ବ୍ୟୁରୋ ନ୍ୟୁଜ:ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରହିଥାନ୍ତି। ସାରା ସର୍ଵଦା ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜର ଫଟୋ ,ଭିଡ଼ିଓ ସେୟାର କରିଥାନ୍ତି,ଯାହାକୁ ପ୍ରସଂସକ ବହୁତ ପସନ୍ଦ କରିଥାନ୍ତି। ତାଙ୍କର ବହୁତ ପ୍ରସଂସକ ଅଛନ୍ତି। ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ୧୭ ଲକ୍ଷରୁ ପ୍ରାୟ ଅଧିକ ଫଲୋଅର୍ସ ଅଛନ୍ତି।

୨୪ ବର୍ଷୀୟ ସାରା ମଙ୍ଗଳବାରକୁ ଇଂଷ୍ଟାଗ୍ରାମ ଷ୍ଟୋରିରେ ଜିମରେ ନିଜର ଫଟୋ ସେୟାର କରିଥାନ୍ତି। ଫଟୋରେ ସେ ଯୁସ ଗ୍ଲାସ ସହ ଦେଖାଯାଇଛନ୍ତି। ସାରା ଏହାର କ୍ୟାପ୍ସନରେ ଲେଖିଛନ୍ତି,”ଦିନର ଆରମ୍ଭ ଭଲ ହୋଇଛି, କୋଚ ଗୋପାଳଙ୍କୁ ଧନ୍ୟବାଦ”।
ଅଳ୍ପ ଦିନ ତଳେ ନିଜ ଭାଇ ଅର୍ଜନ ତେନ୍ଦୁଲକର ଆଇପିଏଲ ଅକ୍ସନରେ ବିକ୍ରିହେବା ପରେ ମଧ୍ୟ ସେ ନିଜ ଖୁସି ଇଂଷ୍ଟାଗ୍ରାମରେ ସେୟାର କରିଥିଲେ। ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୩୦ ଲକ୍ଷରେ ଟିମରେ ସାମିଲ କରିଛି।

ସାରା ତେନ୍ଦୁଲକର ମେଡିସନର ପାଠ ପୁରା କରିଛନ୍ତି। ସେ ଅଳ୍ପଦିନ ତଳେ ମଡ଼େଲିଙ୍ଗରେ ଡେଭ୍ୟୁ କରିଥିଲେ। ସେ ମୁମ୍ବାଇର ଧିରୁଭାଇ ଅମ୍ବାନୀ ଇଣ୍ଟରନେସନାଲ ସ୍କୁଲରେ ନିଜର ଶିକ୍ଷା ପୁରା କରିଛନ୍ତି।ମେଡିସନର ପାଠପଢା ପାଇଁସେ ଇଂଲଣ୍ଡ ଯାଇଥିଲେ।
ଅନେକ ଥର ସାରାଙ୍କ ନାମ ଯୁବ ଇଣ୍ଡିଆନ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କ ସହିତ ଯୋଡି ହୋଇଛି। ଏପରି ଖବର ଆସୁଥିଲା କି ସାରା ଓ ଶୁଭମନ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି। ଏହାକୁ ନେଇ ଦୁହିଁଙ୍କ ତରଫରୁ କୌଣସି ଅଫିସିଆଲ ବୟାନ ଆସିନାହିଁ।

ସାରା ତେନ୍ଦୁଲକର ଇଂଷ୍ଟାଗ୍ରାମରେ ଯେଉଁ କ୍ରିକେଟଙ୍କୁ ଫଲୋ କରିଛନ୍ତି ସେଥିରେ ଶୁଭମନ ଗିଲଙ୍କ ନାମ ମଧ୍ୟ ସାମିଲ ଅଛି। ଯେବେ ଗିଲ କୌଣସି ବଡ଼ ପାରି ଖେଳିଥାନ୍ତି ସାରା ସେହି ଭିଡ଼ିଓ ସେୟାର କରି ଖୁଶି ଜଣାଇଥାନ୍ତି।

ସାରା ଅଳ୍ପଦିନ ତଳେ ଏକ ବ୍ରାଣ୍ଡ ସହିତ ମଡ଼େଲିଙ୍ଗ ଆରମ୍ଭ କରିଛନ୍ତି। ଯେଉଁଥିରେ ଅଭିନେତ୍ରୀ ବନିତା ସଂନ୍ଧୁ ଓ ବଲିଉଡ ଅଭିନେତା ସୁନୀଲ ସେଠିଙ୍କ ପୁଅ ଅହାନ ସେଠିଙ୍କ ଗାର୍ଲଫ୍ରେଣ୍ଡ ତାନିଆ ସୋଫ ମଧ୍ୟ ନଜର ଆସିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।