ଇଂଲଣ୍ଡର ଦଳ ଭାରତ ବିରୁଦ୍ଧରେ ଟେଷ୍ଟ ଏବଂ ଟି୨୦ ସିରିଜ ପରେ ଦିନିକିଆ ସିରିଜରେ ମଧ୍ୟ ହାରି ଯାଇଛି। ୫୦ ଓଭରର ମ୍ୟାଚର ସିରିଜର ଶେଷ ମୁକାବିଲାରେ ତାକୁ ଭାରତ ୭ ରନରେ ହରାଇଛି। ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳା ଯାଇଥିବା ମୁକବିଲାରେ ଇଂରାଜୀ ଦଳ ପାଇଁ ସାମ କରନ ନଟ ଆଉଟ ରହି ୯୫ ରନ ବନେଇଲେ,କିନ୍ତୁ ସେ ଦଳକୁ ବିଜୟ ଦେଇ ପାରିଲେ ନାହିଁ। କରନ ଆଇପିଏଲରେ ମହେନ୍ଦ୍ର ସିଂହ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିବାର ନଜର ଆସନ୍ତି। ଏହି ମ୍ୟାଚରେ ତାଙ୍କ ଖେଳ ଧୋନୀଙ୍କ ବ୍ୟବହାର ମନେ ପକାଇ ଦେଲା।

ପ୍ରକୃତରେ,ଧୋନୀ ମ୍ୟାଚକୁ ଅନ୍ତ ପର୍ଯ୍ୟନ୍ତ ନେବା ପାଇଁ ଜଣା ଯାଉଥିଲେ। ତାଙ୍କର ଥିଓରି ଏହା ଥିଲା କି ଅନ୍ତ ପର୍ଯ୍ୟନ୍ତ ସ୍ଥିର ରୁହ ଓ ଶେଷ ଓଭରରେ ପ୍ଲାନ କରି ବୋଲରଙ୍କ ଉପରେ ନିଜର ଖେଳ ଦେଖାଅ। ତାଙ୍କ ଦଳରେ ଖେଳି କରନ ଏହାକୁ ଭଲ ଭାବରେ ଶିଖିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗସର ସ୍କୁଲର ଅନୁଶାସିତ ଛାତ୍ର ଭଳି ଦେଖାଗଲେ। ଇଂଲଣ୍ଡର ଅଧିନାୟକ ଯଶ ବଟଲରଙ୍କୁ ମଧ୍ୟ ତାଙ୍କୁ ଦେଖି ଧୋନୀଙ୍କ କଥା ମନେ ପଡ଼ିଲା। ବଟଲର କହିଲେ,”ମତେ ପୁରା ବିଶ୍ୱାସ ଅଛି କି କରନ ଆଜିର ପାଳି ବିଷୟରେ ଧୋନୀଙ୍କ ସହ କଥା ହେବାକୁ ଚାହିଁବେ। ମତେ ଲାଗୁଛି କି ଏପରି ପରିସ୍ଥିତିରେ ଧୋନୀ ମଧ୍ୟ ଖେଳକୁ ଶେଷ ପର୍ଯ୍ୟନ୍ତ ନେଇ ଯାଇଥାନ୍ତେ। କରନଙ୍କ ସହ କଥା ହେବା ପାଇଁ ସେ ବହୁତ ଭଲ ଅଟନ୍ତି।”
ସାମ କରନ ମ୍ୟାଚ ବେଳେ ଏକ ବଡ଼ ରେକର୍ଡ ମଧ୍ୟ କଲେ।ସେ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରି ସବୁଠାରୁ ଅଧିକ ରନ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ ବନିଗଲେ। ସେ ନିଜ ସାଥି କିସ ୱକସଙ୍କ ବରାବରୀ କରିନେଲେ। ୱକସ ୨୦୧୬ରେ ଶ୍ରୀଲଙ୍କାର ବିରୁଦ୍ଧରେ ନଟିଙ୍ଗଘମରେ ଅପରାଜିତ ୯୫ ରନ କରିଥିଲେ । ୨୦୧୧ରେ ୱେଷ୍ଟଇନଡିଜର ଆନ୍ଦ୍ର ରସେଲ ନର୍ଥ ସାଉଣ୍ଡରେ ଭାରତ ବିପକ୍ଷରେ ୯୨ ରନର ପାଳି ଖେଳିଥିଲେ। ସେହିପରି, ଅଷ୍ଟ୍ରେଲିଆର ନାଥନ କୁଲଟର ନାଇଲ ନଟିଙ୍ଗଘମରେ ୨୦୧୯ରେ ୱେଷ୍ଟଇନଡିଜ ବିରୁଦ୍ଧରେ ୯୨ ରନ ବନେଇଥିଲେ।

ଆଇପିଏଲରେ ସାମ କରନଙ୍କ ଛଡା ମୋଇନ ଅଲ୍ଲୀ ଏହି ବର୍ଷ ଚେନ୍ନାଇ ସୁପର କିଙ୍ଗସ ତରଫରୁ ଖେଳିବାର ନଜର ଆସିବେ। ବଟଲର ଏହି ବିଷୟରେ କହିଲେ,”ଆମେ ଜାଣିଛୁ କି ସେ(ଧୋନୀ)ଏକ ଅଦ୍ଭୁତ କ୍ରିକେଟର ଓ ଫିନିଶର ଅଟନ୍ତି।ଆମର ସମସ୍ତ ଖେଳାଳୀଙ୍କ ପାଇଁ ଏକ ଶିଖିବାର ଭଲ ମୌକା ଅଛି। ସେ ଖେଳରେ ଧୋନୀଙ୍କ ଭଳି ଲୋକଙ୍କ ଡ୍ରେସିଂ ରୁମ ସେୟାର କରନ୍ତି। ମୁଁ ତାଙ୍କ ପାଇଁ ବହୁତ ଆଗ୍ରହୀ ଅଛି।” ୯ ଏପ୍ରିଲରୁ ଆଇପିଏଲର ୧୪ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।