ସାର୍ଦୁଲ ଠାକୁରଙ୍କ ତୁଳନା ହେଲା ଏହି କିମ୍ବଦନ୍ତୀ ଖେଳାଳିଙ୍କ ସହ, ନାମ ଜାଣିଲେ ଉଡିଯିବ ହୋସ।

ଅଷ୍ଟ୍ରେଲିଆ ବିରୁଦ୍ଧରେରେ ବ୍ରିସବେନର ଗାବାଠାରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଐତିହାସିକ ପ୍ରଦର୍ଶନ କରିଥିଲେ ଭାରତୀୟ ବୋଲର ସାର୍ଦୁଲ ଠାକୁର। ଚତୁର୍ଥ ମ୍ୟାଚରେ ସେ କେତୋଟି ଆକର୍ଷଣୀୟ କଭର ଡ୍ରାଇଭ ମାରିଥିଲେ।ଠାକୁରଙ୍କ ଏହି ସର୍ଟ ତୁଳନା ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ହୋଇଛି। କଭର ଡ୍ରାଇଭ ସଚିନଙ୍କ ପସନ୍ଦ ସର୍ଟ। ୨୯ ବର୍ଷୀୟ ଏହି ଖେଳାଳିଙ୍କୁ ସାର୍ଦୁଲକର ନାମ ମଧ୍ୟ ମିଳିଛି।

Google
ସାର୍ଦୁଲ ଠାକୁରଙ୍କ ଏହି ପାଳି ବଦଳେଇଦେଲା ମ୍ୟାଚ :

ଫାଇନାଲ୍ ଟେଷ୍ଟ ପୂର୍ବରୁ ବର୍ଡର ଗାଭାସ୍କର ଟ୍ରଫି ୧-୧ ବରାବରରେ ଥିଲା। ବ୍ରିସବେନରେ ପ୍ରଥମେ ବ୍ୟାଟିଂ କରି ଲବୁସେନଙ୍କ ଶତକ ସହାୟତାରେ ଅଷ୍ଟ୍ରେଲିଆ ୩୬୯ ରନ କରିଥିଲା।ଭାରତ ଏହି ଟ୍ରଫିକୁ ନିଜ ପାଖରେ ରଖିବାକୁ ହେଲେ ମ୍ୟାଚ ଡ୍ର କରିବାର ଥିଲା। ଭାରତ ୧୮୬ ରନରେ ୬ ୱିକେଟ ହରାଇ ସଂକଟରେ ପଡିଯାଇଥିଲା। ୮ ନଂରେ ବ୍ୟାଟିଂ କରିବାକୁ ଆସିଥିବା ସାର୍ଦୁଲ ଠାକୁର ୱାସିଂଟନ ସୁନ୍ଦରଙ୍କ ସହ ମିଶି ୧୨୩ ରନ ଭାଗିଦାରୀ କରି ମ୍ୟାଚର ରୂପ ପରିବର୍ତ୍ତନ କରିଦେଲେ। ସାର୍ଦ୍ହୁଲ ୧୧୫ ବଲରେ ୯ ଚୋୖକା ଓ ୧ ଛକା ସାହଯ୍ୟରେ ୬୭ ରନ କରିଥିଲେ। ସୁନ୍ଦର ମଧ୍ୟ ୬୨ ରନ କରିଥିଲେ। ଏହି ଦୁଇଙ୍କ ପାଇଁ ଭାରତ ୩୩୬ ରନ କରିବାରେ ସମର୍ଥ ହୋଇଥିଲା।

ଭାରତର ପ୍ରଥମ ପାଳିରେ ସାର୍ଦ୍ହୁଲ ସବୁଠାରୁ ଅଧିକ ରନ କରିଥିଲେ ଯେଉଁଥିରେ ଆକର୍ଷଣୀୟ କଭର ଡ୍ରାଇଭ ସାମିଲ ଥିଲା। ଭାରତର ଫିଲ୍ଡିଂ କୋଚ୍ ଆର ଶ୍ରୀଧର ତାଙ୍କ କଭର ଡ୍ରାଇଭ ତୁଳନା ସଚିନ ତେନ୍ଦୁଲକରଙ୍କ ସହ କରିଥିଲେ।ସେ କହିଲେ ତେନ୍ଦୁଲକରଙ୍କ ପରେ ଆମ ପାଖରେ ସାର୍ଦ୍ହୁଲ ଠାକୁର ଅଛନ୍ତି ଯିଏ କଭର ଡ୍ରାଇଭ ଖେଳିବାର ନଜର ଆସୁଛନ୍ତି।

Google
ବୋଲିଂରେ ମଧ୍ୟ କଲେ ଧମାଲ:

ଅକ୍ଟୋବର ୨୦୧୮ ରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଡେବ୍ୟୁ କରିଥିବା ସାର୍ଦୁଲ ଠାକୁର ନିଜ ପାରିର ୧୦ ବଲ ପକେଇ ଆହତ ହୋଇ ମୈଦାନ ଛାଡିଥିଲେ। ପୁଣି ଟିମକୁ ଆସିବା ପାଇଁ ତାଙ୍କୁ ୨୬ ମାସ ଅପେକ୍ଷା କରିବାକୁ ପଡିଥିଲା। ଯଶପ୍ରୀତ ବୁମରା ଆହତ ହେବା କାରଣରୁ ତାଙ୍କୁ ବ୍ରିସବେନରେ ମୌକା ମିଳିଲା। ଏହାର ଫାଇଦା ସେ ଉଠେଇଥିଲେ। ପ୍ରଥମ ପାଳିରେ ୯୪ ରନ ଦେଇ ୩ ଓ ଦ୍ବିତୀୟ ପାଳିରେ ୬୧ ରନ ଦେଇ ୨ ଟି ୱିକେଟ ଅକ୍ତିଆର କରିଥିଲେ। ବ୍ରିସବେନରେ ସେ ଭାରତ ତରଫରୁ ଅଧିକ ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *