ସଂଜୁ ସାମସନଙ୍କ ବଡ଼ ବୟାନ! ନିଜ ଖେଳିବା ପୋଜିସନକୁ ନେଇ ଦେଲେ ବଡ଼ ବୟାନ, ଜାଣନ୍ତୁ ସମ୍ପୂର୍ଣ୍ଣ

କେରଳର ୱିକେଟ କିପର ସଂଜୁ ସାମସନ ନିଜ ଖେଳ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଗତ କିଛି ବର୍ଷରେ ସେ ନିଜକୁ ଏପରି ପ୍ରସ୍ତୁତ କରିଛନ୍ତି ଯେ, ସେ ଯେ କୌଣସି ସ୍ଥାନରେ ବ୍ୟାଟିଂ କରି ନିଜର ଖେଳ ପ୍ରଦର୍ଶନ କରି ପାରିବେ। ସାମସନ ଟି-ଟ୍ୱେଣ୍ଟି ବିଶ୍ୱକପରେ ନିଜ ସ୍ଥାନ ଗଢି ପାରି ନଥିଲେ।

ସେ ଜାଣିଛନ୍ତି ଯେ, ଭାରତୀୟ କ୍ରିକେଟ ଦିନକୁ ଦିନ ଏତେ ମାତ୍ରାରେ ବଢି ଚାଲିଛି ଯେ, ସବୁ ଖେଳାଳିଙ୍କ ମଧ୍ୟରୁ ୧୫ ଜଣ ଖେଳାଳି ଚୟନ କରିବା କଷ୍ଟ ହୋଇ ପଡିଛି। ଚୟନକର୍ତ୍ତାଙ୍କ ପାଇଁ ଏହା ଏକ କଠିନ କାର୍ଯ୍ୟ ହୋଇ ଯାଇଛି।

ସାମସନ କହିଥିଲେ ଯେ,’ ମୁଁ ଗତ କିଛି ବର୍ଷ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ କାର୍ଯ୍ୟ କରିଛି। ସବୁ କ୍ରମରେ ବ୍ୟାଟିଂ କରିଛି। ମିଡ଼ିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ହେଉ କିମ୍ବା ଫିନିସର, ମୁଁ ସବୁ ସ୍ଥାନରେ ନିଜକୁ ଭଲ କରି ଖେଳିବା ପାଇଁ ପ୍ରସ୍ତୁତ କରିଛି। ବିଗତ କିଛି ବର୍ଷରେ ବିଭିନ୍ନ ସ୍ଥାନରେ ଖେଳିଛି। ଯାହାଦ୍ୱାରା ମୁଁ ନିଜକୁ ପରିସ୍ଥିତି ଅନୁସାରେ ଖେକିବାରେ ଅଭ୍ୟସ୍ତ କରି ସାରିଛି। ‘

ଏହି ୨୭ ବର୍ଷୀୟ ଖେଳାଳି ବର୍ତ୍ତମାନ ପର୍ଯ୍ୟନ୍ତ ୭ ଟି ଦିନିକିଆ ଏବଂ ୧୬ ଟି ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ଦଳ ଏକ କଠିନ ଦକ୍ଷତା ପୂର୍ଣ୍ଣ ସ୍ଥାନ ଅଟେ। ସେଥିପାଇଁ ଏଠାରେ ଖେଳାଳିଙ୍କ ମଧ୍ୟରେ ବହୁତ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ।

ସେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଭାରତୀୟ ଦଳରେ ସ୍ଥାନ ପାଇବା ଲାଗି ବର୍ତ୍ତମାନ ପ୍ରତିଯୋଗିତା ଲାଗି ରହିଛି। ଏଭଳି ପରିସ୍ଥିତିରେ ଖେଳାଳି ଚୟନ କରିବା ବହୁତ କଷ୍ଟ। ଏହି ସମୟରେ ଅନ୍ୟ ଉପରେ ନଜର ନ ଦେଇ ନିଜକୁ ଦକ୍ଷ କରିବା ଜରୁରୀ ଅଟେ। ସେ ଆହୁରି ମଧ୍ୟ କହିଥିଲେ ଯେ,’ ମୁଁ ବର୍ତ୍ତମାନ ମୋ ପ୍ରଦର୍ଶନକୁ ନେଇ ଖୁସି ଅଛି।

ମୁଁ ମୋ ନିଜର ଖେଳରେ ସୁଧାର ଆଣି ଏହାକୁ ଉନ୍ନତି କରିବାକୁ ଚାହୁଁଛି।’ ସୂଚନାଯୋଗ୍ୟ ଯେ, ସଂଜୁ ସାମସନଙ୍କ ଅଧିନାୟକତ୍ୱରେ ଭାରତ ଏ ଦଳ ନ୍ୟୁଜିଲାଣ୍ଡ ଏ ଦଳ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ସିରିଜ ଖେଳିବାର ଅଛି।

Leave a Reply

Your email address will not be published.