ଆମେ ଦେଶରେ କ୍ରିକେଟକୁ ସମସ୍ତେ ବହୁତ ଉତ୍ସାହ ସହ ଦେଖିଥାନ୍ତି। ଆଇପିଏଲ ଦେଶର ସମସ୍ତ ରାଜ୍ୟର ସାମୂହିତ ଟିମର ମ୍ୟାଚ ଅଟେ। ଯେଉଁଠି ଜିତିବା ବାଲାକୁ କୋଟି କୋଟି ଟଙ୍କା ସହ ଟ୍ରଫି ମିଳିଥାଏ। ଏହି ମ୍ୟାଚରେ ସମସ୍ତେ ନିଜ ନିଜ ରାଜ୍ୟର ଟିମ ମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ସାପୋର୍ଟ କରିଥାନ୍ତି। ସବୁ ରାଜ୍ୟର ଲୋକ ଚାହିଁଥାନ୍ତିକି ତାଙ୍କ ଟିମ ହିଁ ଜିତୁ। ଏହି ମ୍ୟାଚରେ କେବେ ବାଜି କଣ ଚେଞ୍ଜ ହୋଇଯିବ କାହାକୁ ଜଣାନାହିଁ ଓ ଏହି ମ୍ୟାଚକୁ ଦେଖିବା ପାଇଁ ଦର୍ଶକ ନିଜ ଟିଭରେ ଲାଗିକି ରହିଥାନ୍ତି। ଏହି ରୋମାଞ୍ଚ ପାଇଁ ସବୁ ଟିମର ଅଧିନାୟକ ଟିମରେ ଅନେକ ପରିବର୍ତ୍ତନ କରିଥାନ୍ତି।କିନ୍ତୁ ଏବେ ଗୋଟିଏ ଟିମର ପରିବର୍ତ୍ତନକୁ ନେଇ ସଚିନ ଟେନ୍ଦୁଲକର ନିଜ ବୟାନ ଦେଇଛନ୍ତି।

କ୍ରିସ ଗେଲଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି:-
କ୍ରିକେଟର ଭଗବାନ ଓ ମାଷ୍ଟର ବ୍ଲାଷ୍ଟର ନାମରେ ପରିଚିତ ମହାନ ଖେଳାଳୀ ସଚିନ ତେନ୍ଦୁଲକର କ୍ରିସ ଗେଲଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସଚିନ ତେନ୍ଦୁଲକର ଇଣ୍ଡିଆନ ପ୍ରିମୀୟର ଲିଗ(ଆଇପିଏଲ) ର ଆରମ୍ଭ ମ୍ୟାଚ ମାନଙ୍କରେ ୱେଷ୍ଟଇଣ୍ଡିଜର ଘାତକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କୁ କିଙ୍ଗସ ଇଲେଭେନ ପଞ୍ଜାବ ବାହାରେ ରଖିବା ନିସ୍ଚତିକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି। ସଚିନ ଟ୍ୱିଟ କରିଛନ୍ତି,”କ୍ରିସ ଗେଲଙ୍କୁ ଫେରିବା ଦେଖି ଭଲ ଲାଗୁଛି ଓ ସେ ସୁନ୍ଦର ୫୩ ରନ କରିଛନ୍ତି। ମୁଁ ଆଶ୍ଚର୍ଯ୍ୟ ଅଛି କି ଏତେ ସମୟ ଧରି କିଙ୍ଗସ ଇଲେଭେନ ପଞ୍ଜାବ ତାଙ୍କୁ ବାହାରେ ରଖିଥିଲା।

ଗେଲ ୫୩ ରନର ଅର୍ଦ୍ଧଶତକୀୟ ପାରି ଖେଳୀଛନ୍ତି:-
ଆପଣଙ୍କୁ କହିରଖିବୁକି ଗେଲ ଆରମ୍ଭ ମ୍ୟାଚ ମାନଙ୍କରେ ପଞ୍ଜାବ ଟିମରେ ସହ ସାମିଲ ନଥିଲେ। ଉଲ୍ଲେଖନିୟ ଅଛି କି ଗେଲଙ୍କ ନାମରେ ଟି-୨୦ରେ ସବୁଠୁ ଅଧିକ ଛକା ମାରିବାର ରେକର୍ଡ ଅଛି। ସେ ଏବେ ପର୍ଯ୍ୟନ୍ତ ଟି-୨୦ ରେ ୧୦୦୦ ଛକା ମାରିଛନ୍ତି। ସେ ରାୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଫେରି ସେହି ମ୍ୟାଚରେ ୫୩ ରନର ଅର୍ଦ୍ଧ ଶତକୀୟ ପାରି ଖେଳି ପଞ୍ଜାବକୁ ଦ୍ୱିତୀୟ ବିଜୟ ଦେଲେ।
କିନ୍ତୁ ଆଇପିଏଲ -ଟି-୨୦ , ୨୦୨୦ର ସବୁ ମ୍ୟାଚ ପୁରା ହୋଇସାରିଛି। ପଞ୍ଜାବର ଅଷ୍ଟମ ମୁକାବିଲାରେ କ୍ରିସ ଗେଲ ୫ ଟି ଛକା ମାରିଥିଲେ ଓ ଜଣାଇଦେଇଥିଲେ କି ତାଙ୍କୁ କଣ ପାଇଁ ୟୁନିଭର୍ସ ବସ କୁହାଯାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।