ସେଫ ଅଲ୍ଲୀ ଖାନ ଏହିପରି ଭାବରେ ପୁଣି କିଣିଥିଲେ ତାଙ୍କର ୮୦୦ କୋଟିର ପତୌଦି ପ୍ୟାଲେସ ।

Saif Ali Khan bought back his 800 crore Pataudi Palace in this way

ସେଫ ଅଲ୍ଲୀ ଖାନଙ୍କ ପତୌଦି ପ୍ୟାଲେସ ବିଷୟରେ କିଏ ନ ଜଣିଛି। ସେଫ ମଧ୍ୟ ପରିବାର ସହ ବେଳେ ବେଳେ ପ୍ୟାଲେସରେ ରହିବାକୁ ଆସନ୍ତି। ସେଫଙ୍କ ପିତାଙ୍କ ମୃତ୍ୟୁ ପରେ ଏହି ପ୍ୟାଲେସ ଭଡାରେ ଦିଆଯାଇଥିଲା ଯାହାକୁ ସେଫ ପଇସା ଦେଇ ପୁଣି କିଣିନେଲେ। ଏବେ ଆମେ କହୁଛୁ କି ସେଫ କିପରି ଭାବରେ ଫିଲ୍ମରେ କାମ କରି ଯେଉଁ ପଇସା କମେଇଲେ, ସେହି ପଇସାରେ ଏହି ପ୍ୟାଲେସକୁ କିଣିଥିଲେ। ସେଫ ଏକ ଇଣ୍ଟରଭିଉ ଜରିଆରେ ଏହି କଥା କହିଥିଲେ।

Google

ମିଡ ଡେ କି ଦେଇଥିବା ଏକ ଇଣ୍ଟର୍ଭିଉରେ ସେଫ କହିଥିଲେ,”ଯେବେ ମୋ ପିତାଙ୍କ ନିଧନ ହୋଇଥିଲା ସେତେବେଳେ ପତୌଦି ପ୍ୟାଲେସ, ନିମରାଣା ହୋଟେଲକୁ ଭଡାରେ ଦିଆ ହୋଇଥିଲା। ଅମନ, ଫ୍ରାଂସିସ ହୋଟେଲ ଚଳାଉଥିଲେ। ଫ୍ରାଂସିସ ମତେ କହିଥିଲେ କି ଯଦି ମୁଁ ପତୌଦି ପ୍ୟାଲେସ କିଣିବାକୁ ଚାହେଁ,ତେବେ ତାଙ୍କୁ କହିବି।ମୁଁ କହିଥିଲି ହଁ ମତେ ପୁଣିଥରେ ଦରକାର।”

ଏହାପରେ ତାଙ୍କର କନଫରେନ୍ସ ହୋଇଥିଲା। ସେ କହିଥିଲେ କି ଯଦି ତୁମେ ପ୍ୟାଲେସ ପୁଣି ପାଇବାକୁ ଚାହୁଁଛ ତେବେ ଆମକୁ ବହୁତ ସାରା ପଇସା ଦେବାକୁ ହେବ।,ଯାହା ମୁଁ ପୁଣି କମେଇଲି। ସେଫ କହିଥିଲେ କି ସେ ଫିଲ୍ମରୁ କମେଇଥିବା ପଇସାରେ ଏହି ପ୍ୟାଲେସ କିଣିଥିଲେ।

କହିରଖିଛୁ କି ସେଫ କରିନା ନିକଟରେ ନିଜ ୮ମ ବିବାହ ବର୍ଷ ପାଳନ କରିଥିଲେ। ତେମୁର ନିଜ ବର୍ଷିକୀରେ ନିଜ ଖୁସିର ବୈବାହିକ ଜୀବନ ବିଷୟରେ କହିଥିଲେ।

Google

କରିନା କହିଲେ କି -“ଏକ ସମୟ କଥା,ବେଵୋ ନାମର ଜଣେ ଝିଅ ଓ ସିଫୁ ନାମର ଏକ ପୁଅ ଥିଲା।ଦୁଇଜଣ ସ୍ପେଗେଟି ଓ ୱାଇନ ସହ ପ୍ରେମ କରୁଥିଲେ ଓ ଖୁସିରେ ରହୁଥିଲେ। ଏବେ ଆପଣ ଏକ ଖୁସିଥିବା ବୈବାହିକ ଜୀବନ ଦେଖୁଛନ୍ତି। ବର୍ଷିକୀ ଅଭିନନ୍ଦନ SAKP ସବୁବେଳେ ଓ ତା ଠାରୁ ଆଗରେ ।

ଦୁହେଁ ଦୁହିଁଙ୍କ ସହ ବହୁତ ଦିନ ଡେଟ କରିବା ପରେ ୧୬ ଅକ୍ଟୋବର ୨୦୧୨ ରେ ବିବାହ କରିଥିଲେ। ଦୁଇ ଜଣଙ୍କ ଏକ ପୁତ୍ର ଅଛି ଯାହାର ନାମ ତୈମୁର ଅଲ୍ଲୀ ଖାନ ଅଟେ।କରିନା ଏବେ ଦ୍ୱିତୀୟ ବାର ପ୍ରେଗନେଣ୍ଟ ଅଛନ୍ତି ଓ ଆଗାମୀ ବର୍ଷ ମାର୍ଚ୍ଚ ମାସରେ ମା ହେବାକୁ ଯାଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *