କ୍ରିକେଟ ମୈଦାନରେ ମ୍ୟାଚ ମଧ୍ୟରେ ପ୍ରାୟ କେତେକ ମଜାଦାର ଜିନିଷ ଦେଖିବାକୁ ମିଳେ। କିଛି ଏପରି ହିଁ ରୋଚକ ତଥ୍ୟ ଆଗକୁ ଆସିଛି। ପାକିସ୍ତାନ ସୁପରଲିଗର ମଧ୍ୟରେ। ଗୋଟିଏ ହିଁ ଦଳରେ ଖେଳୁଥିବା କେତେକ ଖେଳାଳୀ ଯେବେ ପରସ୍ପରର ପ୍ରତିଦ୍ବନ୍ଦି ହୋଇଯାଆନ୍ତି,ତେବେ କଣ ହୁଏ ? ପ୍ରାୟ ଖେଳାଳୀଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ଦେଖିବାକୁ ମିଳିଯାଏ କିନ୍ତୁ ପାକିସ୍ତାନ ସୁପର ଲିଗର ଏକ ମ୍ୟାଚ ମଧ୍ୟରେ ଏପରି ଦୃଶ୍ୟ ଆଗକୁ ଆସିଛି, ଯିଏ ଏହି ଭଦ୍ର ବ୍ୟକ୍ତିଙ୍କ ଖେଳର ପ୍ରତିଷ୍ଠା ବଢ଼ାଇ ଦେଇଛି।

ଏକ ଭଲ ଖେଳ ଭାବନାର ଦୃଶ୍ୟ କରାଚି କିଙ୍ଗ ଓ ଲାହୋର କଲନ୍ଦରଙ୍କ ମଧ୍ୟରେ ମ୍ୟାଚରେ ଦେଖିବାକୁ ମିଳିଲା। ହେଲା ଏପରି କି ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଓ କରାଚି କିଙ୍ଗସର ଓପନର ବାବର ଆଜମ ମୈଦାନକୁ ଓହ୍ଲାଇଲେ।ତୃତୀୟ ଓଭର ପକାଇବାକୁ ଆସିଥିବା ପାକିସ୍ତାନର ଫାଷ୍ଟ ବୋଲର ଶାହିନ ଆଫ୍ରିନ।
ଶାହିନ ଯେପରି ହିଁ ଚତୁର୍ଥ ବଲ ପକାଇଲେ ଏହା ବାବର ଆଜମଙ୍କର ଷ୍ଟମ୍ପ ଉଡାଇଦେଲା। ବାବର ଏହି ଦୃଶ୍ୟ ଦେଖି ସ୍ତବ୍ଧ ରହିଗଲେ, କିନ୍ତୁ ଏହା ପରେ କିଛି ଏପରି ହେଲା, ଯେଉଁଥିରେ ଶାହୀନଙ୍କର କ୍ରିକେଟ ଜଗତରେ ପ୍ରଶଂସା ଗୁଞ୍ଜି ଉଠିଲା। ଶାହୀନ ନିଜ ଅନ୍ତରାଷ୍ଟ୍ରୀୟ ଅଧିନାୟକ ଓ ଏହି ମ୍ୟାଚର ପ୍ରତିଦ୍ୱନ୍ଦୀ ବାବର ଆଜମଙ୍କ ପାଖକୁ ଗଲେ ଓ ହସିବାକୁ ଲାଗିଲେ। ସେ ୫ରନ କରି ପ୍ୟାଭିଲିୟନ ଫେରୁଥିବା ବାବରଙ୍କ କାନ୍ଧରେ ହାତ ରଖିଲେ ଓ କ୍ଷମା ମାଗିବାକୁ ଲାଗିଲେ। ଦୁଇ ଦିଗଜଙ୍କ ଖେଳାଳୀଙ୍କୁ ଏହି ଭାବରେ ଦେଖି କ୍ରିକେଟ ପ୍ରେମୀ ଚକିତ ରହିଗଲେ।
A moment @iShaheenAfridi is unlikely to forget in a hurry as he smashes the stumps of his international captain ?
— ICC (@ICC) February 28, 2021
ପରେ ପ୍ରେସ କନ୍ଫରେନ୍ସରେ ଶାହିନ କହିଲେ,ବାବର ୱାର୍ଲଡ଼ର ନମ୍ବର ୧ ବ୍ୟାଟ୍ସମ୍ୟାନ୍ ଅଟନ୍ତି ତେବେ ତାଙ୍କୁ ଆଉଟ କରି ମତେ ଲାଗିଲା କି ମତେ ଖୁସି ମନେଇବା କଥା ନୁହେଁ। ଏଥିପାଇଁ ତାଙ୍କୁ ଯାଇ କ୍ଷମା ମାଗିଲି।
ବାବର ଏବଂ ଶାହିନଙ୍କ ଏହି ଭିଡିଓ ପ୍ରଖର ଭାବରେ ଭାଇରାଲ ହେଉଅଛି। ଲାହୋର କଲନ୍ଦର୍ସ ଏହି ମ୍ୟାଚ ୬ ୱିକେଟରେ ଜିତିନେଲେ। ଶାହିନ ଏହି ମ୍ୟାଚରେ ୩ ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।