୨ୱିକେଟ ନେଇଥିବା ସଚିନଙ୍କ ପୁଅ ୨୦ ଲକ୍ଷରେ ବିକ୍ରି ହେଲା ମାତ୍ର ୧୦୦ ୱିକେଟ ନେଇଥିବା ଏହି ଷ୍ଟାର ଖେଳାଳିଙ୍କ ଭଣଜା ହେଲେନି ବିକ୍ରି, ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଆଇପିଏଲ ପାଇଁ ୧୮ ଫେବୃଆରୀରେ ଚେନ୍ନାଇରେ ହେଇଥିବା ନିଲାମୀରେ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଲକ୍ଷ ଟଙ୍କାରେ କିଣି ନେଇଛି। ଅର୍ଜୁନ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କର ପୁଅ ଅଟନ୍ତି। ଏଠାରେ ଅର୍ଜୁନ ତେନ୍ଦୁଲକରଙ୍କର ବିକ୍ରି ହେବା ତଥା ସେହ୍ୱାଗଙ୍କର ଭଣଜା ମୟଙ୍କ ଡ଼ାଗରଙ୍କର ବିକ୍ରି ନ ହେବା ଉପରେ ଅନେକ ଚର୍ଚ୍ଚା ଉଠୁଛି। ଚର୍ଚାର ବିଷୟ ହେଉଛି ଦୁଇ ଜଣ ଖେଳାଳି ମାନଙ୍କର ଏଯାଏ ଦେଖେଇଥିବା ଖେଳ।

Google

ଆପଣଙ୍କୁ କହି ରଖୁଛୁ କି ନିଲାମୀ ପାଇଁ ୨୯୨ ଖେଳାଳି ମାନଙ୍କୁ ବଛା ଯାଇ ଥିଲା ଆଉ ଶେଷ ସମୟରେ ମାର୍କ ଉଡ଼ ନିଜର ନାମ ଫେରାଇ ନେଲେ ଆଉ ନିଲାମୀ ପୂର୍ବରୁ ଆହୁରି ୭ ଜଣ ଖେଳାଳି ମାନଙ୍କର ନାମ ଯୋଡ଼ାଗଲା। ଏହା ଭିତରେ ଟିମ ଇଣ୍ଡିଆର ପୂର୍ବତ୍ତନ ଓପନର ତଥା ବିଧ୍ଵଂସକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗଙ୍କର ଭଣଜା ମୟଙ୍କ ଡ଼ାଗରଙ୍କର ବି ନାମ ସାମିଲ ଥିଲା। ସେହ୍ୱାଗ ଆଉ ମୟଙ୍କଙ୍କର ମା କଯିନ ଭାଇ ଭଉଣୀ ଅଟନ୍ତି। ଅର୍ଜୁନ ତେନ୍ଦୁଲକର ଏହି ବର୍ଷ ସୟଦ ମୁସ୍ତାକ ଅଲି ଟ୍ରଫିରେ ନିଜର ଡେବ୍ୟୁ କଲେ ଆଉ ତାହା ଭିତରେ ସେ ଦୁଇଟି ମ୍ୟାଚ ଖେଳି ଥିଲେ ଆଉ ତା ଭିତରେ ସେ ଦୁଇଟି ୱିକେଟ ଅକ୍ତିଆର କରିଥିଲେ ଆଉ ମୋଟ ୩ ରନ ବନେଇଥିଲେ।

ମୟଙ୍କ ଡ଼ାଗରଙ୍କ ନାମରେ ୮୦୦ ରୁ ଅଧିକ ରନ ଆଉ ୧୦୦ ରୁ ଅଧିକ ୱିକେଟ ଅଛି। ସେ ୨୦୧୬ ମସିହାରେ ପ୍ରଥମ ଶ୍ରେଣୀ କ୍ରିକେଟରେ ନିଜର ଡେବ୍ୟୁ କରି ଥିଲେ ଯାହା ପରଠାରୁ ସେ ୨୩ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ସାରିଛନ୍ତି। ଏଥିରେ ସେ ୨୧.୩୫ ହାରରେ ୫୯୮ ରନ ବନେଇ ସାରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୭୧ ରନ ଅଟେ ଆଉ ସେ ୩୦.୩୧ର ହାରରେ ୬୪ ୱିକେଟ ବି ନେଇ ସାରିଛନ୍ତି। ଏହା ଭିତରେ ଗୋଟେ ଇନିଂସରେ ତାଙ୍କର ସବୁଠୁ ଉନ୍ନତ ପ୍ରଦର୍ଶନ ୫/୧୩୮ ଅଟେ ଆଉ ଏକ ମ୍ୟାଚରେ ୬/ ୬୪ ଅଟେ।

Google

ମୟଙ୍କ ଡିସେମ୍ବର ୨୦୧୫ରେ ଲିଷ୍ଟ ଏ କ୍ରିକେଟରେ ନିଜର ଡେବ୍ୟୁ କଲେ। ସେ ଏଯାଏ ୨୬ଟି ଲିଷ୍ଟ ଏ ମ୍ୟାଚ ଖେଳି ସାରିଛନ୍ତି ଯାହା ଭିତରେ ସେ ୧୨.୮୫ ହାରରେ ୧୮୦ ରନ ବନେଇଛନ୍ତି। ତାଙ୍କର ସର୍ବୋଚ୍ଚ ରନ ୪୬ ଅଟେ। ସେ ଏହା ଭିତରେ ୩୦ ୱିକେଟ ବି ଅକ୍ତିଆର କରିସାରିଛନ୍ତି ଆଉ ଗୋଟେ ଇନିଂସରେ ପାଞ୍ଚ ୱିକେଟ ବି ନେଇ ସାରିଛନ୍ତି। ଲିଷ୍ଟ ଏ ମ୍ୟାଚ ମାନଙ୍କରେ ତାଙ୍କର ବୋଲିଂରେ ସର୍ବାଧିକ ପ୍ରଦର୍ଶନ ୫/୨୭ ଅଟେ। ସେ ୩୧ଟି ଟି ଟ୍ୱେଣ୍ଟି ମ୍ୟାଚ ଖେଳି ସାରିଛନ୍ତି ଆଉ ଏଥିରେ ସେ ୨୯ଟି ୱିକେଟ ନେଇ ସାରିଛନ୍ତି। ଟି ଟ୍ୱେଣ୍ଟିରେ ତାଙ୍କର ସର୍ବାଧିକ ଫିଗର ୩/୨୮ ଅଟେ।

ଏହିଭଳି ଅବି ବରୋଟ ଆଉ କେଦାର ଦେବଧର ଙ୍କର ବି କିଣା ନ ଯିବା ଫ୍ୟାନ ମାନଙ୍କ ମନକୁ ପାଉନାହିଁ। କେଦାର ଦେବଧାର ଏହି ବର୍ଷ ଶୟଦ ମୁସ୍ତାକ ଅଲି ଟ୍ରଫିରେ ୬୯.୮୦ ହାରରେ ୧୧୩.୩୪ ଷ୍ଟ୍ରାଇକ ରେଟ ସହ ୮ ମ୍ୟାଚରେ ୩୮୯ ରନ ବନେଇଛନ୍ତି। ଅବି ବରୋଟ ସେହିପରି ୫ ମ୍ୟାଚ ରୁ ୫୬.୬୦ ହାରରେ ୧୮୪.୯୭ ଷ୍ଟ୍ରାଇକ ରେଟ ସହ ୨୮୩ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *