେ ତଥା ତାଙ୍କ ଖେଳ କିପରି ଆପଣଂକୁ ଲାଗେ ଏବଂ ତାଙ୍କର ଏହି କାର୍ଯ୍ୟ ଆପଣଙ୍କ ମନରେ କି କଥା ଉତ୍ପନ୍ନ କରୁଛି ତାହା କମେଣ୍ଟ ବିଭାଗରେ ଲେଖି ଜଣାଇବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *