ବଲିଉଡ ଅଭିନେତା ସଲମାନ ଖାନଙ୍କ ସମସ୍ୟା ପୁଣି ବଢିଯାଇଛି । ମାମଲା କଂକାଣୀ ହରିଣ ଶିକାର ସହିତ ଜଡିତ । ରାଜସ୍ଥାନର ଯୋଧପୁର ଜିଲ୍ଲା ଅଦାଲତ ସଲମାନ ଖାନଙ୍କୁ ୨୮ ସେପ୍ଟେମ୍ବରଙ୍କୁ ଉପସ୍ଥିତ ହେବାପାଇଁ କହିଥିଲା ।
ଏହି ବାବଦରେ ସୋମବାରକୁ ଜିଲ୍ଲା ଜଜଙ୍କ ତରଫରୁ ଆଦେଶ ବି ଜାରି କରିଦିଆଯାଇଛି । ଆଦେଶ ଜାରିକରିବା ପୂର୍ବରୁ ଜଜ ଏହି କେସର ଶୁଣାଣି କରିଥିଲେ । କୋର୍ଟରେ ଏହି କେସର ଶୁଣାଣି ସମୟରେ ସଲମାନଙ୍କ ଓକିଲ ହସ୍ତିମଲ ସାରସ୍ୱତ ଉପସ୍ଥିତ ରହିଥିଲେ ।
ଜଣାପଡିଛି କି ସଲମାନ ଖାନ ଓ ତାଙ୍କ ସାଥି ଫିଲ୍ମ ” ହମ ସାଥ ସାଥ ହେ” ରେ କାମ କରୁଥିବା ସେଫ ଅଲ୍ଲୀ ଖାଁ, ତବୁ, ନିଲମ, ସୋନାଲି ବେନ୍ଦ୍ରୀ, ଦୁଷ୍ମନ୍ତ ସିଂଙ୍କ ଉପରେ ୧୯୮୮ ରେ କଂକାଣୀ ଗ୍ରାମରେ ଏକ କଳା ହରିଣ ଶିକାର କରିଥିବା ଅଭିଯୋଗ ଲାଗିଥିଲା । ସେହି କେସ ସେବେଠୁ ଆଜି ପର୍ଯ୍ୟନ୍ତ ଚାଲିଛି ।
ବାକି କଳାକାରଙ୍କୁ ମିଳିଥିଲା ମୁକ୍ତି:
ବାକି କଳାକାରଙ୍କୁ ମୁକ୍ତି ମିଳିଯାଇଛି କିନ୍ତୁ ସଲମାନଙ୍କ ଆଜି ପର୍ଯ୍ୟନ୍ତ କୋର୍ଟରେ ହାଜର ହେବାକୁ ପଡିଥାଏ ଓ ଶୁଣାଣି ସମୟରେ କୋର୍ଟରେ ଉପସ୍ଥିତ ହେବାକୁ ମଧ୍ୟ ପଡିଥାଏ ।
ମନେ ପକେଇଦେବୁ କି ୫ ଏପ୍ରିଲ ୨୦୧୮ କୁ ଯୋଧପୁର ଅଦାଲତର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଦେବକୁମାର ଖତ୍ରୀ କଳା ହରିଣ ଶିକାରରେ ସଲମାନଙ୍କୁ ଦୋଷୀ ମାନିଥିଲେ । ତାଙ୍କୁ ୫ ବର୍ଷର ସଜା ବି ଶୁଣାଯାଇଥିଲା । ଏହା ସହ ସଲମାନଙ୍କ ଉପରେ ୧୦ ହଜାରର ଜୋରିମାନା ବି ଲାଗିଥିଲା ।
ସଲମାନଙ୍କ ଛଡା ବାକି ଅଭିଯୁକ୍ତ ହୋଇଥିଲେ ମୁକ୍ତ:
ଆପଣ ଜାଣିଥିବେ ସଲମାନ ଛୋଟ କୋର୍ଟର ରାୟକୁ ନେଇ ଜିଲ୍ଲା ଏବଂ ଶେଷନ କୋର୍ଟରେ ଅପିଲ କରିଥିଲେ । ଯାହା ପରେ ୭ ଏପ୍ରିଲକୁ ଜିଲ୍ଲା ଏବଂ ଶେଷନ କୋର୍ଟ ସଲମାନଙ୍କୁ ନେଇ ଛୋଟ କୋର୍ଟରେ ଶୁଣାଯାଇଥିବା ରାୟ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଏହା ପରେ ସଲମାନଙ୍କ ଓକିଲ ତାଙ୍କ ଜାମିନ ପାଇଁ ତାହାକୁ ଦାଖଲ କରିଥିଲେ ଯାହା ଉପରେ ଏବେ ପର୍ଯ୍ୟନ୍ତ ଶୁଣାଣି ଚାଲିଛି ।

ଏହି ସମୟରେ ସଲମାନ ଖାନ ନିଜ ଫିଲ୍ମ ରାଧେ: ୟୋର ମୋଷ୍ଟ ୱାଣ୍ଟେଡ଼ ଭାଇକୁ ନେଇକି ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମକୁ ପ୍ରଭୁଦେବା ତିଆରି କରୁଛନ୍ତି ଓ ସଲମାନଙ୍କ ସହିତ ଦିଶା ପଟାନୀ ଓ ରଣଦୀପ ହୁଡା ଭଳି କଳାକାର କାମ କରୁଛନ୍ତି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।