ଶାହାରୁଖ ଏବଂ କାଜଲଙ୍କର ଏହି ଚଳଚ୍ଚିତ୍ର ଭାଙ୍ଗିଦେଇଥଲା ପଇସା କମେଇବାରେ ରେକର୍ଡ, ୪କୋଟିରେ ତିଆରି ହୋଇଥିବା ଚଳଚ୍ଚିତ୍ର କରିଥିଲା ଏତେ ଉପାର୍ଜିତ।

ବଲିଉଡର ବାଦଶାହା ଶାହାରୁଖ ଖାନ ନିଜର ରୋମାଣ୍ଟିକ ଶୈଳୀକୁ ନେଇ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବହୁତ ପ୍ରସିଦ୍ଧ ଅଟନ୍ତି।ଶାହାରୁଖ ଖାନ ଏବଂ କାଜଲଙ୍କ ଯୋଡି ସବୁବେଳେ ହିଁ ବଲିଉଡରେ ସବୁଠୁ ବଳିଷ୍ଠ ଏବଂ ରସମୟ ଯୋଡି ଅଟେ।ଅଭିନେତ୍ରୀ କାଜଲ ଏବଂ ବାଦଶାହା ଶାହାରୁଖଙ୍କ ଚଳଚ୍ଚିତ୍ର ‘ଦିଲୱାଲେ ଦୁଲହନୀୟା ଲେ ଯାଏଁଙ୍ଗେ’କୁ ଏବେ ୨୫ବର୍ଷ ପୁରା ହୋଇସାରିଛି। ଚଳଚ୍ଚିତ୍ର ଜଗତର ଦୁନିଆରେ ଶାହାରୁଖ ଖାନ ଏବଂ କାଜଲଙ୍କର ଏହି ଚଳଚ୍ଚିତ୍ର ସବୁଠାରୁ ଅଧିକ ରୋମାଣ୍ଟିକ କଣ ପାଇଁ,ଏହି କଥାକୁ କାଜଲ ନିଜେ କହିଛନ୍ତି।କହିଦେଉଛୁ କି ଏହି ଚଳଚ୍ଚିତ୍ର ୨୦ ଅକ୍ଟୋବର ୧୯୯୫ରେ ରିଲିଜ ହୋଇଥିଲା। ଯେଉଁଥିରେ କାଜଲ ସିମରନ ଏବଂ ଶାହାରୁଖ ଖାନ ରାଜର ଅଭିନୟ କରିଥିଲେ।

Google

ଚଳଚ୍ଚିତ୍ରକୁ ୨୫ବର୍ଷ ହେବା ପରେ ଶାହାରୁଖ ଏବଂ କାଜଲ କହିଲେ ହୃଦୟର କଥା:-

ମୁମ୍ବାଇର ମରାଠା ମନ୍ଦିର ସିନେମାଘରରେ ଦିଲୱାଲେ ଦୁଲହନୀୟା ଲେ ଯାଏଁଙ୍ଗେ ଦେଖାଯାଉଅଛି ।ଏହି ଚଳଚ୍ଚିତ୍ରକୁ ପୁରା ୨୫ବର୍ଷ ହୋଇଗଲାଣି।କାଜଲ ଏହି ବିଷୟରେ କଥାହେଲା ବେଳେ କହିଲେ କି,”ମୁଁ ମାନୁଛି କି ଏହି ଚଳଚ୍ଚିତ୍ରରେ ରାଜ୍ ଏବଂ ସିମରନଙ୍କ ରୂପରେ ଲୋକମାନେ ଆମର ଝଲକ ଦେଖୁଛନ୍ତି। ଲୋକମାନେ ଏହି ଚଳଚ୍ଚିତ୍ରକୁ ହୃଦୟରୁ ପସନ୍ଦ କରୁଛନ୍ତି ଏବଂ ସବୁ ବର୍ଷ ଏହି ଚଳଚ୍ଚିତ୍ରକୁ ପସନ୍ଦ କରୁଥିବା ଲୋକ ଲୋକ ବଢି ଯାଉଛନ୍ତି ।

କହିଦେଉଛୁ,ଏହି ଚଳଚ୍ଚିତ୍ରରେ କାଜଲ ସିମରନଙ୍କ ଅଭିନୟ କରିଛନ୍ତି। ସିମରନ ଏକ ଏପରି ଝିଅ ଯିଏ ନିଜର ପରମ୍ପରାକୁ ଧ୍ୟାନରେ ହିଁ ରଖିଥାଏ,ସାଙ୍ଗରେ ତାର ଚାଲିଚଳନ ଆଧୁନିକ ହୋଇଥାଏ। କାଜଲଙ୍କର ଏହି ଶୈଳୀ ଲୋକମାନେ ବହୁତ ଖୁସି।

Google

ସିମରନଙ୍କ ଅଭିନୟକୁ ନେଇ କାଜଲ କହିଲେ,”ଆମ ସମସ୍ତଙ୍କ ମଧ୍ୟରେ କେଉଁଠି ନା କେଉଁଠି ସିମରନ ଲୁଚିକି ଅଛି। ମତେ ଲାଗୁଥିଲା କି ସିମରନର ଅଭିନୟ ଅଳ୍ପ ବିରକ୍ତି ଥିବ,କିନ୍ତୁ ମୁଁ ତାର ଗୁଣକୁ ଜାଣିଲି । କିଛି ଲୋକ କାମକୁ ସେହି ଭାବରେ ପୁରା କରିପାରନ୍ତି ନାହିଁ। ତାଙ୍କ ମନରେ ଏହା ରହିଥାଏ କି ତାଙ୍କ ସହ ଏପରି କାହିଁକି ?ସେ ଏହି ଇଛାକୁ ପୁରା ବି କରିବାକୁ ଚାହିଁଥାନ୍ତି। ଯେଉଁ କଥାକୁ ଆପଣ ହୃଦୟରୁ ମାନିଥାନ୍ତି,ତାହା ପାଇଁ ଅନୁଭବ ହୋଇଥାଏ କି ଆପଣ ତାହାକୁ କରିପାରିବେ। “ଆଦିତ୍ୟ ଚୋପ୍ରା କିଛି ବି ଚଳଚ୍ଚିତ୍ର ସେ ପର୍ଯ୍ୟନ୍ତକରନ୍ତି ନାହିଁ ଯେ ପର୍ଯ୍ୟନ୍ତ ତାଙ୍କୁ ପୁରା ଭରସା ହୁଏ ନାହିଁ କି ,ସେ ଚଳଚ୍ଚିତ୍ର ଅନ୍ୟମାନଙ୍କଠାରୁ ଅଲଗା କରିଥାନ୍ତି। ତାଙ୍କ ଚଳଚ୍ଚିତ୍ରର ଚରିତ୍ରମାନଙ୍କରେ ଏହି କଥାର ଝଲକ ଭଲକରି ଦେଖାଯାଇଥାଏ। ମୁଁ ସିମରନ ଏବଂ ରାଜର କାହାଣୀକୁ ଏକ ସୁରିଲା ସଙ୍ଗୀତର ଗାଥା ରୂପରେ ଦେଖିଥାଏ କିନ୍ତୁ ଏହା ଜଣାନଥିଲା କି ଏ ଏତେ ପ୍ରଭାବଶାଳୀ ଗାଥା ହେବ।”

ସେ କହିଲେ,”ମତେ ଚଳଚ୍ଚିତ୍ରର କାହାଣୀ ପ୍ରଥମରୁ ହିଁ ବହୁତ ପସନ୍ଦ ଥିଲା। ଚଳଚ୍ଚିତ୍ରରେ ଏପରି କୌଣସି ଅଂଶ ନାହିଁ ଯାହା ମତେ ପସନ୍ଦ ନଥିଲା। ମୋର ଏବଂ ଶାହାରୁଖଙ୍କ ଯୋଡିର ସବୁ ଶ୍ରେଷ୍ଠତା ମୁଁ ଆଦିତ୍ୟ ଚୋପ୍ରାଙ୍କୁ ଦେବାକୁ ଚାହୁଁଛି। ଯାହାଙ୍କ ପାଇଁ ଆମେ ସବୁ ଭାରତୀୟଙ୍କ ହୃଦୟରେ ଜାଗା ପ୍ରସ୍ତୁତ କଲୁ।

Google

ଶାହାରୁଖ ଖାନ ବି ଚଳଚ୍ଚିତ୍ରକୁ ୨୫ବର୍ଷ ପୁରା ହେବାପରେ ଚଳଚ୍ଚିତ୍ରକୁ ନେଇ କେତେ କଥା କହିଛନ୍ତି,ଶାହାରୁଖ ଖାନ କହିଲେ କି,”ରାଜ୍ ଏବଂ ସିମରନଙ୍କ ଯୋଡି ବଡ ପରଦାରେ କାମ କରିଦେଲା,ଯେତେବେଳେ ମୁଁ ଏବଂ କାଜଲ କ୍ୟାମେରା ସାମ୍ନାରେ ଥିଲୁ,ତେବେ ଆମକୁ ଗୋଟିଏ ମୁହୂର୍ତ୍ତ ପାଇଁ ବି ଲାଗିନଥିଲା କି ଆମେ ଅଭିନୟ କରୁଛୁ । ଚଳଚ୍ଚିତ୍ର ପାଇଁ ପ୍ରଥମ ଦିନରୁ କୌଣସି ବି ଯୋଜନା କରିନଥିଲୁ । ଯଦି ଚଳଚ୍ଚିତ୍ରରେ କିଛି ଜିନିଷ ଆମକୁ ପସନ୍ଦ ଅସୁନଥିବ ତେବେ ଆମେ ଦୁଇଜଣ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ କରୁଥିଲୁ। ଆମେ ଦୁଇଜଣ ହିଁ ଚଳଚ୍ଚିତ୍ରର କାହାଣୀକୁ ଆନନ୍ଦ ନେଉଥିଲୁ।ଆମେ ବହୁତ ଭଲ ସାଙ୍ଗ ମଧ୍ୟ ଅଟୁ।

ଶାହାରୁଖ କହିଲେ,ଏହି ଚଳଚ୍ଚିତ୍ର ଯେଉଁ ସମୟରେ ଆସିଥିଲା,ସେହି ସମୟରେ ଡିଡିଏଲଜେ ଯେପରି କାହାଣୀ ପାଇଁ ଦର୍ଶକ ପ୍ରଥମରୁ ପ୍ରସ୍ତୁତ ରହୁଥିଲେ। ଆଧୁନିକ ପ୍ରେମ ଅନୁଭୂତି ଚଳଚ୍ଚିତ୍ରକୁ ବାହାରୁ ବହୁତ ସଫଳ କରିଥିଲା।”

“ଦିଲୱାଲେ ଦୁଲହନୀୟା ଲେ ଯାଏଁଙ୍ଗେ ଚଳଚ୍ଚିତ୍ରର କାହାଣୀ ଲେଖୁଥିବା ବେଳେ ଆଦିତ୍ୟ ଚୋପ୍ରା ଏହା କହିବାକୁ ଯାଉଥିଲେ କି କିଛି ଏପରି ପରିବାର ବି ଥାଏ ଯିଏ ଚଳଚ୍ଚିତ୍ରର ମୂଳ କଥାକୁ ମାନିଥାନ୍ତି।”

Google

ଡିଡିଏଲଜେ ପ୍ରସ୍ତୁତକାରୀର ନିର୍ଦେଶକ ଥିଲେ ଉଦୟ ଚୋପ୍ରା:-

‘ଦିଲୱାଲେ ଦୁଲହନୀୟା ଲେ ଯାଏଁଙ୍ଗେ’ଚଳଚ୍ଚିତ୍ର ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ଦେଶୀତ ପ୍ରଥମ ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଦେଇଥିଲା।ଡିଡିଏଲଜି ପ୍ରସ୍ତୁତକାରୀର ନିର୍ଦେଶକ ଉଦୟ ଚୋପ୍ରା ଥିଲେ।ଉଦୟ ଚୋପ୍ରା କହିଲେ କି ଏହି ଚଳଚ୍ଚିତ୍ରର ପ୍ରସ୍ତୁତ କୌଣସି ହିନ୍ଦୀ ଚଳଚ୍ଚିତ୍ର ପାଇଁ ପ୍ରଥମ ମୌକା ଥିଲା ଯାହା ସିନ ପଛର ଫୁଟେଜକୁ ଦୂରଦର୍ଶନରେ ଟେଲିକାଷ୍ଟ କରାଯାଇଥିଲା।

କେତେ ଥିଲା ବ୍ୟୟ ଏବଂ କେତେ ହେଲା ଉପାର୍ଜିତ:-

ବର୍ଷ ୧୯୯୫ରେ ଆସିଥିବା ଏହି ଚଳଚ୍ଚିତ୍ର ପାଖାପାଖି ୪କୋଟି ଟଙ୍କା ଲାଗିଥିଲା। ଚଳଚ୍ଚିତ୍ରରେ ଭାରତରେ ପାଖାପାଖି ୮୯କୋଟି ଏବଂ ଓଭରସିରିଜ ମାର୍କେଟରେ ୧୩.୫୦ କୋଟି ଟଙ୍କାର ଆଦାୟ ହୋଇଥିଲା।କଥା ଯଦି କୁହାଯାଏ ତେବେ ପୁରା ଦୁନିଆରେ ପ୍ରାୟ ୧୦୨.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଆଦାୟ ହୋଇଥିଲା। ଶାହାରୁଖ ଏବଂ କାଜଲଙ୍କ ରୋମାଣ୍ଟିକ ଯୋଡିର ଚଳଚ୍ଚିତ୍ର ‘ଦିଲୱାଲେ ଦୁଲହନୀୟା ଲେ ଯାଏଁଙ୍ଗେ’ ୧୦ଟି ଫିଲ୍ମ ମେକର ପୁରସ୍କାର ଜିତିଥିଲା। ଡିଡିଏଲଯେ ହିନ୍ଦୀ ସିନେମାର ରଙ୍ଗ, ରୂପ ବଦଳେଇଦେଇଥିଲା।

Google

ଲିସେସ୍ଟର ସ୍କୋୟରରେ ଲଗାଯିବ ରାଜ ଓ ସିମରନଙ୍କ ପ୍ରତିମାଗୁଡି଼କ:-

ହାର୍ଟ ଅଫ ଲଣ୍ଡନ ବିଜନେସ ଏଲାୟନ୍ସ ଦ୍ୱାରା ସୂଚନା ମିଳିଛି କି ଫିଲ୍ମ ‘ଦିଲ ୱାଲେ ଦୁଲହନିଆ ଲେ ଯାଏଁଗେ’ ଏକ ଅଜବ ସୀନ ‘ସିନ୍ସ ଇନ ଦ ସ୍କୋୟର ‘ରେ ରଖାଯିବ।ରାଜ ଓ ସିମରନ ଏହି ପ୍ରତିମା ବିତିୟ ୧୦୦ ବର୍ଷରେ ତିଆରି ହୋଇଥିବା ଫିଲ୍ମର ଦୃଶ୍ୟରୁ ନେଇଥିବା ୧୦ ମ ପ୍ରତିମା ହେବ। ଏହା ପୂର୍ବରୁ ଏଠାରେ ଲରେଲ ଆଣ୍ଡ ହାର୍ଡ଼ି ,ପ୍ୟାଡ଼ିଂଟନ,ବଗସ ବନି,ସିଙ୍ଗିଙ୍ଗ ଇନ ଦ ରେନଙ୍କ ଜିନ କେଲି,ମ୍ୟାରୀ ପାଁପିସ,ମିଷ୍ଟର ବିନ,ସୁପର ହିରୋ ବ୍ୟଟମ୍ୟାନ ସେ ଅଣ୍ଡରଉମନର ପ୍ରତିମା ଗୁଡିକ ଲାଗିସାରିଛି ଏହାଛଡା ପୂର୍ବ ବର୍ଷ ସେପ୍ଟେମ୍ବର ମାସରେ ହ୍ୟାରି ପୋର୍ଟର ପ୍ରତିମା ମଧ୍ୟ ଲଗାଯାଇଥିଲା। ଯଶ ରାଜ ଫିଲ୍ମର ସ୍ଥାପନାରେ ବି ୫୦ ବର୍ଷ ପୁରିଗଲାଣି। ୟୁନାଇଟେଡ଼ କିଙ୍ଗଡମ ଦ୍ୱାରା ରାଜ ଓ ସିମରନଙ୍କ ପ୍ରତିମା ଲିସେସ୍ଟର ସ୍କୋୟାର ଲଗାଯିବାର ଖବରରେ ତାଙ୍କର ଏଠାରେ ଖୁସି ଆଉ ମଧ୍ୟ ବଢିଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *