ବଲିଉଡ଼ ଷ୍ଟାରଙ୍କ ନାମ ହେବା କାରଣରୁ ତାମିଲନାଡୁର କ୍ରିକେଟର ଶାହାରୁଖ ଖାନଙ୍କ ପାଇଁ କାହାର ବି ଧ୍ୟାନ ତାଙ୍କ ଆଡ଼କୁ ଆଣିବା କିଛି ବଡ଼ କଥା ନୁହେଁ କିନ୍ତୁ ଆଇପିଏଲରେ ତାଙ୍କୁ ୫ କୋଟି ୨୫ ଲକ୍ଷରେ କିଣା ହେବା ପଛର କାରଣ ହେଉଛି ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ତାଙ୍କ ଭଲ ପ୍ରଦର୍ଶନ। ତାମିଲନାଡୁର ୨୫ ବର୍ଷୀୟ ଅଲରାଉଣ୍ଡର ଶାହାରୁଖ ଖାନଙ୍କ ବେସ ପ୍ରାଇଜ ୨୦ ଲକ୍ଷ ଟଙ୍କା ଥିଲା କିନ୍ତୁ ପଞ୍ଜାବ କିଙ୍ଗସ ତାଙ୍କ ପାଇଁ ଅଧିକ ଦାମ ଲଗାଇଲା। ସେ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ତାମିଲନାଡୁ ଟ୍ରଫି ଜିତିବାର ଫିନିସରର ଭୂମିକା ଗ୍ରହଣ କରିଥିଲେ ଓ ଭୟାନକ ବ୍ୟାଟିଙ୍ଗ କରିଥିଲେ।

ତାମିଲନାଡୁର ଶାହାରୁଖ ଖାନଙ୍କ ୧୯ ବଲରେ ୪୯ ରନର ପାରି ପାଇଁ କ୍ୱାଟର ଫାଇନାଲରେ କଷ୍ଟକର ଥିବା ମ୍ୟାଚରେ ସେ ହିମାଚଳ ପ୍ରଦେଶକୁ ହରାଇଥିଲେ। ଯେବେକି ତାଙ୍କ ୭ ବଲରେ ୧୮ ରନର ପାରି ପାଇଁ ବଦୌଡା ବିରୁଦ୍ଧରେ ସେ ଫାଇନାଲ ଜିତିଥିଲେ। ସେ ଏହା ପରେ ରାଜସ୍ତାନ ରୟାଲ୍ସ, କୋଲକତା ନାଇଟ ରାଇଡ଼ର୍ସ ଓ ପଞ୍ଜାବ ଟିମର ଟ୍ରାଏଲରେ ଅଂଶଗ୍ରହଣ କରିଥିଲେ ଓ ସ୍ପଷ୍ଟ ଅଟେକି ସେ ନିଜ ଛାପ ଛାଡିଥିଲେ। ଶାହାରୁଖ ଖାନ କହିଛନ୍ତି,”ଏହି ବର୍ଷ ମତେ କୌଣସି ଆଶା ନଥିଲା। ସତ କହିବାକୁ ଗଲେ ମୋର ମନରେ ନିଲାମୀକୁ ନେଇ କିଛି ନଥିଲା। ଲୋକ ମୋର ଆଇପିଏଲରେ ଖେଳିବାକୁ ନେଇ କଥା ହେଉଥିଲେ କିନ୍ତୁ ମୁଁ ଏହା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିନଥିଲି”।
ଶାହାରୁଖ ଖାନଙ୍କୁ ଜଣା ଅଛିକି ଆଇପିଏଲ କୌଣସିବି କ୍ରିକେଟରଙ୍କ ପାଇଁ ନିଜ ଖେଳର ପ୍ରତିଭା ଦେଖାଇବା ପାଇଁ ବଡ଼ ମଞ୍ଚ ଅଟେ। ଏଠାରେ ଆପଣଙ୍କ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କ ବିରୁଦ୍ଧରେ ଓ ସହିତ ମିଶି ଖେଳିବାର ମୌକା ମିଳିଥାଏ। ତାଙ୍କ ସହ କଥାହୋଇ ଓ ତାଙ୍କ ସହ ମିଶି ଆପଣ ବହୁତ କିଛି ଶିଖିପାରିବେ”। ମା ଙ୍କ ସମ୍ପର୍କୀୟଙ୍କ କଥା ଅନୁସାରେ ତାଙ୍କ ନାମ ଶାହାରୁଖ ଖାନ ରଖାଯାଇଛି ଓ ସେ ମଧ୍ୟ ଶାହାରୁଖ ଖାନଙ୍କର ବଡ଼ ଫ୍ୟାନ ଅଟନ୍ତି ହେଲେ ଡାହାଣ ହାତୀ ଏହି ବ୍ୟାଟ୍ସମ୍ୟାନ ନିଜର ଏକ ନୂତନସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଇଛା କରୁଛନ୍ତି।

କିଛି ବର୍ଷ ପୂର୍ବେ ମଧ୍ୟ ଶାହାରୁଖ ଖାନଙ୍କୁ ଆଇପିଏଲ ଖେଳିବା ନେଇ ଆଶାକରାଯାଉଥିଲା କିନ୍ତୁ ଏପରି ହେଲା ନାହିଁ ଓ ଏଥିରେ ସେ ନିରାଶ ଥିଲେ। ସେ କହିଲେ କି,”ମୁଁ ନିରାଶ ଥିଲି ଯଦି ମୁଁ କହିବି ଏପରି ନୁହେଁ ତ ମୁଁ ମିଥ୍ୟା କହିବି କିନ୍ତୁ ମୁଁ ଏଥିରୁ ଭଲ ଭାବେ ବାହାରିଗଲି। ଏହାକୁ ନେଇ ଦୁଃଖରେ ନଭାଙ୍ଗି ମୁଁ ଭାବିଲିକି ଏଥିରୁ କିପରି ବାହାରିବି”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।