ବଲିଉଡ଼ରୁ ଆସିଲା ଦୁଃଖ ଖବର! ବ୍ରିଜ ତଳକୁ କାର ଖସି ଚାଲିଗଲା ଅଭିନେତ୍ରୀଙ୍କ ଜୀବନ! ଛୁଟିରେ ବୁଲିବାକୁ ଯାଇଥିଲେ ଗୋଆ

ବର୍ଷ ୨୦୨୦ ଓ ୨୦୨୧ ଏହି ଦୁଇ ବର୍ଷ ହେବ ଅଭିନୟ ଜଗତ ଅନେକ କଳାକାରଙ୍କୁ ହରାଇସାରିଲାଣି। ଏବେ ପୁଣି ବଲିଉଡ଼ ଜଗତରୁ ଏକ ଦୁଃଖଦ ଖବର ଆସି ପହଁଚିଛି। କାରଣ କହିରଖିବୁ ପୁଣି ଜଣେ ବଲିଉଡ଼ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ଏକ ଦୃଘଟଣାରେ ଅଭିନେତ୍ରୀ ଓ ତାଙ୍କର ଜଣେ ବନ୍ଧୁ ଆରପାରିକୁ ଚାଲିଯାଇଛନ୍ତି।

Google

ରିପୋର୍ଟ ଅନୁସାରେ ସେହି ଅଭିନେତ୍ରୀ ଓ ତାଙ୍କ ସାଥିରେ ଥିଲେ ତାଙ୍କର ଜଣେ ବନ୍ଧୁ, ଦୁହେଁ ସୋମବାର ଦିନ ସକାଳେ ଦୁହେଁ ଏକ କାରରେ ଗୋଆର ବାଗା-କଲନଟ ବ୍ରିଜ ଉପରେ ଯାଉଥିଲେ କିନ୍ତୁ କିଏ ଜାଣିଛି ଆଗରେ କାଳ ଜଗିଥିଲା ବୋଲି।କାରଣ ହଠାତ୍ ଗାଡିର ବାଲାନ୍ସ ଫେଲ ହୋଇଯାଇଥିଲା ଓ ଗାଡି ସିଧା ବ୍ରିଜ ତଳକୁ ଗଳିପଡିଥିଲା ଅଭିନେତ୍ରୀ ଓ ତାଙ୍କ ବନ୍ଧୁଙ୍କର ମୃତ୍ୟୁ ହୋଇଯାଇଥିଲା।

ସୂଚନା ଅନୁସାରେ ସେ ହେଉଛନ୍ତି ବଲିଉଡ଼ ଅଭିନେତ୍ରୀ ୨୫ ବର୍ଷୀୟ ଈଶ୍ୱରୀ ଦେଶପାଣ୍ଡେ ଓ ତାଙ୍କ ବନ୍ଧୁ ୨୮ବର୍ଷୀୟ ଶୁଭମ ଡେଡ଼ଗେ। ଦୁହେଁ ଛୁଟିରେ ବୁଲିବାର ପ୍ଲାନ କରିଥିଲେ ଓ ବୁଧବାର ଦିନ ପୁନେରୁ ଗୋଆ ବାହାରିଥିଲେ ଓ କିଏ ଜାଣିଥିଲା ସେ ଆଉ ଫେରିବେ ନାହିଁ ବୋଲି। ବ୍ରିଜ।ଉପରେ ଯାଉଥିବା ବେଳେ କାର ଡ୍ରାଇଭରର ଅସାଵଧାନତା ଯୋଗୁ କାର ବ୍ରିଜ ତଳକୁ ଗଳିପଡିଥିଲା। ଏହି ଦୃଘଟଣା ସକାଳ ୫ ଟାରେ ଘଟିଥିବା ଜଣାପଡିଛି। ମୁଖ୍ୟ କଥା ହେଉଛି ବ୍ରିଜ ତଳକୁ ଗାଡି ଗଳିପଡିବା ପରେ ଗାଡିରେ ଲକ ଥିବାରୁ ସେମାନେ ଜଲ୍ଦି ବାହାରି ପାରିନଥିଲେ ଯାହା ଦ୍ୱାରା ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ଈଶ୍ୱରୀ ଅନେକ ହିନ୍ଦୀ ଓ ମରାଠୀ ଶିରିଅଲରେ କାମ କରିବା ପାଇଁ ସହ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେମାନେ ୧୫ ତାରିଖରେ ଗୋଆ ଆସିଥିଲେ ବୁଲିବାକୁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *