ବିଗବସର ୧୪ ତମ ବର୍ଷ ଆରମ୍ଭ ହୋଇସାରିଛି । ଶନିବାର ଦିନ ବିଗବସର ଧମାକାଦାର ପ୍ରିମିୟର ହୋଇଥିଲା । ଏହି ସମୟରେ ସୁନ୍ଦର ନୃତ୍ୟ ଓ ଭାଗନେଇଥିବା ଯୋଡି ମାନଙ୍କ ଭିତରେ ଅଳ୍ପ ଝଗଡା ଦେଖାଯାଇଛି । ବିଗବସ ଆରମ୍ଭ ଏବେ ହେଉ ହେଉ ହିଁ ସେଥିରେ ଭାଗ ନେଇଥିବା ସାରା ଗୁରୁପାଲ ଏକ ବିବାଦରେ ଫସିଯାଇଛନ୍ତି । ପଞ୍ଜାବ ଇଣ୍ଡଷ୍ଟ୍ରିରୁ ବିଗବସକୁ ଆସିଥିବା ସାରା ଗୁରୁପାଲଙ୍କୁ ଏକ ପଞ୍ଜାବୀ ସିଙ୍ଗର ତୁଷାର ନିଜ ପତ୍ନୀ କହିଛନ୍ତି ।
ସାରା ଗୁରୁପାଲଙ୍କ ୨୦୧୪ରେ ହୋଇଥିଲା ବିବାହ:
ତୁଷାର କୁମାର ଦାବି କରି କହିଛନ୍ତି ଯେ ସାରା ଗୁରୁପାଲଙ୍କ ସହ ତାଙ୍କ ବିବାହ ୨୦୧୪ରେ ହୋଇଥିଲା । ସିଙ୍ଗର ଜଣଙ୍କ ବିବାହର ସାର୍ଟିପିକେଟ ବି ଦେଖାଇଛନ୍ତି । ତୁଷାର କୁମାର କହିଛନ୍ତି “ଆମେ ୧୬ ଅଗଷ୍ଟ ୨୦୧୪ କୁ ପଞ୍ଜାବ ଜଳନ୍ଧରରେ ବିବାହ କରିଥିଲୁ” କିନ୍ତୁ ସେହି ବିବାହ ସାର୍ଟିପିକେଟରେ ଝିଅର ନାମ “ରଚନା ଦେବୀ ” ଲେଖାଯାଇଛି । ତୁଷାର କହିଛନ୍ତି ମୁଁ ଖାଲି ଏହା ପ୍ରମାଣ କରିବାକୁ ଚାହୁଁଛି କି ସାରା ମୋ ସହ ବିବାହ କରିଛନ୍ତି କାରଣ ସେ ଦୁନିଆକୁ ଏହା କହିଆସୁଛନ୍ତି କି ସେ ବିବାହ କରିନାହାଁନ୍ତି ।

ତୁଷାର ସାରା ଗୁରୁପାଲଙ୍କୁ ନେଇ କହିଲେ ଏହି କଥା:
ପଞ୍ଜାବ ସିଙ୍ଗର ତୁଷାର କୁମାର ସାରା ଗୁରୁପାଲଙ୍କୁ ନେଇ କହିଛନ୍ତି” ମତେ ସବୁଆଡୁ ହୁଆଟ୍ସପ ଓ ଟ୍ୱିଟର ମ୍ୟାସେଜ ଆସୁଛି, କିନ୍ତୁ ସାରା ଏହା ଦାବି କରୁଛନ୍ତି କି ମୁଁ ଯାହାକୁ ବିବାହ କରିଛି ସେ ସାରାଙ୍କ ଭଳି ଦେଖିବାକୁ କିନ୍ତୁ ସେ ସାରା ନୁହଁନ୍ତି” ।
ତୁଷାର ଆଗକୁ ମଧ୍ୟ କହିଛନ୍ତି “ସାରା କେବଳ ପ୍ରସିଦ୍ଧ ହେବ ପାଇଁ ମୋ ସହିତ ବିବାହ କରିଥିଲେ । ସେ ପୁଣି କହିଛନ୍ତି” ସେ ମୋ ସହିତ କେବଳ ଧନ ପାଇବା ପାଇଁ ଓ ୟୁଏସର ନାଗରିକତା ପାଇବା ପାଇଁ ବିବାହ କରିଥିଲେ” ।

ଭଲ ପରିଚୟ ନମିଳିବା ଦ୍ଵାରା ମତେ ଛାଡିଦେଲେ:
ତୁଷାର ଆଗକୁ ମଧ୍ୟ କହିଛନ୍ତି “ସାରା ମୋ ସହିତ ବିବାହ ପରେ ସେହିପରି ଭଲ ନାମ କମାଇ ନପାରିବାରୁ ମତେ ଛାଡିଦେଇଛନ୍ତି”, ପଞ୍ଜାବୀ ସିଙ୍ଗର ସାରା ଗୁରୁପାଲ ବିଗବସରେ ନିଜକୁ ଅବିବାହିତ କହୁଛନ୍ତି କିନ୍ତୁ ତୁଷାର କୁମାର ସାରା ଓ ତାଙ୍କର ବିବାହ ସାର୍ଟିପିକେଟ ଓ ଫଟୋ ଦେଖାଇ କହିଛନ୍ତି କି ସେ ଓ ସାରା ପତି-ପତ୍ନୀ ଅଟନ୍ତି । ସେହି ଫଟୋରେ ସାରାଙ୍କ ମଥାରେ ସିନ୍ଦୁର ଓ ହାତରେ ଚୁଡ଼ି ଦେଖାଯାଉଛି । ଦୁହେଁ ସାଙ୍ଗ ହୋଇ ଫଟୋ ଉଠାଇଛନ୍ତି ।
ତୁଷାର କହିଛନ୍ତି କି କଣ ପାଇଁ ସେ ନିଜ ବିବାହର ସତ୍ୟତା ଆଣିବାକୁ ଚାହୁଁଛନ୍ତି । ସେ କହିଛନ୍ତି” ମତେ ସବୁଆଡୁ ହୁଆଟ୍ସପ ଓ ଟ୍ୱିଟର ମ୍ୟାସେଜ ଆସୁଛି, କିନ୍ତୁ ସାରା ଏହା ଦାବି କରୁଛନ୍ତି କି ମୁଁ ଯାହାକୁ ବିବାହ କରିଛି ସେ ସାରାଙ୍କ ଭଳି ଦେଖିବାକୁ କିନ୍ତୁ ସେ ସାରା ନୁହଁନ୍ତି” ।

ତୁଷାର ଆହୁରି ମଧ୍ୟ କହିଛନ୍ତି ସାରା ନିଜ ରିଲେସନସିପ ବିଷୟରେ ମିଛ କହୁଛନ୍ତି । ସେ କହିଛନ୍ତି ମୁଁ ଖାଲି ଏତିକି କହିବାକୁ ଚାହୁଁଛି କି ସାରା ସେହି ଝିଅ ଅଟନ୍ତି ଯିଏ ମତେ ବିବାହ କରିଛନ୍ତି । ସେ ବିବାହ କରିନାହାଁନ୍ତି ବୋଲି ଦୁନିଆକୁ ମିଛ କହୁଛନ୍ତି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।