ବ୍ୟୁରୋ ରିପୋର୍ଟ: କ୍ରିକେଟର ଜଗତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ପ୍ରାୟ ନିଜ ବାପାଙ୍କ ପରି ଚର୍ଚ୍ଚାରେ ରହିଥାନ୍ତି। ସେ ଏହି ସମୟରେ ନିଜର ସୁନ୍ଦରତାକୁ ନେଇ ମଧ୍ୟ ବଲିଉଡ଼ରେ ଚର୍ଚ୍ଚାରେ ଅଛନ୍ତି। ସାରା ବହୁତ ସୁନ୍ଦର ଅଟନ୍ତି ଓ ତାଙ୍କ ସୁନ୍ଦରତାକୁ ନେଇ ତାଙ୍କ ନାମ ସହିତ ଯୋଡି ହୋଇଥିବା ଗୋଟେ ନାମ ହେଉଛି କ୍ରିକେଟର ଶୁଭମନ ଗିଲ।

ଏହି ଅଭିନେତାଙ୍କ ସହ ଯୋଡି ହୋଇଛି ସାରା ତେନ୍ଦୁଲକରଙ୍କ ନାମ:
ଆପଣଙ୍କୁ କହିରଖିବୁ ସାରା ତେନ୍ଦୁଲକରଙ୍କ ନାମ ସମୟ ସମୟରେ କାହା ନା କାହା ସହ ଯୋଡି ହୋଇଯାଇଥାଏ। ପୂର୍ଵରୁ ତାଙ୍କ ନାମ ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କ ସହିତ ଯୋଡି ହୋଇଯାଇଥିଲା। ତାଙ୍କ ନାମ ପ୍ରସିଦ୍ଧ ବଲିଉଡ଼ ଅଭିନେତା ହିମାଂଶ କୋହଲିଙ୍କ ସହିତ ଯୋଡିହୋଇଯାଇଛି। ହିଂମାସ ସାରାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।
ହିଂମାସ କୋହଲି ସାରାଙ୍କ ସହ ସମ୍ପର୍କକୁ ନେଇ ହେଉଥୁବା ଚର୍ଚ୍ଚାକୁ କରିଛନ୍ତି ଖଣ୍ଡନ:
ଅଳ୍ପ ଦିନ ତଳେ ଅଭିନେତା ହିଂମାସ କୋହଲି ଓ ସାରା ତେନ୍ଦୁଲକରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା। ଯାହା ପରେ ହିଂମାସ ଏହାର ଜବାବରେ କହିଥିଲେ ସେ ଓ ସାରା କେବଳ ସାଙ୍ଗ ଅଟନ୍ତି। ଯେବେକି ତାଙ୍କ ଗାର୍ଲଫ୍ରେଣ୍ଡ “ହମସେ ହେ ଲାଇଫ”ର କୋ ଷ୍ଟାର ଅବିଗେଲ ଯେନ ଅଟନ୍ତି। କହିରଖିବୁ ହିଂମାସ କୋହଲି ଓ ସିଙ୍ଗର ନେଵା କକଡ଼ଙ୍କର ସମ୍ପର୍କ ମଧ୍ୟ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦୁହିଁଙ୍କର ବ୍ରେକପ ପରେ ନେଵା ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂହଙ୍କ ସହ ବିବାହ କରିନେଲେ।

ଶୁଭମନ ଗିଲ ସମ୍ପର୍କକୁ ନେଇ ଉଠାଇଥିଲେ ପରଦା:
କହିରଖିବିକି ଏହା ପୂର୍ବରୁ ସାରା ତେନ୍ଦୁଲକର ଓ କ୍ରିକେଟର ଶୁଭମନ ଗିଲଙ୍କ ରିଲେସନସିପ ଖବର ଖୁବ ଚର୍ଚ୍ଚା ହୋଇଥିଲା। କିନ୍ତୁ କିଛି ଦିନ ପୂର୍ବରୁ ଶୁଭମନ ଗିଲ ଇଂଷ୍ଟାଗ୍ରାମରେ ଏକ ପ୍ରଶ୍ନ ଉତ୍ତର ସେସନରେ ଏହା ଉପରୁ ପରଦା ଉଠାଇଥିଲେ। ଜଣେ ପ୍ରଶଂସଙ୍କ ତାଙ୍କୁ ପଚାରିଥିଲେ କଣ ଆପଣ ଏବେ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି? ଏହାର ଉତ୍ତରରେ ଶୁଭମନ କହିଥିଲେ ହଁ! ମୁଁ ସିଙ୍ଗଲ ଅଛି! ଆଗାମୀ ସମୟରେ ମୋର ଏହା ଉପରେ ମୋର କୌଣସି ଯୋଜନା ନାହିଁ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।