ଅଭିନେତ୍ରୀ ସୋମି ଅଲି କଲେ ଖୁଲାସା: ତାଙ୍କୁ ମାଡ ମାରୁ ଥିଲେ ସଲମାନ ଖାନ୍ ! କହିଲେ: ସେଥିପାଇଁ ଘର ଛାଡିକି ଆସିଲି…

ବଲିଉଡ଼ ନାମ ଯେବେ ଆସେ ସଲମାନ ଖାନଙ୍କ ନାମ ମଧ୍ୟ ଆସେ। ବଲିଉଡର ଦବଙ୍ଗ ଖାନ ଭାବେ ପରିଚିତ ସଲମାନଙ୍କୁ ନେଇ ଏକ ବଡ଼ ଖବର ଆସିଛି। ଆପଣ ଏହାତ ନିଶ୍ଚିତ ଜାଣିଥିବେ ତାଙ୍କର ଅନେକ ଅଭିନେତ୍ରୀଙ୍କ ସହ ଲିଙ୍କ ଅଛି। ଆପଣ ଏହା ତ ନିଶ୍ଚୟ ଜାଣିଥିବେ ସୋମି ଅଲି କିଛି ମାସ ପୂର୍ବରୁ ସଲମାନଙ୍କୁ ନେଇ ତାଙ୍କ ସମ୍ପର୍କ ବିଷୟରେ ଜଣାଇଥିଲେ।

Google

ସୋମି ଏକ ଇଣ୍ଟରଭିଉରେ ଏହା କହିଥିଲେ କି ସେ ଯେବେ ସଲମାନଙ୍କ ଫିଲ୍ମ ଦେଖିଲେ ଏହା ପରେ ସେ ଭାରତକୁ ଆସିଥିଲେ। ଆପଣଙ୍କୁ କହିରଖିବୁ କେଆରକେ ଏହାର ଏକ ଭିଡ଼ିଓ ସେୟାର କରିଛନ୍ତି ଓ ସେହି ଭିଡ଼ିଓରେ ସୋମି ସଲମାନ ଓ ତାଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଅଧିକ ବୟାନ ଦେଇଛନ୍ତି। ସେଥିରେ ସୋମି କହିଛନ୍ତି କହିଛନ୍ତି ତାଙ୍କ ପୂର୍ଵ ବୟଫ୍ରେଣ୍ଡ ତାଙ୍କୁ ମାଡ଼ ମାରିବା ଦ୍ଵାରାସେ ଘର ଛାଡ଼ି ଚାଲିଆସିଥିଲେ। ଏହା ସହ ସେ ନିଜ ପୂର୍ଵ ବୟଫ୍ରେଣ୍ଡର ତୁଳନା ବ୍ରାଡ-ପିଟ ନାମକ ଲୋକ ସହିତ କରିଛନ୍ତି।

ଆପଣଙ୍କୁ କହିରଖିବୁ କେଆରକେ ଏପରି ଭିଡ଼ିଓ ସେୟାର କରିବାର ଅର୍ଥ ସେ ପୁଣି ସଲମାନ ଖାନଙ୍କୁ ଟାର୍ଗେଟ କରୁଛନ୍ତି। ସେ ଏହାକୁ ନେଇ କିନ୍ତୁ କିଛି ବିୟାନ ଦେଇନଥିଲେ ମଧ୍ୟ ତାଙ୍କ ଭିଡ଼ିଓ ସେୟାର କରିବାର ଉଦେଶ୍ୟ ସଫା ଜଣାପଡୁଛି।

Google

କେଆରକେ କ୍ୟାପ୍ସନରେ କେବଳ ଲେଖିଥିଲେ ସୋମିଙ୍କୁ କିଏ ମାଡ଼ ମାରିଥିଲେ ଆପଣ ଜାଣିଛନ୍ତିକି? ସୋମି ସେହି ଭିଡ଼ିଓରେ କହୁଛନ୍ତି ମୁଁ ବଲିଉଡ଼ର ଜଣେ ୧୬ ବର୍ଷ ବୟସରେ ଜଣେ ବଡ ଷ୍ଟାରଙ୍କ ପାଇଁ ଘର ଛାଡ଼ି ଭାରତ ପଳେଇ ଆସିଥିଲି ଓ ସେହି ବ୍ୟକ୍ତି ଭାରତରର ବ୍ରାଡ-ପିଟ ପରି ଥିଲେ। ସେ ଏହା ମଧ୍ୟ କହିଥିଲେ ମୁଁ ଛୋଟ ଥିଲି ତେଣୁ କିଛି ଜାଣିପାରୁନଥିଲି ଓ ସେହି ବ୍ୟକ୍ତି ମତେ ବହୁତ ମାଡ଼ ମାରୁଥିଲେ।

ଏହା ପୂର୍ବରୁ ସୋମି ଏକ ଇଣ୍ଟରଭିଉରେ କହିଥିଲେ ଯେବେ ମୁ ୧୬ ବର୍ଷର ଥିଲି ମୁଁ ସଲମାନଙ୍କ ଫିଲ୍ମ ମେନେ ପ୍ୟାର କୀୟା ଦେଖି ଭାରତ ଆସିଥିଲି ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିଲି। ସେ ଘରେ ମିଛରେ ତାଜମହଲ ଦେଖିବା ନା କହି ପଳେଇ ଆସିଥିଲେ କିନ୍ତୁ ତାଙ୍କର ମୁଖ୍ୟ ଉଦେଶ୍ୟ ଥିଲା ସଲମାନଙ୍କୁ ବାହାହେବା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *