ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁପରେ ପ୍ରଥମ ବୟାନ ଦେଲେ ସଲମାନ ଖାଁ, ଜାଣନ୍ତୁ କଣ କହିଲେ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁପରେ ପ୍ରଥମ ବୟାନ ଦେଲେ ସଲମାନ ଖାଁ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଦେଶ ଏବେ ଶୋକରେ ଅଛି । ଗୋଟେ ପଟେ ଲୋକ ଏହି ଅଭିନେତାଙ୍କ ପାଇଁ ଦୁଃଖ ଦେଖାଉଛନ୍ତି ତ ଅନ୍ୟ ପଟେ ବଲିଉଡର କିଛି ଅଭିନେତାଙ୍କ ଉପରେ ଲକ୍ଷ୍ୟ ରଖାଯାଇଛି । ସଲମାନ୍ ଖାନଙ୍କୁ ମଧ୍ୟ ଟ୍ରୋଲ୍ ର ସମ୍ମୁଖୀନ ହେବାକୁ ପଡିଥିଲା । ବର୍ତ୍ତମାନ ସଲମାନ୍ ଖାନ୍ ନିଜେ ଏହାର ପ୍ରତିକ୍ରିୟା ଦେଇଛନ୍ତି ।

ସଲମାନ୍ ଖାନଙ୍କ ପ୍ରତିକ୍ରିୟା:

ସଲମାନ ଖାନ ଏକ ଟୁଇଟରେ ସୁଶାନ୍ତଙ୍କ ପରିବାରକୁ ସମର୍ଥନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ – ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରୁଛି ଯେ ସୁଶାନ୍ତଙ୍କ ପ୍ରଶଂସକଙ୍କ ସହ ଛିଡା ହୁଅନ୍ତୁ ଏବଂ ଖରାପ ଭାଷା ବ୍ୟବହାର କରନ୍ତୁ ନାହିଁ । ତାଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏହି ସଙ୍କଟ ସମୟରେ ସୁଶାନ୍ତଙ୍କ ପରିବାରକୁ ସମର୍ଥନ କରାଯିବା ଉଚିତ୍ । ଏହି ସମୟଟି ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ ।

Sushant Singh Rajput updates: 3 days before death, Sushant Singh ...
Google

ବର୍ତ୍ତମାନ ସଲମାନ ଖାନଙ୍କ ନାମରେ ଗତ କିଛି ଦିନ ହେବ ଅନେକ ପ୍ରକାରର ଅଭିଯୋଗ କରାଯାଉଛି । ଡବଙ୍ଗ ନିର୍ଦ୍ଦେଶକ ଅଭିନବ କାଶ୍ୟପ ସଲମାନ ଖାନ ଓ ତାଙ୍କ ପରିବାର ବିରୋଧରେ ମଧ୍ୟ ଅନେକ ଅଭିଯୋଗ କରିଛନ୍ତି । ସେ ତାଙ୍କ କ୍ୟାରିଅରକୁ ନଷ୍ଟ କରିଥିବାରୁ ସଲମାନଙ୍କୁ ଦାୟୀ କରିଛନ୍ତି । ଏଥି ସହିତ ସିଙ୍ଗର ସୋନୁ ନିଗମ ମଧ୍ୟ ସଲମାନ ଖାନଙ୍କୁ ଇଶାରାରେ ଟାର୍ଗେଟ କରିଛନ୍ତି ।

୧୪ ଜୁନ୍ ରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ ମୁମ୍ବାଇ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ବର୍ତ୍ତମାନ ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି ଏବଂ ଅଭିନେତାଙ୍କ ସହ ଜଡିତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି । ନିକଟରେ ତାଙ୍କ ଘନିଷ୍ଠ ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା । ଏପର୍ଯ୍ୟନ୍ତ ପ୍ରାୟ ୧୫ ଜଣଙ୍କର ବୟାନ ରେକର୍ଡ କରାଯାଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *