ସାହିଦ କପୁରଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କାରରେ ବସି ଗୀତ ଶୁଣିବା ସହ ଏକ୍ସପ୍ରେସନ ମଧ୍ୟ ଦେଉଛନ୍ତି। ଏହି ଭିଡ଼ିଓ ଦେଖି ସମସ୍ତେ ହସି ପକାଉଛନ୍ତି।

ନୂଆଦିଲ୍ଲୀ: ବଲିଉଡ ଆକ୍ଟର ସାହୀଦ କପୁର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି। ନିଜର ଆକ୍ଟିଙ୍ଗ ସହିତ ଆକ୍ଟର ନିଜର ଶୈଳୀ ପାଇଁ ମଧ୍ୟ ବହୁତ ପରିଚିତ। ଏହି ଦିନରେ ଆକ୍ଟର ନିଜର ଆସୁଥିବା ଫିଲ୍ମ ଜର୍ସିର ପ୍ରସ୍ତୁତିରେ ଲାଗିରହିଛନ୍ତି କିନ୍ତୁ ସେ ସୋସିଆଲ ମିଡ଼ିଆ ଜରିଆରେ ନିଜର ପ୍ରଶଂସଁକ ସହିତ ସବୁବେଳେ ଜଡିତ ରହିଥାନ୍ତି। ଏବେ ଏବେ ତାଙ୍କର ଏକ ଭିଡିଓ ବହୁତ ଖୁସି ମିଯାଜ ରେ ଦେଖିବାକୁ ମିଳିଛି, ଯେଉଁଥିରେ ସେ କାର ରେ ବସି ବସି ଗୀତ ଶୁଣିବା ବେଳେ ଏକ୍ସପ୍ରେସନ ଦେଉଥିବାର ନଜର କୁ ଆସିଛନ୍ତି, ଯାହାକୁ ଦେଖି କାହାର ବି ହସ ବାହାରିଯିବ।ଆକ୍ଟର ଙ୍କର ଏହି ଭିଡ଼ିଓକୁ ପ୍ରଶଂସକମାନେ ମଧ୍ୟ ବହୁତ କମେଣ୍ଟ କରୁଛନ୍ତି।
ସାହୀଦ କପୁର ଏହି ଭିଡିଓକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ଶେୟାର କରିଛନ୍ତି, ଯାହାକୁ ଏ ପର୍ଯ୍ୟନ୍ତ ପାଖାପାଖି ୯ ଲକ୍ଷ ଅଧିକ ଦେଖିସାରିଲେଣି। ଭିଡିଓରେ ଆକ୍ଟର କାରରେ ବସି ଗୀତ ଶୁଣୁଥିବାର ନଜରକୁ ଆସିଥିଲେ। ଗୀତ ଶୁଣୁ ଶୁଣୁ ଅଚାନକ ଆକ୍ଟର ଏକ ଅଲଗା ପ୍ରକାରର ଏକ୍ସପ୍ରେସନ ଦେବାର ଲାଗିଲେ,ଏହି ଭିଡିଓ କୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ଶେୟାର କରୁଥିବା ବେଳେ ଲେଖିଲେ,”ମୁଡ..”ଭିଡିଓରେ ଆକ୍ଟର କଳା ରଙ୍ଗର ଚଷମା ପିନ୍ଧିଥିବା ର ନଜର କୁ ଆସିଛନ୍ତି। ତାଙ୍କର ଏହି ଭିଡିଓରେ ଯେଉଁଠି କେତେ ପ୍ରଶଂସକ ହସୁଥିବାର ଏକ୍ସପ୍ରେସନ ଦେଉଥିବା ବେଳେ କେତେକ ପ୍ରଶଂସକ ତାଙ୍କୁ ପଚାରିଛନ୍ତି,”କଣ ହେଇଯାଇଛି ଆପଣଙ୍କୁ”

ସହିଦ କାପୁର ଏହା ପୂର୍ବରୁ ମଧ୍ୟ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ କ୍ରିକେଟ ଖେଳୁଥିବାର ନଜର ଆସିଥିଲେ। ଆକ୍ଟରଙ୍କ ବିଷୟରେ କହିବାକୁ ଗଲେ ସେ ଜଲ୍ଦି ହି ଫିଲ୍ମ “ଜର୍ସି”ରେ ସେ ଏକ କ୍ରିକେଟର ଭାବରେ ନଜର ଆସିବେ। ସାହିଦଙ୍କ ପିତା ପଙ୍କଜ କାପୁର ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାଛଡା ପୂର୍ବବର୍ଷ ୨୦୧୯ରେ ତାଙ୍କ ଫିଲ୍ମ “କବିର ସିଂ” ରିଲିଜ ହୋଇଥିଲା।ଯେଉଁଥିରେ ତାଙ୍କ ସାଥିରେ କିୟାରା ଆଡ଼ବାଣୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମକୁ ସନ୍ଦୀପ ରେଡ୍ଡୀ ନିର୍ଦେଶିତ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।