ବୁଲି ବୁଲି ବିକୁଥିଲେ ଶାଢ଼ୀ, ଏବେ ୫୦ କୋଟିର କମ୍ପାନୀର ଅଟନ୍ତି ମାଲିକ ।

ପାଖାପାଖି ଚାରି ଦଶକ ପୂର୍ବରୁ ଏହି ବ୍ୟକ୍ତି ଜଣଙ୍କ କାନ୍ଧରେ ଶାଢ଼ୀ ଧରି ଗଳି କନ୍ଧି ବୁଲି ପ୍ରତ୍ୟେକ ଘରର କବାଟ ବାଡ଼ାଇ ଶାଢ଼ୀ ବିକୁଥିଲା। ମଝବୁତ ସାହସ ଓ ଧର୍ଯ୍ୟ ଦ୍ଵାରା ସେ ଅଟକିଲା ନାହିଁ। ଅନେକ ପରିଶ୍ରମ ଓ ଧର୍ଯ୍ୟ ଦ୍ଵାରା ଆଜି ସେହି ବ୍ୟକ୍ତି ୫୦ କୋଟି ଟଙ୍କର କମ୍ପାନୀର ମାଲିକ ଅଟେ।କିଏ ଅଟେ ସେହି ବ୍ୟକ୍ତି ଓ ତାର ନାମ କଣ ଏବଂ ଆସନ୍ତୁ ଜାଣିବା ତାର ସଫଳତାର କାହାଣୀ।

Google
ବିରେନ ବସାକ ନିଜେ କହିଲେ ନିଜ କାହାଣୀ:-

ନିଜ ପରିସ୍ଥିତି ଧର୍ଯ୍ୟ ଦ୍ଵାରା ସଫଳତାର ପହଚରେ ପହଁଚିପାରିଥିବା ସେହି ବ୍ୟକ୍ତିଙ୍କ ନାମ ବିରେନ କୁମାର ବସାକ। ନିଜ ସଫଳତାର କାହାଣୀ ବିରେନ ନିଜେ କହିଛନ୍ତି।ସେ ନିଜେ କହିଛନ୍ତି କିପରି ସେ ପରିଶ୍ରମ ଦ୍ଵାରା ସଫଳତା ପାଇଲେ। ବିରେନ କୁମାର ବସାକ କହିଛନ୍ତି,”ଆରମ୍ଭରୁ ମୁଁ ନିଜର ବ୍ୟବସାୟ କରିବାକୁ ଭାବିଥିଲି। ମୁଁ ଯାହାବି ପରିଶ୍ରମ କରିଥିଲି ତାହା ଅସଫଳ ହେଲା ନାହିଁ ଓ ତାହା ସବୁ ସଫଳ ହୋଇଛି। ମୁଁ ନିଜର ଶାଢ଼ୀର ଦୋକାନ ୧୯୮୭ରେ ଆରମ୍ଭ କରିଥିଲି। ଯେବେ ମୁଁ ଦୋକାନ ଆରମ୍ଭ କରିଥିଲି ମୋ ପାଖରେ ମାତ୍ର ୮ ଜଣ ଲୋକ କାମ କରୁଥିଲେ କିନ୍ତୁ ଧୀରେ ଧୀରେ ମୋର ବ୍ୟବସାୟ ବଢ଼ିବାରେ ଲାଗିଲା”।

ବିରେନ କୁମାର ବସାକ କହିଛନ୍ତି,”ଆଜି ହାତରେ ତିଆରି ହୋଇଥିବା ୧୬ ହଜାର ଶାଢ଼ୀ ଏକ ମାସରେ ପୁରା ଦେଶ ମାନଙ୍କୁ ଯାଇଥାଏ। ଏତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି କି ଏବେ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବଢିଯାଇଛି। ଯାହାକି ଏବେ ବଢିଯାଇ ୨୪ ହୋଇଯାଇଛି । ଏତିକି ନୁହେଁ ତାଙ୍କ ଦୋକାନରେ ପାଖାପାଖି ୫୦୦୦ ବୁଣାକାର କାମ କରୁଛନ୍ତି”।

ପୁରା ପିଲାଦିନ ଗରିବରେ କଟିଲା:-

ବିରେନ କୁମାର ବସାକଙ୍କର ପୁରା ପିଲାଦିନ ଗରିବରେ କଟିଛି। ବୁଣାକାର ପରିବାରରେ ଜନ୍ମ ହୋଇଥିବା ବିରେନ କୁମାର ବସାକଙ୍କ ବାପାଙ୍କ ପାଖରେ ଏକ ପଇସା ବି ନଥିଲା କି ସେ ନିଜ ପରିବାର ପୋଷଣ କରିପାରିବେ। ତାଙ୍କ ପରିବାର ପାଖରେ କେବଳ ୧ ଏକର ଜାମି ଥିଲା ଯେଉଁଠି ସେ ଡାଳିମ୍ବ ଚାଷ କରି ପେଟ ପୋଷୁଥିଲେ। ପଇସା ନଥିବାରୁ ସେ ପାଠପଢା ମଧ୍ୟ ପୁରା କରିପାରିଲେ ନାହିଁ।୨.୫୦ ଟଙ୍କାରେ ଶାଢ଼ୀ ବୁଣିବା କାମ କଲେ।

Sarees used to be sold in street and street, now the owner of 50 crore company
Google
ଋଣ ନେଇକି ଆରମ୍ଭ କଲେ ବ୍ୟବସାୟ:-

ସେ କଲିକତାର ନାଦିଆରେ ଏକ ବୁଣାକାରଙ୍କ ପାଖରେ ୨.୫୦ ଟଙ୍କାରେ ଶାଢ଼ୀ ବୁଣିବା କାମ କଲେ। ସେଠାରେ ସେ ପାଖାପାଖି ୮ ବର୍ଷ କାମ କଲେ। ୮ ବର୍ଷ କାମ କରିବା ପରେ ତାଙ୍କ ମୁଣ୍ଡର ନିଜର ବ୍ୟବସାୟ କରିବାକୁ ମନ ହେଲା। ସେ ନିଜ କାମ ଆରମ୍ଭ କରିବା ପାଇଁ ୧୦ ହଜାର ଟଙ୍କାରେ ଘର ବନ୍ଧା ଋଣ ଆଣିଲେ। ଏହି କାମରେ ସେ ନିଜ ଭାଇଙ୍କୁ ବି ସାମିଲ କଲେ ଓ ଦୁହେଁ କଲିକତାରେ ଶାଢ଼ୀ କିଣା ଓ ବିକା କାମ କଲେ। ତାଙ୍କ କାମ ସେହିପରି ଚାଲିଲା। ଧୀରେ ଧୀରେ ବ୍ୟବସାୟ ଆଗକୁ ବଢ଼ିଲା ଓ ଦୁଇ ଭାଇ ପରିଶ୍ରମ କରିଚାଲିଲେ। ବିରେନ ଓ ତାଙ୍କ ଭାଇ ମିସିକି ମାସକୁ ପାଖାପାଖି ୫୦ ହଜାର କମାଇଲେ।

ରାଷ୍ଟ୍ରୀୟ ପୁରସ୍କାରରେ କରାଯାଇସାରିଛି ସମ୍ମାନିତ:-

ତଥ୍ୟ ଅନୁସାରେ,” ବିରେନ କୁମାର ବସାକ ୬ ଗଜର ଏକ ଶାଢ଼ୀ ତିଆରି କରିଥିଲେ। ସେହି ଶାଢ଼ୀରେ ରାମାୟଣର ସାତ ଖଣ୍ଡ ଉକରେ ଥିଲା। ବ୍ରିଟିନର ୟୁନିଭର୍ସସିଟି ବିରେନଙ୍କୁ ଏହି ମହାନ କାମ ପାଇଁ ଡକ୍ଟରେଟ ଉପାଧିରେ ସମ୍ମାନିତ କରିଥିଲେ। ଏହି ଶାଢ଼ୀ ପ୍ରସ୍ତୁତ ପାଇଁ ବସାକଙ୍କୁ ଏକ ବର୍ଷ ସମୟ ଲାଗିଥିଲା। ଏହା ଛଡା ବୁଣିବା ପାଇଁ ସେହି ଶାଢ଼ୀକୁ ୨ ବର୍ଷ ଲାଗିଥିଲା। ସେହି ଶାଢ଼ୀ ୧୯୯୬ରେ ପ୍ରସ୍ତୁତ ହୋଇଥିଲା। ବିରେନ ଲିମକା ଗିରିସ ବୁକ ଅଫ ରେକର୍ଡ, ଇଣ୍ଡିଆନ ବୁକ ଅଫ ରେକର୍ଡ, ଓ ୱାଲ୍ଡ ୟୁନିକ ରେକର୍ଡରେ ନିଜ ନାମ ସାମିଲ କରିଛନ୍ତି। ଏହା ଛଡା ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାର, ନେସନାଲ ମେରିଟ ସାର୍ଟିଫିକେଟ ଆୱାର୍ଡ଼, ସନ୍ଥ କବିର ଆୱାର୍ଡ଼, ରେ ବି ସମ୍ମାନିତ କରାଯାଇସାରିଛି।

Google
ଭାଇଙ୍କ ଠୁ ଅଲଗା ହୋଇ ଗାଁରେ ଆରମ୍ଭ କଲେ ବ୍ୟବସାୟ:-

ବିରେନ କୁମାର ବସାକ ନିଜ ବ୍ୟବସାୟ ବଢାଇବା ପାଇଁ କାଲିକତାରେ ଏକ ଦୋକାନ କିଣି ନିଜ ଭାଇଙ୍କ ସହ ମିଶି ସେଠାରେ ଶାଢ଼ୀ ବିକ୍ରି କରିବା ଆରମ୍ଭ କରିଦେଲେ। ଗୋଟେ ବର୍ଷ ଭିତରେ ତାଙ୍କ ଦୋକାନ ୧ କୋଟିରେ ପହଁଚିଯାଇଥିଲା। ଧୀରେ ଧୀରେ ଦୁଇ ଭାଇ ଅଲଗା ହୋଇଗଲେ ଓ ବିରେନ ଗ୍ରାମକୁ ଫେରିଆସିଲେ। ପରେ ବିରେନ ଗ୍ରାମରେ ହିଁ ଶାଢ଼ୀ ବିକିବା ବ୍ୟବସାୟ ଆରମ୍ଭ କରିଦେଲେ। ଏହିପରି ପୁଣି ତାଙ୍କ ବ୍ୟବସାୟ ବଢିବାକୁ ଲାଗିଲା ଓ ଆଜି ତାଙ୍କ ବ୍ୟବସାୟ ୫୦ କୋଟି ଟପିଯାଇଛି।ନିଜ ପରିଶ୍ରମ ଓ ସାହସ ବଳରେ ଆଜି ବିରେନ ବସାକ ଆଣ୍ଡ କମ୍ପାନୀ ଲୋକଙ୍କୁ ଚାକିରି ଦେଇଥାଏ ଓ ଆଗକୁ ବଢ଼ିବା ପାଇଁ ମୌକା ମଧ୍ୟ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।