ମାଷ୍ଟର ବ୍ଲାଷ୍ଟର ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ଏହି ନୂଆ ବର୍ଷରେ ଏକ ବଡ଼ ଉପହାର ମିଳିଛି। ଆଗାମୀ ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଦଳର ସ୍କ୍ୱାଡରେ ସାମିଲ୍ କରାଯାଇଛି। ଏଥିସହ ଅର୍ଜୁନ ପ୍ରଥମଥର ଲାଗି ମୁମ୍ବାଇର ସିନିୟର ଦଳରେ ସ୍ଥାନ ପାଇବା ସହ ଗୌରବ ମଧ୍ୟ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ମୁମ୍ବାଇ ସ୍କ୍ୱାଡରେ ଅର୍ଜୁନଙ୍କୁ କୌଣସି ସ୍ଥାନ ମିଳିନଥିଲା।

ତିନିଦିନ ତଳେ ବିସିସିଆଇର ୨୨ ଜଣିଆ ଖେଳାଳିଙ୍କୁ ନେଇ ଘୋଷଣା କରିବାକୁ ଅନୁମତି ଦେଇଥିଲେ। ଏ ସମସ୍ତ ଖେଳାଳି ବାୟୋ ବବଲ୍ (ଜୈବ ସୁରକ୍ଷା) ମଧ୍ୟରେ ରହିବେ। ବିସିସିଆଇ କହିଥିଲେକି, ଏପରିକି ନେଟ ବୋଲର ଓ ବଦଳ ଖେଳାଳିଙ୍କୁ ବାହାରୁ ଡକାଯିବ ନାହିଁ। ଯାହା ପରେ ମୁମ୍ବାଇ ଦଳରେ ଅର୍ଜୁନ ଓ କୃତିକ ହାନାଗାଭାଦିଙ୍କୁ ଚୟନ କରାଯାଇଛି। ଅର୍ଜୁନ ଓ ହାନାଗାଭାଡି ୨୧ ତମ ଓ ୨୨ ତମ ଖେଳାଳି ଭାବରେ ସ୍ଥାନ ପାଇଛନ୍ତି। ତେଣୁ ଅର୍ଜୁନ ଓ କୃତିକ ହାନାଗାଭାଦିଙ୍କୁ ନେଟ ବୋଲର ଭାବରେ ବ୍ୟବହାର କରାଯାଇପାରେ।
ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ତୁଷାର ଦେଶପାଣ୍ଡେ, ଧୱଲ୍ କୁଲକର୍ଣ୍ଣି, ମିନାଦ ମଞ୍ଜରେକର ଓ ପ୍ରଥମେଶ ଡାକେ ମଧ୍ୟ ମୁମ୍ବାଇର ଏହି ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ତେବେ ଆହତ କାରଣରୁ ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ବାଦ ପଡ଼ିଛନ୍ତି। ଇନଫର୍ମ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦକ ଦଳର ଅଧିନାୟକ ପଦ ସମ୍ଭାଳିବେ। ଅଭିଜ୍ଞ ୱିକେଟକିପର ଆଦିତ୍ୟ ତାରେ ଉପ-ଅଧିନାୟକ ରହିବେ।

କରୋନା କାରଣରୁ ଦୀର୍ଘଦିନ ଧରି ବନ୍ଦ ରହିଥିବା ଘରୋଇ କ୍ରିକେଟ ମୁସ୍ତାକ ସୟଦ ଅଲୀ ଟ୍ରଫି ସହ ଆରମ୍ଭ ହେବ। ଜାନୁଆରୀ ୧୦ ତାରିଖରୁ ଦେଶର ବିଭିନ୍ନ ସ୍ଥାନରେ ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡ଼ିକ ଖେଳାଯିବ। ମୁମ୍ବାଇ ଦଳ ଗ୍ରୁପ୍-ଇ’ରେ ସ୍ଥାନ ପାଇଛି, ଯେଉଁଥିରେ ଦିଲ୍ଲୀ, ହରିୟାଣା, କେରଳ, ଆନ୍ଧ୍ର ଓ ପୁଡୁଚେରୀ ଭଳି ରାଜ୍ୟ ରହିଛନ୍ତି। ମୁମ୍ବାଇ ତା’ର ପ୍ରଥମ ମ୍ୟାଚ ଜାନୁଆରୀ ୧୧ ତାରିଖରେ ଖେଳିବ।
ମୁମ୍ବାଇ ସ୍କ୍ୱାଡ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଆଦିତ୍ୟ ତାରେ (ଉପ-ଅଧିନାୟକ), ଯଶସ୍ୱୀ ଜୈସୱାଲ୍, ଅରକ୍ଷିତ ଗୋମେଲ୍, ସର୍ଫରାଜ୍ ଖାନ୍, ସିଦ୍ଦେଶ ଲାଡ୍, ଶିବମ ଦୁବେ, ଶୁଭମ୍ ରଞ୍ଜନେ, ସୁଜିତ୍ ନାୟକ, ସାଇରାଜ୍ ପାଟିଲ୍, ତୁଷାର ଦେଶପାଣ୍ଡେ, ଧୱଲ କୁଲକର୍ଣ୍ଣି, ମିନାଦ ମଞ୍ଜରେକର, ପ୍ରଥମେଶ ଡାକେ, ଅଥର୍ବ ଅଙ୍କଲୋକର, ଶଶାଙ୍କ ଆଟାର୍ଡେ, ଶାମ୍ସ ମୁଲାନୀ, ହାର୍ଦ୍ଦିକ ତାମୋରେ, ଆକାଶ ପାର୍କର, ସୁଫିୟାନ୍ ଶେଖ୍, ଅର୍ଜୁନ ତେନ୍ଦୁଲକର, କୃତିକ ହାନାଗାଭାଦି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।