ବଲିଉଡରେ ଏହି ୫ଜଣ ଅଟନ୍ତି ସଲମାନଙ୍କ ଶତ୍ରୁ, ସମ୍ପୂର୍ଣ୍ଣ ଖବର ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ବଲିଉଡର ‘ଦବଙ୍ଗ’ ସଲମାନ, ନିଜ ବଡ ହୃଦୟ ପାଇଁ ଜଣା ଯାଆନ୍ତି। ଫିଲ୍ମ ଜଗତର ସ୍ପଟ ବୟ ଠାରୁ ଆରମ୍ଭ କରି ଅଭିନେତାଙ୍କର ସାହାଯ୍ୟ କରୁଥିବା ଏହି ଅଭିନେତାଙ୍କୁ କେତେକ ଲୋକ ଭଗବାନଙ୍କ ଭଳି ପୂଜା କରନ୍ତି କିନ୍ତୁ ସଲମାନଙ୍କର ଆଉ ଏକ ଚେହେରା ଅଛି, ଯାହା ବହୁତ ଖତରନାକ ଅଟେ।

Google

ସଲମାନ ବହୁତ ରାଗୀ ଅଟନ୍ତି ଓ ଏହି କାରଣରୁ କେତେ ଲୋକଙ୍କ ସହ ତାଙ୍କର ଝଗଡା ମଧ୍ୟ ହୋଇସାରିଛି। ସଲମାନ ଖାନ ଆଜି ନିଜର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି।ସଲମାନଙ୍କ ଜନ୍ମଦିନରେ ଆପଣଙ୍କୁ ସେହି ପାଞ୍ଚ ଜଣ ଲୋକଙ୍କ ବିଷୟରେ କହିବୁ ଯାହାଙ୍କୁ ସେ ଘୃଣା କରନ୍ତି ବୋଲି ଶୁଣା ଯାଇଛି।

ବିବେକ ଓବରାୟ: ଏହି ତାଲିକାରେ ପ୍ରଥମ ନାମ ହେଉଛି ବିବେକ ଓବରାୟଙ୍କର। ସଲମାନଙ୍କ ସହ ବ୍ରେକଅପ ପରେ ଐଶ୍ୱର୍ଯ୍ୟା ରାୟ ଓ ବିବେକ ଓବରାୟଙ୍କର ନିକଟତା ବଢିଲା। କେତେ ଲୋକ ଏହାବି ମାନନ୍ତି କି ବିବେକଙ୍କର କ୍ୟାରିୟର ଖରାପ ହେବାର କାରଣ କେଉଁଠି ନା କେଉଁଠି ସଲମାନ ଖାନ ଅଟନ୍ତି। ଏଥିପାଇଁ ବିବେକ ଓବରାୟ ଏକ ହୋଟେଲରେ ପ୍ରେସ କନ୍ଫରେନ୍ସ କରି କହିଲେ କି ସଲମାନ ରାତି ଅଧରେ ତାଙ୍କୁ ଫୋନରେ ଖରାପ ଭାଷା କହିଲେ ଏବଂ ଏହା ସହିତ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ବି ଦେଲେ। ଏହାର କିଛି ସମୟ ପରେ ବିବେକ ଏବଂ ସଲମାନଙ୍କ ମଧ୍ୟରେ ଯେପରି ଯୁଦ୍ଧ ଆରମ୍ଭ ହୋଇଗଲା।

ଅର୍ଜୁନ କପୁର ସଲମାନ ଖାନ: ସଲମାନ ଖାନ ଏବଂ ଅର୍ଜୁନ କପୁର ଦୁହେଁ ଦୁହିଁଙ୍କୁ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ।ଏହାର ଆରମ୍ଭ ସେତେବେଳେ ହେଲା ଯେତେବେଳେ ଅର୍ଜୁନଙ୍କ ନାମ ସଲମାନଙ୍କର ଭାବି ମଲାଇକା ଆରୋଡାଙ୍କ ସହିତ ଜଡିତ ହେଲା। ଏବେ ଅର୍ଜୁନ ଏବଂ ମଲାଇକା ଖୋଲାଖୋଲି ଭାବରେ ନିଜର ଭଲପାଇବାକୁ ସ୍ୱୀକୃତି ଦେଇସାରିଲେଣି। ଏତିକି ହିଁ ନୁହେଁ ସଲମାନଙ୍କର କିଛି ଫିଲ୍ମ କିମ୍ବା ତାଙ୍କର କିଛି ଶୋରେ ଅର୍ଜୁନଙ୍କ ଯିବାରେ ବ୍ୟାନ ଲଗାହୋଇସାରିଛି।

Google

ଅରଜିତ ସିଂହ: ଲୋକପ୍ରିୟ ଗାୟକ ଅରଜିତ ସିଂହ ବି ଶତ୍ରୁଙ୍କ ଲିଷ୍ଟରେ ଅନ୍ତର୍ଭୁକ୍ତ। ଏହି ବିବାଦ ଏକ ଆୱାର୍ଡ ଫଂକ୍ସନ ସମୟରେ ହେଲା ଯେତେବେଳେ ସଲମାନ ଅରଜିତଙ୍କୁ କହିଲେ କି କଣ ଆପଣ ଶୋଇଥିଲେ। ଅରଜିତ ଲୋଉଟ ଜବାବ ଦେଲେ କି ଆପଣମାନେ ମତେ ଶୁଆଇଦେଇଥିଲେ। ଅରଜିତଙ୍କର ଏହି କହିବାର ଶୈଳୀ ସଲମାନଙ୍କୁ ପସନ୍ଦ ଆସିନଥିଲା ଏବଂ ସେ ନିଜର ଚଳଚ୍ଚିତ୍ର ‘ସୁଲତାନ’ରୁ ଅରଜିତଙ୍କର ଗୀତ ହଟାଇଦେଇଥିଲେ। ଅରଜିତ କେତେଥର ଭୁଲ ବି ମାଗିଲେ କିନ୍ତୁ ଭୁଲ ମାଗିବା ପରେ ବି ସଲମାନଙ୍କର ହୃଦୟର ଭାବ ବଦଳିଲା ନାହିଁ।

ପ୍ରିୟଙ୍କା ଚୋପ୍ରା:ପ୍ରିୟଙ୍କା ଚୋପ୍ରା ସଲମାନ ଖାନଙ୍କ ଚଳଚ୍ଚିତ୍ର ‘ଭାରତ’କୁ ପ୍ରଥମେ ସାଇନ କଲେ ଏବଂ ପରେ ସେ ଏହାକୁ କରିବା ପାଇଁ ମନା କରିଦେଲେ। ଏହି କଥାରୁ ସଲମାନ ବହୁତ ରାଗି ଯାଇଥିଲେ। କେତେଥର ସେ ମଞ୍ଚରେ ପ୍ରିୟଙ୍କାଙ୍କୁ ନେଇ କମେଣ୍ଟ କରିଛନ୍ତି। ସେହିପରି ପ୍ରିୟଙ୍କା ଲୋଉଟ ଜବାବ ଦେଉ ଦେଉ ଭାରତ ଫିଲ୍ମକୁ ଏକ ନାଚ ଗୀତର ଚଳଚ୍ଚିତ୍ର କହିଦେଇଥିଲେ।

Google

ରଣବିର କପୁର: ସଲମାନ ଏବଂ ରଣବିରଙ୍କ ଶତ୍ରୁତାର ମୂଳ କାରଣ କ୍ୟାଟ୍ରିନା କୈଫ ଅଟନ୍ତି କିନ୍ତୁ ପ୍ରକୃତରେ ଭୁଲ ବୁଝାମଣାର ପ୍ରାରମ୍ଭ ରଣବିରଙ୍କର ବଲିଉଡ଼କୁ ଆସିବା ପୂର୍ବରୁ ହିଁ ହୋଇଥିଲା। ମିଡ଼ିଆ ରିପୋର୍ଟସ୍ ଅନୁସାରେ ସାଂୱରିଆର ରିଲିଜ ହେବା ପୂର୍ବରୁ ଏକ ପାର୍ଟିରେ ରଣବିର ଏବଂ ସଲମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଫାଟ ସୃଷ୍ଟି ହୋଇଯାଇଥିଲା।

ଏହି ମାମଲା ବିଷୟରେ ଗୋଟେ ଥର କଥା ହେଉଥିବା ବେଳେ ଋଷି କପୁର କହିଥିଲେ କି ଏକ ମନ୍ତ୍ରମୁଗ୍ଧ ଷ୍ଟାରଙ୍କ କାରଣରୁ ପୂରା ଚଳଚ୍ଚିତ୍ର ଦୁନିଆ ଚିନ୍ତିତ ଅଛି। ସେହିପରି, ପରେ ଏହି ମାମଲା ବୁଝାଗଲା ଏବଂ ସଲମାନ ରଣବିରଙ୍କ ଚଳଚ୍ଚିତ୍ର ‘ଅଜବ ପ୍ରେମ କି ଗଜବ କାହାଣୀ’ ରେ କେମିୟୋ କଲେ ,କିନ୍ତୁ କ୍ୟାଟ୍ରିନା ଏବଂ ରଣବିରଙ୍କ ନିବିଡ଼ ସମ୍ପର୍କ ସଲମାନଙ୍କୁ କ୍ରୋଧ ଆଣିଦେଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *