ହିନ୍ଦି ଚଳଚ୍ଚିତ୍ରରେ କେତେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଆଜି ଚଳଚ୍ଚିତ୍ରରେ କାମ ନ କରିବା ବଦଳରେ ବି ପ୍ରଶଂସକଙ୍କ ହୃଦୟ-ମନରେ ବସିଛନ୍ତି। ଏହି ଅଦାକାରିମାନେ ନିଜ ପ୍ରକାଶନର ଏପରି ଯାଦୁ ବିଛେଇଛନ୍ତି କି ଆଜି ବି ସେହି ଯାଦୁ ପ୍ରସାରିତ ହୋଇ ଅଛି। ଏହିପରି ବଲିଉଡର ଏକ ବହୁତ ପ୍ରସିଦ୍ଧ ଓ ଦମଦାର ଅଦାକାରି ହେଉଛନ୍ତି କରିସ୍ମା କପୁର। କପୁର ଵଂଶ ସହ ସମ୍ବନ୍ଧ ରଖିଥିବା ଅଭିନେତ୍ରୀ କରିସ୍ମା ୧୭ ବର୍ଷର ଛୋଟ ବୟସରେ ହିଁ ବଲିଉଡରେ ଆଗମନ କରିଥିଲେ।

କରିସ୍ମା କପୁରଙ୍କ ପ୍ରଥମ ଚଳଚ୍ଚିତ୍ର ବର୍ଷ ୧୯୯୧ରେ ଆସିଥିଲା। ତାଙ୍କ ବଲିଉଡ ଡେବ୍ୟୁ ଚଳଚ୍ଚିତ୍ରର ନାମ ପ୍ରେମ କଏଦୀ ଥିଲା। କରିସ୍ମାଙ୍କର ଏହି ପ୍ରଥମ ଚଳଚ୍ଚିତ୍ର ବକ୍ସ ଅଫିସରେ ବହୁତ ସଫଳ ରହିଥିଲା। କରିସ୍ମା କପୁର ନିଜ ଚଳଚ୍ଚିତ୍ର ସହିତ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ବହୁତ ଚର୍ଚ୍ଚାରେ ରହିଥିଲେ। କରିସ୍ମାଙ୍କର ବ୍ୟକ୍ତିଗତ ଜୀବନ ବହୁତ ଭଲ ଓ ମନ୍ଦ ଭରା ରହିଅଛି।
ବଲିଉଡର ଦମଦାର ଅଭିନେତ୍ରୀ କରିସ୍ମା କପୁର ବର୍ଷ ୨୦୦୩ରେ ୨୯ ବର୍ଷ ବୟସରେ ସଞ୍ଜୟ କପୁରଙ୍କ ସହ ସାତ ଫେରା ନେଇଥିଲେ। ଯଦିଓ ବିବାହ ପରେ ତାଙ୍କ ସହିତ ତାହା ହେବାକୁ ଲାଗିଲା ଯାହା ବିଷୟରେ ସେ ବୋଧହୁଏ କେବେ ସ୍ୱପ୍ନରେ ବି ଭାବି ନଥିବେ। କରିସ୍ମାଙ୍କର ନିଜ ସ୍ୱାମୀଙ୍କ ସହ ସମ୍ପର୍କ ବିଗିଡିବାକୁ ଲାଗିଥିଲା। ଦୁହିଁଙ୍କ ମଧ୍ୟରେ ବାଦବିବାଦ ହେବାକୁ ଲାଗିଥିଲା। ଏମିତିରେ ଶେଷକୁ ୧୩ ବର୍ଷ ପରେ ଦୁହେଁ ଜଣେ ଆଉଜନଙ୍କଠୁ ବିଛିନ୍ନ ହୋଇଗଲେ। ବର୍ଷ ୨୦୧୬ରେ ସଞ୍ଜୟ କପୁର ଓ କରିସ୍ମା କପୁର ଛାଡପତ୍ର ନେଲେ।

ଛାଡପତ୍ର ପରେ କରିସ୍ମା କପୁର ସଞ୍ଜୟ କପୁରଙ୍କ ଉପରେ ବହୁତ ପ୍ରକାରର ଗମ୍ଭିର ଆରୋପ ଲଗାଇଥିଲେ। ସେ ଏହା ମଧ୍ୟ କହିଥିଲେ କି ତାଙ୍କ ଶାଶୂ ତାଙ୍କ ସ୍ୱାମୀଙ୍କ କହିବା କଥାରେ ତାଙ୍କୁ ମାରୁଥିଲେ ଓ ଅଭିନେତ୍ରୀ ସ୍ୱାମୀଙ୍କ ଉପରେ ଘରୋଇ ହିଂସା ଭଳି ଗମ୍ଭିର ଆରୋପ ମଧ୍ୟ ଲଗାଇଥିଲେ।ଅଭିନେତ୍ରୀ ଖୁଲାସା କରି କହିଥିଲେ କି,ସଞ୍ଜୟ ତାଙ୍କ ମାଆଙ୍କୁ ଜାବଡା ମାରିବା ପାଇଁ କହିଥିଲେ।
ସଞ୍ଜୟ କରିସ୍ମାଙ୍କର କୋର୍ଟ କଚେରିର ମାମଲା ବହୁତ ଦିନ ପର୍ଯ୍ୟନ୍ତ ଚାଲିଥିଲା। ଥରେ ଏକ ଇଣ୍ଟରଭିଉରେ ଏହି କେଶ ସମ୍ବନ୍ଧିତ ଏକ ସୂଚନା ବିଷୟରେ ଖୁଲାସା କରି କରିସ୍ମା କପୁର କହିଥିଲେ କି,ଯେଉଁ ସମୟରେ ମୁଁ ଗର୍ଭବତୀ ଥିଲି ସେବେ ସଞ୍ଜୟ ମତେ ଏକ ଡ୍ରେସ ପିନ୍ଧିବାକୁ କହିଥିଲେ।ଯଦିଓ ଗର୍ଭବତୀ ଅଭିନେତ୍ରୀ ସେହି ଡ୍ରେସରେ ଫିଟ ହେଉନଥିଲେ। ଏମିତିରେ ସଙ୍କୋଚ କରି ସଞ୍ଜୟ ନିଜ ମାଆଙ୍କୁ ତାଙ୍କୁ ଜାବଡ଼ା ମାରିବାକୁ କହିଥିଲେ।
ଏହା ସହିତ କରିସ୍ମା ଆଉ ଏକ ଖୁଲାସା ମଧ୍ୟ କରିଥିଲେ,’ଯେବେ ଆମେ ଆମର ମଧୁରାତ୍ରୀରେ ଥିଲୁ,ସେତେବେଳେ ସଞ୍ଜୟ ନିଜ ସାଙ୍ଗମାନଙ୍କ ସହ ମୋର ମୂଲ୍ୟ ଲଗାଇଥିଲେ। ସେ ମତେ ତାଙ୍କର ସାଙ୍ଗମାନଙ୍କ ସହ ଗୋଟେ ରାତି ବିତେଇବାକୁ ବାଧ୍ୟ କରିଦେଇଥିଲେ।ଯେତେବେଳେ ମୁଁ ଏଥିପାଇଁ ରାଜି ହୋଇନଥିଲି ତେବେ ସେ ମୋତେ ମାରପିଟ କରିବା ଆରମ୍ଭ କରିଦେଇଥିଲେ।

କହିଦେଉଛୁ କି କରିସ୍ମା କପୁର ସଞ୍ଜୟଙ୍କ ଠାରୁ ଛାଡପତ୍ର ପରେ ବ୍ୟକ୍ତିଗତ ଜୀବନରେ ଏକୁଟିଆ ଅଛନ୍ତି । କରିସ୍ମାଙ୍କର ମୋଟରେ ଦୁଇଟି ସନ୍ତାନ ଏକ ପୁଅ ଓ ଏକ ଝିଅ ଅଛନ୍ତି।ତାଙ୍କ ଝିଅ ୧୫ ବର୍ଷର ଅଟେ,ଯାହାର ନାମ ସମାୟରା କପୁର ଅଟେ। ତାଙ୍କର ୧୧ ବର୍ଷର ପୁଅ ଅଛି,ଯାହାର ନାମ କିୟାନ ରାଜ୍ କପୁର ଅଟେ।
ଆପଣଙ୍କୁ ସୂଚନା ପାଇଁ କହିଦେଉଛୁ କି ବଲିଉଡର ଚିର ସବୁଜ ଅଭିନେତ୍ରୀ କରିସ୍ମା କପୁର ନିଜ କ୍ୟାରିୟରରେ ଏକ ରୁ ଅଧିକ ହିଟ ଚଳଚ୍ଚିତ୍ର ଦେଇଛନ୍ତି। ଆଜି ସେ ବଲିଉଡରେ ସକ୍ରିୟ ନାହାନ୍ତି, ଯଦିଓ ପ୍ରଶଂସକଙ୍କ ହୃଦୟରେ ଆଜି ବି ରାଜ୍ କରୁଛନ୍ତି। ସେ ଦିଲ ତୋ ପାଗଲ ହେ, ରିସ୍ତେ, ବିବି ନମ୍ବର ୱାନ,ଜୁଡୱା, ହିରୋ ନମ୍ବର ୱାନ ଓ ରାଜା ବାବୁ ଭଳି ଡ଼ର୍ଜନ ହିଟ ଚଳଚ୍ଚିତ୍ର ଦେଇ ଇଣ୍ଡଷ୍ଟ୍ରିରେ ନିଜର ଏକ ଖାସ ପାଇଦାନ କରିଛନ୍ତି।
କରିସ୍ମା ଇଣ୍ଡଷ୍ଟ୍ରି ଠାରୁ ଏକ ଲମ୍ବା ସମୟ ଧରି ଦୂରରେ ଥିଲେ, କିନ୍ତୁ ସେ ଏହି ବର୍ଷ ଡିଜିଟାଲ ଡେବ୍ୟୁ ମାଧ୍ୟମରେ ଦେଖିବାକୁ ମିଳିଥିଲେ। ସେ ମାର୍ଚ୍ଚ ୨୦୨୦ରେ ଆସିଥିବା ୱେବସିରିଜ ମେଣ୍ଟାଲ ହୁଡ଼ରେ କାମ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।